Advertisment

Bhakta Das On Debashis Patnaik: ଦେବାଶିଷଙ୍କୁ ଭକ୍ତ ଦାସଙ୍କ ଛାଟ, କହିଲେ...

ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି। ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କିଛି କହିପାରିବେନି। ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ପିସିସିର ନୂଆ ସଭାପତି ଭକ୍ତ ଚରଣ ଦାସ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Congress Politics: Bhakta Das On Debashis Patnaik

Congress Politics: Bhakta Das On Debashis Patnaik

ପାର୍ଟି ସବୁବେଳେ ବଡ଼। ଦଳର ଆଭିମୁଖ୍ୟ ସବୁଠାରୁ ଆଗରେ। ତା ପରେ ବ୍ୟକ୍ତିଗତ ସଂପର୍କ ଓ ଫାଇଦା। ଆଜି ଏହି ଲାଇନରେ ନିଜର କଡ଼ା ମନ୍ତବ୍ୟ ଦେଇ, ନିଜ ଦଳର ନେତାଙ୍କୁ କଡ଼ା ଇଙ୍ଗିତ ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, କୌଣସି ଜାଗାରେ କିଛି କହିବା ଆଗରୁ ପ୍ରଥମେ ବୁଝିନିଅ ସେହି ନିର୍ଦ୍ଦିଷ୍ଟ ଘଟଣାରେ ଦଳର ଆଭିମୁଖ୍ୟ କ'ଣ। କାରଣ ଦଳର ନେତା ଯାହା କହିବେ, ତାହା ଦଳ ଆଭିମୁଖ୍ୟ ବୋଲି ଧରିନିଆ ଯିବ। ସେଥିପାଇଁ କୌଣସି ଜାଗାରେ ବ୍ୟକ୍ତିଗତ ସଂପର୍କ ପାଇଁ ଦଳୀୟ ଆଦର୍ଶକୁ ବଳି ଦିଅନି ବୋଲି ଭକ୍ତ କହିଛନ୍ତି।

Advertisment

କିଟ୍ ପ୍ରସଙ୍ଗରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଛାଟ। ଦେବାଶିଷଙ୍କୁ ତାଗିଦ କରିଥିବା କହିଲେ ପିସିସି ସଭାପତି ଭକ୍ତ ଦାସ। ବ୍ୟକ୍ତିଗତ ସମ୍ପର୍କ ଥାଇପାରେ, ମାତ୍ର ପ୍ରଶଂସା କରିପାରିବେନି। ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କହିପାରିବେନି ।
ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ। ଗତ ୨୨ ତାରିଖରେ କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିଥିଲା କଂଗ୍ରେସ। ଅନ୍ୟପଟେ କିଟ୍ ପାଇଁ ଓକିଲାତି କରିଥିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ। କଂଗ୍ରେସ ସଭାପତି ଭାବେ ଭକ୍ତ ଦାସ ଦାୟିତ୍ୱ ନେବା ପରେ ପୁରୀକୁ ଭୁବନେଶ୍ୱରରୁ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା କମିଟିର ମୁଖ୍ୟ ଭାବେ ଦେବାଶିଷ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସେ ଦେବାଶିଷଙ୍କୁ ଛାଡ଼ି ନାହାଁନ୍ତି।

ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡମରାଯାଇ କିଟ୍ ହଷ୍ଟେଲରୁ ବାହାର କରିଦିଆଯାଇଥିଲା । ଏହି ଘଟଣାରେ ଦେବାଶିଷ କିଟେ ପାଇଁ ଓକିଲାତି କରିଥିଲେ । ପଦଯାତ୍ରା ବେଳେ ସେ କହିଥିଲେ ଯେ, ଗଣମାଧ୍ୟମ ଘଟଣାକୁ ଅତିରଞ୍ଜିତ କରୁଛି । କଂଗ୍ରେସର ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସର  ବରିଷ୍ଠ ନେତା ଦେବାଶିଷଙ୍କ ଯୁକ୍ତି କିନ୍ତୁ ଥିଲା ଭିନ୍ନ । ଏହା କଂଗ୍ରେସର ଦୋମୁହାଁ ନୀତି ବୋଲି ଅନେକ ସମାଲୋଚନା ମଧ୍ୟ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିବା ନୂଆ  ପିସିସି ସଭାପତିଙ୍କୁ ଏହା ଅଡୁଆରେ ପକାଇଥିଲା । ଏହା ପରେ ଭକ୍ତ ଦାସ ସ୍ପଷ୍ଟ ଭାବେ କହିଛନ୍ତି, କେହି ବି ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କିଛି ମତାମତ ଦେଇପାରିବେ ନାହିଁ ।   ସୂଚନାଯୋଗ୍ୟ ଯେ, ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଇପସିତା ଶତପଥୀ କିଟ୍ ର ଜଣେ କର୍ମଚାରୀ । ଦୀର୍ଘ ବର୍ଷ ହେବ ସେ କିଟରେ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି । ଏହି ଘଟଣାରେ ସେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଇପସିତା ଶତପଥୀଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ : କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜିଥିଲେ ସୁରକ୍ଷା ଢାଲ ?

ଖୋଲୁଛି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି । ଯେତେ ଖୋଳିଲେ ସେତେ ବାହାରୁଛି ଗୁମର। କେବଳ ଇଡ୍‌କୋ କି ଜିଏ ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି ଛାଡ଼ିନାହାନ୍ତି ଅଚ୍ୟୁତ ସାମନ୍ତ। ୨୦୧୬ରେ ବିଧାନସଭାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ୧୮.୧ ଏକର ଜଙ୍ଗଲ କିସମ ଜମିକୁ ଦଖଲ କରିଛି କିଟ୍ ସଂସ୍ଥା।

ଏହି ଜଙ୍ଗଲ ଜମିକୁ ସରକାରୀ ତହବିଲକୁ ଫେରାଇ ନେବାକୁ ଓଡ଼ିଶା ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁସାରେ ମାମଲା ହୋଇଛି । ସରକାର ଅବରୋଧ ମୁକ୍ତ କରିବାକୁ ପଦକ୍ଷେପ ବି ନେଇଛନ୍ତି । ଖାଲି ସେତିକି ନୁହେଁ, ପଥରଗାଡ଼ିଆ ଅଞ୍ଚଳରେ କିସ୍ ପକ୍ଷରୁ ୪.୦୩୨ ହେକ୍ଟର ବା ୧୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ନେଇ, ୨୦୧୬ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାଖଲ ହୋଇଥିଲା। ଯାହାକୁ ନେଇ କିସ୍‌କୁ ବାଜିଥିଲା ଏନଜିଟି ଛାଟ । ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି, ୨୦୧୭ ମାର୍ଚ୍ଚ ୨୧ରେ କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ସହ ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ :  ଉଚ୍ଛେଦ ପୂର୍ବରୁ ଛାନିଆଁ କିଟ୍; ସର୍ବ ସାଧାରଣ ରାସ୍ତାରୁ ହଟାଇଲା ଫୁଲକୁଣ୍ଡ

Congress Odisha Politics Bhakta Charan Das KIIT Bhakta Das Debashish Pattnaik KIIT University
Advertisment
Advertisment