Advertisment

Video: ଧନକଡଙ୍କୁ ଏମିତି କହିଲେ ଜୟା ବଚ୍ଚନ; ଶୁଣିକି ରାଗିଗଲେ ଉପରାଷ୍ଟ୍ରପତି...

କଥା କଟାକଟି ହେଲେ ଜୟା ବଚ୍ଚନ ଓ ଉପରାଷ୍ଟ୍ରପତି । ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Jaya Bachchan Vs Jagdeep Dhankar

Jaya Bachchan Vs Jagdeep Dhankar

ରାଜ୍ୟସଭାରେ ରୋଚକ ଦୃଶ୍ୟ । କଥା କଟାକଟି ହେଲେ ଜୟା ବଚ୍ଚନ ଓ ଉପରାଷ୍ଟ୍ରପତି । ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ । କିଛିଦିନ ହେବ ଅଭିତାଭ ବଚ୍ଚନଙ୍କ ନାଁ ଶୁଣିଲେ ଚିଡ଼ି ଯାଉଛନ୍ତି ଜୟା ବଚ୍ଚନ । ଯାହା ପୁଣି ଆଜି ସଂସଦରେ ଦେଖିବାକୁ ମିଳିଥିଲା ।  ଆଜି ରାଜ୍ୟସଭା ଚାଲିଥିବା ବେଳେ ସଭାପତି ଜଗଦୀପ ଧନକରଙ୍କ ସ୍ୱରକୁ ନେଇ ପ୍ରଶ୍ନ ଉଠାଇଥିଲେ ସାଂସଦ ଜୟା ବଚ୍ଚନ । ଯାହାକୁ ନେଇ ରାଗି ଯାଇଥିଲେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ ।

Advertisment

ଜୟା ତାଙ୍କ ନାମ ସହିତ ଅମିତାଭଙ୍କ ନାଁ ଯୋଡ଼ିବାକୁ ବାରଣ କରି କହିଛନ୍ତି ଯେ, ‘ମୁଁ ଜଣେ କଳାକାର । ମୁଁ ଆପଣଙ୍କ ହାବଭାବ ବୁଝିପାରୁଛି । ଆପଣଙ୍କ କହିବାର ଉଦ୍ଦେଶ୍ୟ ଠିକ୍‌ ଲାଗୁନାହିଁ । ରାଜ୍ୟ ସଭାରେ ଆମେ ସମସ୍ତେ ଏକାଠି ଅଛୁ ।’

Advertisment

ଜୟା ବଚ୍ଚନଙ୍କ ଏପରି ମନ୍ତବ୍ୟ ଶୁଣିବା ପରେ ରାଗି ଯାଇଥିଲେ ଅଧ୍ୟକ୍ଷ । ଆଉ କହିଥିଲେ, ନିର୍ଦ୍ଦେଶକଙ୍କ ବିନା ଅଭିନେତା କିଛି ନୁହନ୍ତି । ମୁଁ ଯାହାସବୁ ଦେଖିଆସିଛି ଆପଣ ସେସବୁ ଦେଖିନାହାନ୍ତି । ଆପଣ ଯେତେ ବଡ଼ ଷ୍ଟାର ହୁଅନ୍ତୁ, ସଂସଦରେ ସେୟା ହେବ ଯାହା ନିୟମ କାନୁନରେ ରହିଛି । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା ଓ ବିରୋଧୀମାନେ ବାହାରକୁ ପଳାଇ ଯାଇଥିଲେ। 

ତେବେ ରାଜ୍ୟ ସଭାରେ ଗୃହକାର୍ଯ୍ୟ ସମୟରେ ଗୃହର ଅଧ୍ୟକ୍ଷ ସାଂସଦ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପ୍ରତିବାଦ କରୁଛନ୍ତି ଜୟା ବଚ୍ଚନ। ସେ କହୁଛନ୍ତି ତାଙ୍କ ପଛରେ ଅମିତାଭଙ୍କ ନାଁ କାହିଁକି ଯୋଡ଼ାଯାଉଛି। ତାଙ୍କୁ କେବଳ ଜୟା ବଚ୍ଚନ ହିଁ ଡକାଯାଉ। ଏହାକୁ ନେଇ ସେ ଧନକଡ଼ଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି।

Jagdeep Dhankhar Jaya Bachchan
Advertisment
Advertisment