/odishatv-khabar/media/post_attachments/uploadimage/library/16_9/16_9_0/ISRO_1723098335.jpg)
ISRO
ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅଗଷ୍ଟ ୧୫ରେ SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 । ଶ୍ରୀହରିକୋଟାରୁ ସକାଳ ୯ଟା ୧୭ରେ ଏହି ଲଞ୍ଚ ହେବ। ଏହା ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLVର ତୃତୀୟ ତଥା ଚୂଡ଼ାନ୍ତ ଉଡ଼ାଣ ହେବାକୁ ଯାଉଛି ।
Advertisment
ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ବାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ ।
ଅଧିକ ପଢ଼ନ୍ତୁ: ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍
Advertisment
ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)