/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723281583.jpg)
PM Narendra Modi
କେରଳ ୱାୟନାଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଲି ଦେଖିଲେ ପ୍ରଳୟର କ୍ଷତଚିହ୍ନ। ଭୂସ୍ଖଳନରେ ଛାରଖାର ହୋଇଥିବା ଅଞ୍ଚଳରେ ସ୍ଥିତି ପରଖିଛନ୍ତି। ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ବଂସ ବିଧ୍ବସ୍ତ ଅଞ୍ଚଳ ବୁଲି ଦେଖିଥିଲେ।
ଧ୍ବସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ସହ ସାମିଲ ଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ୍। ଏହାପରେ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେମିତି ଭୂସ୍ଖଳନ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଛାରଖାର କରିଛି ? ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ କେମତି ହୋଇଥିଲା, ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ।
ତାଙ୍କ ସହ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି ସାମିଲ ଥିଲେ। ରିଲିଫ୍ କ୍ୟାମ୍ପ୍, ହସ୍ପିଟାଲରେ ଥିବା ଆହତ ଓ ମୃତକଙ୍କ ପରିବାରକୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି।
ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୪ ଶହ ଲୋକଙ୍କର ଜୀବନ ଯାଇଛି। ଏଥିରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।
#ୱାୟନାଡରେ_ପ୍ରଧାନମନ୍ତ୍ରୀ_ମୋଦି
କେରଳ ଟ୍ରାଜେଡି: ୱାୟନାଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ଆକାଶ ମାର୍ଗରେ ଭୂସ୍ଖଳନର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ବିଜୟନ।#PMModi#AerialSurvey#Wayanad#OTVpic.twitter.com/KSgokG85dn— ଓଟିଭି (@otvkhabar) August 10, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)