• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରଖେ ହରି ତ ମାରେ କିଏ । ଏହି ଉକ୍ତି ଏବେ ସମସ୍ତଙ୍କ ମୁହଁରେ । କାରଣ ଯେଉଁଠି ବଡ଼ ବଡ଼ ଘର, ଗାଡ଼ି, ରାସ୍ତା ଘାଟ ସବୁ ମାଟିରେ ଲୋଟିପଡ଼ିଛନ୍ତି, ସେଠି ସୁରକ୍ଷିତ ରହିଛନ୍ତି ଦୁଇଟି ନିରୀହ ଜୀବନ । ମାଟି ଅତଡ଼ା ଭିତରୁ ଉଦ୍ଧାର ହୋଇଛନ୍ତି ଦୁଇଟି କୁନି ମାଙ୍କଡ଼ । ମୃତ୍ୟୁକୁ ଆଖିରେ ଦେଖିଛନ୍ତି, ଭୂସ୍ଖଳନର ଭୟଙ୍କର ତାଣ୍ଡବକୁ ଅନୁଭବ କରିଛନ୍ତି । କାଦୁଅ ସରସର ଦେହରେ ପରସ୍ପରକୁ କୁଣ୍ଢାଇ ଧରିଛନ୍ତି । 

କେରଳରେ ପ୍ରକୃତି ତା’ର କରାଳ ରୂପରେ ସବୁ କିଛି ଧ୍ୱଂସ ବିଧ୍ୱସ୍ତ କରିଦେଇଛି । ମୃତ୍ୟୁ ରୂପରେ ଆସିଥିବା ଭୂସ୍ଖଳନ ୱାୟନାଡ଼ରେ ଅନେକ ସଂସାର ଉଜାଡ଼ି ଦେଇଛି । ଏମିତିକି ମୃତ୍ୟୁ ସଂଖ୍ୟା ୪୦୦ ଟପିଥିବା ବେଳେ ଏବେବି ଅନେକ ନିଖୋଜ ଥିବା କୁହାଯାଉଛି । ଏ ମାଟି ଅତଡ଼ା ତଳୁ ଜୀବନ ଖୋଜା ଚାଲିଛି । ପରିବାର ସଦସ୍ୟ ଏବେବି ସେମାନଙ୍କ ସଂପର୍କୀୟଙ୍କ ସଂପର୍କରେ ସୂଚନା ପାଇପାରି ନାହାନ୍ତି ।

ଅଧିକ ପଢନ୍ତୁ: ସର୍ବଗ୍ରାସୀ ଭୂସ୍ଖଳନରେ ଛାର୍‌ଖାର୍‌ ୱାୟନାଡ୍‌; ସପ୍ତାହେ ପରେବି ସରୁନି ଉଦ୍ଧାର କାର୍ଯ୍ୟ

ମାଟି ଅତଡ଼ା ତଳୁ ଦୁଇଟି କୁନି ମାଙ୍କଡ଼ ଉଦ୍ଧାର ହୋଇଛନ୍ତି । ପାଖରେ ମା’ ନାହିଁ, ବଞ୍ଚିବାକୁ ସାହାରା ବି ନାହିଁ, ହେଲେ ଭଗବାନ ବଞ୍ଚାଇ ଦେଇଛନ୍ତି । ଦୃଶ୍ୟ ଯେକେହି ଦେଖିଲେ ଆଖିରେ ଲୁହ ଆସିଯିବ ।  ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାର କରିଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି  ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ ଚାଲିଯାଇଛି । ମା’ ତ ପାଖରେ ନାହିଁ, କି ଆଶ୍ରୟ ଟିକେ ନେବାକୁ ଗଛଟିଏ ବି ନାହିଁ ।

କଥା କହିବାକୁ ଏମାନଙ୍କ ପାଖରେ ଶକ୍ତି ନାହିଁ । ତଥାପି ନିଜର ସବୁକିଛିକୁ ହରାଇ ଜଣେ ଅନ୍ୟଜଣଙ୍କ ପାଇଁ ସାହାରା ପାଲଟିଛନ୍ତି । ଉଭୟ ଭଉୟଙ୍କୁ ଜାବୁଡ଼ି ଧରିଛନ୍ତି । ପୂରା ଶରୀର ବି ଥରିବାକୁ ଲାଗୁଛି । ତା’ରି ଭିତରେ ଏମାନେ ଯେମିତି ନିଜେ ନିଜକୁ ବୁଝାଇ ଆଗକୁ ବଢ଼ିବାକୁ ରାହା ଖୋଜୁଛନ୍ତି ।

ଏମାନେ ସିନା ନାଁକୁ ପଶୁ । ହେଲେ ଆଜିର ଏ ମଣିଷ ସମାଜ ଏମାନଙ୍କ ଠାରୁ ଅନେକ କିଛି ଶିଖିପାରିବ ଯେମିତି । ବିପଦ ସମୟରେ ଧୈର୍ଯ୍ୟ ନହରାଇ ଆଗକୁ ବଢ଼ିବାକୁ ଏ କୁନିକୁନି ଦୁଇ ନିରିହ ଆଖି କହିଦେଉଛି । ମାଙ୍କଡ଼ ହେଲେ କ’ଣ ହେଲା ଜୀବନ ଜିଇବାର ସଂଘର୍ଷ ଏମାନେ ଶିଖିଯାଇଛନ୍ତି।

ଅଧିକ ପଢନ୍ତୁ: ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ

 

OTV is now on Whatsapp

Join and get latest news update delivered to you via whatsapp

Join Now