• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାଂଲାଦେଶରେ ଥମୁନି ହିଂସା କି ଅସ୍ଥିରତା । ଏପଟେ ପଡ଼ୋଶୀ ଭାରତ ସମେତ ଓଡ଼ିଶାକୁ ବି ବଢୁଛି ଅନୁପ୍ରବେଶ ଚିନ୍ତା । ଭାରତ-ବାଲାଂଦେଶ ସୀମା ଆରପଟେ ପଶ୍ଚିମବଙ୍ଗର କୁଚବେହାର ଶୀତଲକୁଚି ଅଞ୍ଚଳର ଦୈନିକ ଠୁଳ ହେଉଛନ୍ତି ବହୁ ସଂଖ୍ୟାରେ ବାଂଲାଦେଶୀ । ସୁଯୋଗ ପାଇବା ମାତ୍ରେ, ସୀମା ପାର ହେବାକୁ ପ୍ରସ୍ତୁତ ।

ଏପଟେ କିନ୍ତୁ ସଜାଗ ସୀମା ସୁରକ୍ଷା ବଳ । ହାତ, ହତିଆର ସହ ସୀମାରେ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି ବିଏସଏଫ୍ ଯବାନ । ବାଂଲାଦେଶରେ ଏବେ ବି ସାମାଜିକ ଓ ରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ ନିଜ ଦେଶ ଛାଡ଼ି ଅନେକ ଏବେ ଭାରତ ପଳାଇ ଆସିବାକୁ ଚାହୁଁଛନ୍ତି । ସେ ଭିତରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ନିର୍ଯାତନା ମିଳୁଥିବାରୁ ସେମାନେ ବି ଭାରତ ଆସିବାକୁ ଉଦ୍ୟମରତ । ଏ ଭିତରେ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ରୋକିବାକୁ ସୀମାରେ ସଶକ୍ତ ତାରବାଡ଼ର ବ୍ୟବସ୍ଥା ହୋଇଛି । ପୁରୁଣା ତାରବାଡ଼ ସ୍ଥାନରେ ଏବେ ନୂଆ ସ୍ମାର୍ଟ ଫେନ୍ସିଂ କରାଯିବା ସହ ପଇଁତରା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଏପଟେ ବାଂଲାଦେଶ ଅସ୍ଥିରତା ପରେ ଓଡ଼ିଶାକୁ ବି ବଢ଼ିଛି ଅନୁପ୍ରବେଶ ଚିନ୍ତା । କାରଣ ଜଳପଥ ଦେଇ ରାଜ୍ୟର ଉପକୂଳ ଜିଲ୍ଲାକୁ ବାଂଲାଦେଶୀ ନାଗରିକ ପଶି ଆସିବାର ଆଶଙ୍କା ଥିବାରୁ ରାଜ୍ୟର ସମସ୍ତ ସାମୁଦ୍ରିକ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ସେହି ଅନୁସାରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାର ମେରାଇନ ଥାନା ପୋଲିସ ସମୁଦ୍ର ଉପକୂଳରେ ସଜାଗ ରହିଛନ୍ତି। କେତେବେଳେ ଗଭୀର ସମୁଦ୍ର ତ ଆଉ କେତେବେଳେ ଉପୂକଳ ଅଞ୍ଚଳ ବୁଲି ତନ୍ନ ତନ୍ନ ଯାଞ୍ଚ କରୁଛି ମେରାଇନ୍ ପୋଲିସ। ଆବଶ୍ୟକସ୍ଥଳେ ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେବାକୁ ମତ୍ସ୍ୟଜୀବୀମାନଙ୍କୁ ବି ନିବେଦନ କରାଯାଇଛି ।

ଓଡ଼ିଶା ସରକାରଙ୍କ ୨୦୨୩ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ବାଂଲାଦେଶୀ ଶରଣାର୍ଥୀ ଭାବେ ରହିଛନ୍ତି । ତା ଛଡ଼ା ରାଜ୍ୟ ବିଭିନ୍ନ ଜିଲ୍ଲାରେ ବେଆଇନ୍ ଭାବେ ମଧ୍ୟ ଅନେକ ବାଂଲାଦେଶୀ ନାଗରିକ ବସବାସ କରୁଛନ୍ତି । ଆଉ ବର୍ତ୍ତମାନ ପରିସ୍ଥିତିର ଏମାନଙ୍କ ଜରିଆରେ ଆହୁରି ବାଂଲାଦେଶୀଙ୍କ ଆଗମନ ଓ ଅନୁପ୍ରବେଶ ଆଶଙ୍କା ଥିବାରୁ ଏଭଳି ପରିସ୍ଥିତିରେ ଅଧିକ କଠୋର ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ତୁରନ୍ତ ଚିହ୍ନଟ କରାଯିବ, ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତା ସହ ଓଡ଼ିଶାକୁ ଏବେ କେହି ଅନୁପ୍ରବେଶ କରିଥିବା ଖବର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now