• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଜନସଂଖ୍ୟାକୁ ନେଇ ଆସିଲା ବଡ଼ ସୂଚନା । ୧୫୨ କୋଟି ଟପିବ ଭାରତର ଜନସଂଖ୍ୟା । ବର୍ଷ ୨୦୩୬ ବେଳକୁ ଭାରତର ଜନସଂଖ୍ୟା ୧୫୨ କୋଟି ଟପିଯିବ ଆକଳନ କରାଯାଉଛି । ଜନସଂଖ୍ୟା ଲିଙ୍ଗଗତ ଅନୁପାତରେ ଆସିବ ଉନ୍ନତି । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ 'ଭାରତରେ ମହିଳା ଓ ପୁରୁଷ-୨୦୨୩' ରେ ଏହି ଆକଳନ କରାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ୨୦୩୬ ସୁଦ୍ଧା ଦେଶର ଜନସଂଖ୍ୟା ୧୫୨ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୧୧ରେ ଲିଙ୍ଗଗତ ଅନୁପାତ ୯୪୩ ଥିବାବେଳେ, ଏହା ୨୦୩୬ ସୁଦ୍ଧା ୯୫୨କୁ ବୃଦ୍ଧି ପାଇପାରେ।

ଅର୍ଥାତ୍ ସ୍ଥିତିରେ ସାମାନ୍ୟ ସୁଧାର ଆସିବାକୁ ଯାଉଥିଲେ ମଧ୍ୟ ପ୍ରତି ୧ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ୯୫୨ ହେବ । ୨୦୧୧ରେ ମହିଳା ଜନସଂଖ୍ୟା ୪୮.୫ ପ୍ରତିଶତ ଥିବାବେଳେ, ୨୦୩୬ ସୁଦ୍ଧା ଏହା ୪୮.୮ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ସେପଟେ ୨୦୧୧ରୁ୨୦୩୬ ଭିତରେ ୧୫ ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା କମିବ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି ।   

ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଶିଶୁଙ୍କ ସଂଖ୍ୟା କମିବ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧିହେବ । ୨୦୧୧ ତୁଳନାରେ ୨୦୩୬ରେ ୧୫ ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା କମିବ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ।

OTV is now on Whatsapp

Join and get latest news update delivered to you via whatsapp

Join Now