/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723453863.jpg)
Mamata Banerjee
ବାଂଲାଦେଶରେ ଅସ୍ଥିରତା କାରଣରୁ ଭାରତରେ ବଢ଼ିଛି ଟେନସନ୍ । ବିଶେଷ କରି ବାଂଲାଦେଶ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗରେ ହାଇଆଲର୍ଟରେ ସେନା । କୌଣସି ପ୍ରକାର ଅନୁପ୍ରବେଶକୁ ରୋକିବାକୁ ସଜାଗ ରହିଛନ୍ତି ସେନା । ସମୁଦ୍ର ପଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଭାରତୀୟ ତଟରକ୍ଷୀ ବାହିନୀ, ମେରାଇନ୍ ପୋଲିସ ସମସ୍ତଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଫୋନ୍ ଯୋଗେଁ କଥା ହୋଇଛନ୍ତି । ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ଓଡ଼ିଶାରେ ଅତ୍ୟାଚାର ଅଭିଯୋଗ ହେଉଛି । ଏହାକୁ ଗୁରୁତ୍ୱର ସହ ନେବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମମତା ।
PTIକୁ ସୂଚନା ଦେଇଥିବା ଜଣେ ଅଧିକାରୀଙ୍କ ଅନୁସାରେ, ମମତା କହିଛନ୍ତି, "କାମ କରିବା ଉଦ୍ଦେଶ୍ୟରେ ପଶ୍ଚିମବଙ୍ଗରୁ କିଛି ଲୋକ ଓଡ଼ିଶାକୁ ଆସିଛନ୍ତି । ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ବାଂଲାଦେଶୀ ସନ୍ଦେହ କରିବା ସହ ମାରପିଟ୍ ଓ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି ।" ଏପରି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି ମମତା । ଏଥିସହିତ ମମତା ପଶ୍ଚିମବଙ୍ଗର ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିଆସିବାକୁ ଅପିଲ୍ କରିଥିବା ମଧ୍ୟ କହିଛନ୍ତି ଉକ୍ତ ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)