ଯଦି ମୋବାଇଲ୍ ଫୋନ୍ କାହାକୁ ହସ୍ତାନ୍ତର କରିବା ପରେ ଡାଟା ସମ୍ପୂର୍ଣ୍ଣ ଉଡିଯାଏ ତେବେ ଏହା ନିଶ୍ଚିତ ଚକିତ କରିବା ଭଲି କଥା। ଏଭଳି ଏକ ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷର ଛାତ୍ରଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କ ହାତରେ ମୋବାଇଲ୍ ଫୋନ୍ ଆସିବା ମାତ୍ରେ ସମସ୍ତ ତଥ୍ୟ ଉଡ଼ିଯାଉଛି। ଏହି ବାଳକର ନାମ ଅସ୍ତିତ୍ୱ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାରେ ଅବସ୍ଥିତ ଜଟାରୀ ଗାଁର ବାସିନ୍ଦା। ବର୍ତ୍ତମାନ ଏହି ଛାତ୍ର ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମାଲିକଙ୍କ ହଜିଗଲା ଶୁଆ। ପକ୍ଷୀକୁ ଖୋଜିବା ଲାଗି ଥାନାରେ ଦାୟର କଲେ ମାମଲା। ଏପରି ଏକ ଅଦ୍ଭୁତ ମାମଲା ନୋଏଡ଼ାରୁ ସାମ୍ନାକୁ ଆସିଛି। ସ୍ଥାନୀୟ ଅଂଚଳରେ ରହୁଥିବା ଜଣେ ମହିଳା ତାଙ୍କ ଶୁଆ ହଜିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ହେଲେ ଶୁଆ ହଜିବାର ଛଅ ମାସ ପରେ ମଧ୍ୟ ପୋଲିସ ଶୁଆଟିକୁ ଖୋଜି ପାରିବାରେ ସମ୍ଭବ ହୋଇନାହିଁ
ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା ଦିଲ୍ଲୀ ଗୁରୁଦ୍ୱାରା ବାଂଲା ସାହିବରେ ରହିଛି ଏହି ଡାଇଗ୍ନୋଷ୍ଟିକ ସେଣ୍ଟର । ଏହି ଡାଇଗ୍ନୋଷ୍ଟିକ ସେଣ୍ଟରରେ ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି ।
ଦୀର୍ଘଦିନ ପରେ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ସପ୍ତାହରେ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି। ସୂଚନା ଅନୁସାରେ ମୋଦି ୨୪ ସେପ୍ଟେମ୍ବରରେ ୱାଶିଂଟନ୍ରେ କାଡ଼ ସମୁହର ନେତାଙ୍କ ସହିତ ଆୟୋଜିତ ଶିଖର ସମ୍ମିଳନୀରେ ଯୋଗ ଦେବା ନେଇ ସୂଚନା ମିଳିଛି
ବଢୁଛି ନୀରଜଙ୍କ କ୍ରେଜ। ସୋସିଆଲ ମିଡିଆ ଖୋଲିଲେ ତାଙ୍କରି ଫଟୋ। ଆଉ ଟିଭି ଖୋଲିଲେ ତାଙ୍କରି ଭିଡିଓ। ଟୋକିଓ ଅଲମ୍ପିକ ପରେ ସାରା ଭାରତରେ ନୀରଜଙ୍କ ଜୟ ଜୟକାର। ଏବେ ଟେଲିଭିଜିନ ଦୁନିଆର ଲୋକପ୍ରିୟ ଗେମ ଶୋ କୌନ୍ ବନେଗା କରୋଡପତିରେ ନୀରଜଙ୍କୁ ଦେଖିବାକୁ ମିଳିବ।
ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି
ରାସନ କାର୍ଡ ଅଛି। ହେଲେ ସମସ୍ତଙ୍କର ନାଁ ନାହିଁ। ଏମିତି ସମସ୍ୟାରେ ଆପଣ ପଡିଛନ୍ତି କି। ନିଜ ପରିବାରର ମେମ୍ବରଙ୍କ ନାଁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି କି। ଯଦି ହଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ମାତ୍ର କେଇ ମିନିଟରେ ଆପଣ ଏହି ସମସ୍ୟାର ସମାଧାନ କରି ପାରିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।
ସେଓର ରଙ୍ଗ କେମିତି। ଉତ୍ତର ମିଳେ ଲାଲ୍। ଦୁନିଆରେ ଆପଣ ଏ ପ୍ରଶ୍ନ ଯାହାକୁ ପଚାରିବେ ସମସ୍ତେ କହିଥାନ୍ତି ନାଲି। ହେଲେ ଆମେ ଆପଣଙ୍କୁ ଏମିତି ଏକ ସେଓ ଦେଖାଉଛୁ ଯାହା ଦେଖିବାକୁ ଲାଲ୍ ନୁହେଁ ତୁଳା ଭଳି ଧଳା
ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ।
ଭବାନୀପୁର ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବଢୁଛି ରାଜନୈତିକ ତାତି। ପୁଣି ମୁହାଁମୁହିଁ ବିଜେପି ଓ ଟିଏମସି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଧାନସଭାକୁ ନିର୍ବାଚିତ କରାଇବା ନେଇ ଏଠାରେ ସ୍ୱତନ୍ତ୍ର ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ଅଂଟା ଭିଡ଼ିଛି ବିଜେପି।
ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ଏଆଇଏମଆଇଏମ୍ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ ହଲାଲା ପାଇଁ ବାଧ୍ୟ କରିଥିଲେ । ଏ ନେଇ ଦିଲ୍ଲୀ ଜାମିଆ ନଗର ପୋଲିସ ଷ୍ଟେସନରେ ତାଙ୍କ ପୂର୍ବତନ ପତ୍ନୀ ଅଭିଯୋଗ କରିଛନ୍ତି ।
ମହାରାଷ୍ଟ୍ରର ଅମରାବତୀର ଏକ ନଦୀରେ ଡଙ୍ଗା ବୁଡ଼ିଯିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ମୋଟ୍ ୧୧ ଜଣ ଲୋକ ବୁଡ଼ି ଯାଇଥିବା ବେଳେ ତିନିଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏବେ ବି ୮ ଜଣ ଲୋକ ନିଖୋଜ ରହିଛନ୍ତି
ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି
ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଆଜିର ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ସୁସ୍ଥତାସଂଖ୍ୟା ୩,୨୪,୮୪,୧୫୯ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୩,୬୨,୨୦୭ ଆକ୍ଟିଭ୍ କେସ୍ ରହିଛି।
ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତମାନସକୁ ସାମିଲ କରାଯାଇଛି।
ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କର ଆଭ୍ୟନ୍ତରୀଣ ଅଙ୍ଗ ଶରୀରର ବିପରୀତ ପାର୍ଶ୍ୱରେ ରହିଛି। କୁହାଯାଇଛି ଯେ, ଏହା ହେଉଛି ବିଶ୍ୱର ଷଷ୍ଠ ମାମଲା ଏବଂ ଦେଶରେ ଚତୁର୍ଥ ମାମଲା। କିନ୍ତୁ ନିଜର ଏପରି ଅବସ୍ଥା ପରେ ନିଜ ବାପାଙ୍କ ଜୀବନ ବଂଚାଇ ଚର୍ଚ୍ଚାରେ ଏହି ଯୁବକ।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି
ହିନ୍ଦୀ ଭାଷାର ତିନୋଟି ବହି ଶୁବ୍ ଶୀଘ୍ର ସିଲାବସରେ ଅନ୍ତର୍ଭୁକ୍ତ କରାଯିବ । ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ସମାନେ ବର୍ତ୍ତମାନ ହିନ୍ଦୀ ଭାଷାରେ ନିଜ କୋର୍ସ କରିପାରିବେ । ହିନ୍ଦୀ ଭାଷାଭାଷୀ ଅଞ୍ଚଳର ମେଧାବୀ ଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଭାଷା ସଂସ୍ଥା ପକ୍ଷରୁ ପ୍ରଥମ ଥର ପାଇଁ ଏହି ତିନୋଟି ପୁସ୍ତକ ପ୍ରକାଶ କରାଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ମେଡିକାଲ ପାଠ୍ୟକ୍ରମରେ ଏହି ବହିକୁ ଅନ୍ତର୍ଭୁକ୍ତ କରିବା ପାଇଁ ହିନ୍ଦୀ ଭାଷା ସଂସ୍ଥାର ଅଧ୍ୟକ୍ଷ ଡ.ରାଜନାରାୟଣ ଶୁକ୍ଲା ୟୁପି ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ରଖିଛନ୍ତି । ଏ
ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।
ଦିଲ୍ଲୀର ସବଜି ମଣ୍ଡି ଅଞ୍ଚଳ ନିକଟରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଅଗ୍ନିଶମ ବାହିନୀ । ଅନେକ ଲୋକ ଏବେ ବି ମାଟି ତଳେ ଦବି କି ଅଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ।
ହେଲେ ଏହାରି ଭିତରେ ବିଧାତା ରବିଙ୍କ ପରିବାର ଉପରେ ସତେ ଯେପରି ଦାଉ ସାଜିଲା । ସେ କିଡନୀ ରୋଗରେ ଆକ୍ରାନ୍ତ ହେଲେ । ଆଜକୁ ୪ ବର୍ଷ ଧରି କଟକ ବଡ଼ ମେଡ଼ିକାଲକୁ ଯାଇ ଯାଇ ସବୁ କିଛି ହରେଇ ସାରିଲେଣି, ତଥାପି ରୋଗ ଭଲ ହେଉନି । ଅର୍ଥାଭାବରୁ ବର୍ଷେ ହେବ ମେଡ଼ିକାଲ ଯାଇପାରୁ ନାହାନ୍ତି , କେବଳ ଭଗବାନଙ୍କ ଭରଷାରେ ଘରେ ପଡ଼ି ରହିଛନ୍ତି ।
ରୋଡ୍ ଓପନିଂ ପାର୍ଟିର ଯବାନମାନେ ଜାତୀୟ ରାଜପଥ -୪୪ରେ ଥିବା ଏକ ଡିଭାଇଡର୍ ନିକଟରେ ବାଲି ବ୍ୟାଗରେ ରଖାଯାଇଥିବା ୬ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି । ଉଦ୍ଧାର ଗ୍ରେନେଡ୍ ଗୁଡ଼ିକ ଚାଇନିଜ୍ ବୋଲି ଜଣାପଡ଼ିଛି ।
ଘରକୁ ଆସିଲା କନ୍ୟା ରତ୍ନ, ଖୁସିରେ ଗଦଗଦ୍ ବାପା । ସାହି ପଡ଼ିଶାଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ । ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଭଳି ଅନେକ ଖବର ଶୁଣିଥିବେ । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ବିଚାରଧାରାରେ ପରିବର୍ତ୍ତନର ଧାରା ଆଣୁଛନ୍ତି ।
୨୦୧୮ରେ ଏକ ଦୁର୍ଘଟଣା ଯୋଗୁଁ ଦ୍ୱାରକା ପ୍ରସାଦ କଂୱର ଗୁରୁତର ଆହତ ହେବାସହ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଭଲ ନଥିବାରୁ ଶୁଣାଣି ଦିନ ସେ କୋର୍ଟ ପରିସରକୁ ଯିବାକୁ ଅସମର୍ଥ ଥିଲେ । ଏହା ପରେ ସେସନ୍ କୋର୍ଟର ବିଚାରପତି ବିପି ଭର୍ମା ନିଜେ ବାହାରକୁ ଆସିଥିଲେ ଏବଂ ଲୋକ ଅଦାଲତରେ ଦ୍ୱାରକା ପ୍ରସାଦଙ୍କ କ୍ଷତିପୂରଣ ସମ୍ମର୍କିତ ଆବେଦନର ଶୁଣାଣି କରିଥିଲେ ।