Advertisment

ଭୂସ୍ଖଳନରେ ଧ୍ୱଂସ ବିଧ୍ୱସ୍ତ ୱାୟନାଡ଼ ବୁଲି ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳର ଉଦ୍ଧାର କାର୍ଯ୍ୟର କରିବେ ଅନୁଧ୍ୟାନ । ରିଲିଫ୍ କ୍ୟାମ୍ପ୍ ଓ ହସ୍ପିଟାଲରେ ମୃତାହତଙ୍କ ପରିବାରକୁ ଭେଟିବେ ।

author-image
Satyendu Shekher Mishra
Narendra Modi

Narendra Modi

ଭୁସ୍ଖଳନରେ ଧ୍ୱଂସ ବିଧ୍ୱସ୍ତ କେରଳର ୱାୟନାଡକୁ ଆଜି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ ପ୍ରାୟ ୧୧ଟାରେ ମୋଦି କନ୍ନୁର୍ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ୱାୟନାଡର ଭୁସ୍ଖଳନ ଅଞ୍ଚଳରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପରେ ମଧ୍ୟାହ୍ନ ୧୨ଟା ପରେ ଭୁସ୍ଖଳନ ଦ୍ବାରା ପ୍ରଭାବିତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବେ।

Advertisment

ସେହିପରି ରିଲିଫ୍ କ୍ୟାମ୍ପ୍ ଏବଂ ହସ୍ପିଟାଲରେ ଥିବା ଆହତ ଏବଂ ମୃତକଙ୍କ ପରିବାରକୁ ମଧ୍ୟ ମୋଦି ଭେଟିବେ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୪ ଶହ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଓଡ଼ିଶାରୁ ଯାଇଥିବା ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ସେହିପରି ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ଏଯାଏଁ ପତ୍ତା ମିଳିନି।

ଅନ୍ୟପଟେ ୱାୟାନାଡ଼ ଭୁସ୍ଖଳନ ମଧ୍ୟରେ ଓଡ଼ିଆ ଡାକ୍ତର ନିଖୋଜ ଘଟଣାରେ ଏବେ ବି ପଡ଼ିନି ଯବନିକା । ଡାକ୍ତର ସ୍ୱାଧୀନ ପଣ୍ଡାରଙ୍କର ମିଳିନି ଖୋଜ୍‌ ଖବର । ଈଶ୍ୱରଙ୍କ ଦେଶ କୁହାଯାଉଥିବା କେରଳର ୱାୟନାଡ୍ ମାଟି । ଦିନେ ଶୋଭା ପାଉଥିଲା ସବୁଜ ବନାନୀ ଓ ସୁଦୃଶ୍ୟ ପାହାଡ଼ ସହ ପ୍ରକୃତିର ଶୋଭାରାଜି । ହେଲେ ସେହି ପ୍ରକୃତିର ତାଣ୍ଡବରେ ଶବ ପାଲଟିଗଲା ମଣିଷ । କାନ୍ଦୁଛି କେରଳ ମାଟି । ଯାହାଙ୍କ ମୃତଦେହ ଚିହ୍ନଟ ହୋଇପାରିଲା, କିଛି ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଗଲା। ଆଉ ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।

Advertisment

କେଉଁଠି ଚିହ୍ନଟ ମୃତଦେହ ଗୁଡ଼ିକର ଗଣଦାହ କରାଯାଇଛି ତ ଆଉ କିଛି ଅଚିହ୍ନା ମୃତକଙ୍କୁ ମାଟି ଖୋଳି ପୋତି ଦିଆଯାଇଛି। କିନ୍ତୁ ସମୂହ ସତ୍କାର ପୂର୍ବରୁ ପ୍ରତ୍ୟେକଙ୍କର DNA ସଂଗ୍ରହ କରାଯାଇଛି। ସରକାରୀ ତଥ୍ୟ କହୁଛି, ୨୨୬ ଜଣଙ୍କ ମୃତଦେହ ମିଳିଥିବାବେଳେ ଏବେ ବି ୨ଶହ ନିଖୋଜ। ତା’ମଧ୍ୟରେ ଅଛନ୍ତି, ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡା। ୱାୟନାଡ ଯାଇଥିବା ତାଙ୍କ ଭଉଣୀ ସୋମାଲି ପଣ୍ଡାଙ୍କ DNA ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

Land Slide Narendra Modi
Advertisment
Advertisment