ଫୁଟପାଥ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ଏକ ମୌଳିକ ଅଧିକାର। ଆମେ ଆମ ପିଲାମାନଙ୍କୁ ଫୁଟପାଥରେ ଚାଲିବାକୁ କହିଥାଉ, କିନ୍ତୁ ଯଦି ଚାଲିବାକୁ ଫୁଟପାଥ୍ ନାହିଁ, ତେବେ ଆମେ ଆମ ପିଲାମାନଙ୍କୁ କ’ଣ କହିବୁ?
ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ।
ବର୍ଷ ବର୍ଷ ଧିର ପରିଶ୍ରମ କରିଥିବା ପିଜି ଛାତ୍ର ଛାତ୍ରୀ ଏହି ସ୍ଥଗିତାଦେଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେବଳ ଯେ ବୌଦ୍ଧିକ ବିକାଶରେ ବାଧା ନୁହେଁ, ଏହା ଦ୍ବାରା ଛାତ୍ରଛାତ୍ରୀ ମାନସିକ ଭାବେ କ୍ଷତି ସହିଥିବା କହିଛନ୍ତି ଅଭିଭାବକ ।
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି ।
ଆକାଶ ଆନନ୍ଦଙ୍କୁ ପୁଣି ଥରେ ଉତ୍ତରାଧିକାରୀ ବୋଲି ଘୋଷଣା କରିଛନ୍ତି ମାୟାବତୀ । ତାଙ୍କୁ ପୁଣି ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କରାଯାଇଛି ।
କ୍ରମାଗତ ଭାବେ ତୃତୀୟ ଥର ଲାଗି ଏହି RLV ଜ୍ଞାନ କୌଶଳର ସଫଲ ପରୀକ୍ଷଣ ହୋଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ସଫଳ ଭାବେ ଏହା ଅବତରଣ କରିଛି।
ହଟିଲେ NTA ଡିଜି । ନିଟ୍ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ।
ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।
ଦିଲ୍ଲୀରେ ଦେଖାଯାଇଥିବା ଜଳ ସଂକଟକୁ ନେଇ ଆପ୍ ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ ହରିୟାଣା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅତିଶୀ ଦିଲ୍ଲୀର ଭୋଗଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଛନ୍ତି।
ତାଙ୍କ ବୟସ ୧୨୭ ହେଲେ ଶରୀରରେ ଜୋସ୍ ୧୭ ବର୍ଷର। ଶରୀର ସିନା ବୁଢ଼ା ହୋଇଗଲାଣି କିନ୍ତୁ ମନ ଏବେବି ରହିଛି ଯବାନ।
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ୍ ଏବଂ ୧କୋଟି ଟଙ୍କା ଜୋରିମାନା ହୋଇପାରେ।
ଗୁଜରାଟ ନିକୋଲଠାରେ ରହିଥିବା ଏକ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଯାଇଥିବା ଗୋଟିଏ ପରିବାରର ଅର୍ଡର କରିଥିବା ଶମ୍ବର ଖାଇବା ବେଳେ ମଲା ମୂଷା ବାହାରିଥିଲା।
UGC-NET ପ୍ରଶ୍ନପତ୍ର ଲିକ୍ ହେବା ପରେ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଛନ୍ତି । ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି କି UGC-NET ପ୍ରଶ୍ନପତ୍ର କେଉଁଠୁ ଲିକ୍ ହୋଇଛି ।
ଗତକାଲି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି।
ଲିଙ୍ଗ ପରିବର୍ତ୍ତନ ହେତୁ ମୁଜାହିଦଙ୍କୁ ତାଙ୍କ ସହ ରହିବାକୁ ହେବ। କାରଣ ପରିବାର ଲୋକ ଅଥବା ସମାଜ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ। ଏଥିସହ ସେ କୋର୍ଟ ମ୍ୟାରେଜ ପାଇଁ ଓକିଲଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ।
ଏହି ପ୍ରାସାଦଟି ବିଶାଖାପଟନମର ରୁଶିକୋଣ୍ଡା ପର୍ବତ ଉପରେ ପ୍ରାୟ ୧୦ ଏକର ଜମିରେ ତିଆରି କରାଯାଇଛି। ଏହି ବିଳାସପୂର୍ଣ୍ଣ ମହଲଟି ଜଗନମୋହନଙ୍କର ବୋଲି ଅଭିଯୋଗ କରିଛି ଶାସକ ଟିଡିପି ।
ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି।
ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହୋଇଛି।
ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା।
ପାଟନା ପୋଲିସ୍ ଖୁବଶୀଘ୍ର ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନା ଅନୁସାରେ ତ୍ରୁଟି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି।’
ପରୀକ୍ଷା ବାତିଲ ପରେ ତାତିଲେ ଛାତ୍ର ସଂଗଠନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘର ଓ ମନ୍ତ୍ରାଳୟ ଆଗରେ ବିକ୍ଷୋଭ ।
ଏଥିରେ ବିନିଯୋଗ ହୋଇଥିବା ଟଙ୍କା କଳାଧନ ବୋଲି ଅଭିଯୋଗ କରିଛି ଟିଡିପି। ଗତଥର ଜଗନ୍ କ୍ଷମତାକୁ ଆସିବା ପରେ ଚନ୍ଦ୍ରବାବୁଙ୍କ ଘରକୁ ବେଆଇନ ଦର୍ଶାଇ ଭଙ୍ଗା ଯାଇଥିଲା ତେଣୁ ଏଥର ଜଗନଙ୍କ ଘର କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସାଙ୍ଗଲଡାନରୁ ରିଆସି ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସଫଳ ପରୀକ୍ଷଣ ପରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରବିବାର ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ରିଆସି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ଗଡିଥିଲା। ଏହାକୁ ଦେଖିବା ପାଇଁ ରିଆସି ଷ୍ଟେସନରେ ଯୁବକଙ୍କ ଭିଡ ଲାଗିଥିଲା।