• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଡ଼ୁଆରେ ଏଆଇଏମଆଇଏମ୍‌ର ପୂର୍ବତନ ନେତା

ନୂଆଦିଲ୍ଲୀ : ଏଆଇଏମଆଇଏମ୍‌ର ପୂର୍ବତନ ନେତା ରିୟାଜୁଦ୍ଦିନ ଖାନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ଯାଇ ଅଡ଼ୁଆରେ ଫସି ଯାଇଛନ୍ତି । ଇସଲାମ ଧର୍ମ ଅନୁଯାୟୀ ପୂନର୍ବାର ବିବାହ ବା ନିକାହ କରିବା ପାଇଁ ‘ହଲାଲା’ ଜରୁରୀ ଅଟେ । ଏନେଇ ରିୟାଜୁଦ୍ଦିନ ତାଙ୍କୁ ବନ୍ଧୁଙ୍କ ସହ ପୂର୍ବତନ ପତ୍ନୀଙ୍କ ସହ ହଲାଲା ପାଇଁ ବାଧ୍ୟ କରିଥିଲେ । ଏ ନେଇ ଦିଲ୍ଲୀ ଜାମିଆ ନଗର ପୋଲିସ ଷ୍ଟେସନରେ ତାଙ୍କ ପୂର୍ବତନ ପତ୍ନୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ରିୟାଜୁଦ୍ଦିନଙ୍କ ନାଁରେ ଦୁଷ୍କର୍ମ ପାଇଁ ଉଦ୍ୟମ ଓ ଅସଦାଚରଣର ଅଭିଯୋଗ ହୋଇଛି । ଏଥି ସହିତ ପୋଲିସ ରିୟାଜୁଦ୍ଦିନଙ୍କ ନାଁ ରେ ଅପରାଧିକ ଷଡ଼ଯନ୍ତ୍ରର ଦଫା ଲଗାଇଛି ।

ସୂଚନା ଅନୁସାରେ ମହିଳା ଜଣକ ରିୟାଜୁଦ୍ଦିନଙ୍କୁ ଛାଡପତ୍ର ଦେବା ପରେ ନିଜ ଛୁଆ ସହିତ ଦିଲ୍ଲୀ ଜାମିଆ ନଗରରେ ରହୁଥିଲେ । ଏହାପରେ ମହିଳା ଜଣକ ୨୦୧୨ରେ ରିୟାଜୁଦ୍ଦିନଙ୍କ ବନ୍ଧୁ ଫରିୟାଦଙ୍କୁ ବିବାହ କରିଥିଲେ । ଏବେ ବିବାହର ୯ ବର୍ଷ ପରେ ରିୟାଜୁଦ୍ଧିନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ତାଙ୍କ ବନ୍ଧୁଙ୍କ ସହ ହଲାଲା ପାଇଁ ବାଧ୍ୟ କରାଇଥିଲେ ଓ ଯାହାଦ୍ୱାରା ସେ ପୂର୍ନବାର ତାଙ୍କୁ ବିବାହ କରିପାରିବେ । ଫରିୟାଦ ମଧ୍ୟ ତାଙ୍କୁ ଟ୍ରିପଲ୍ ତଲାକ ଉଚ୍ଚାରଣ କରି ତାଙ୍କ ସହିତ ବିବାହ ବିଛେଦ କରିଥିଲେ ।

ଇସଲାମ ଧର୍ମ ଅନୁଯାୟୀ ଜଣେ ମୁସଲମାନ ମହିଳାଙ୍କ ଦ୍ୱିତୀୟ ବିବାହକୁ ‘ହଲାଲା’ କୁହାଯାଏ । ଜଣେ ଛାଡ଼ପତ୍ର ପାଇଥିବା ମହିଳା ଅନ୍ୟଜଣଙ୍କୁ ବିବାହ କରିବା ପରେ ଯଦି ସଂପର୍କ ଠିକ୍ ରହିନଥାଏ ତାହେଲେ ସେ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ଛାଡପତ୍ର ଦେଇ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ । ଇସଲାମ ଅନୁସାରେ ଏହାକୁ ‘ହଲାଲା’ ପ୍ରଥା କୁହାଯାଏ ।

ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ରିୟାଜୁଦ୍ଦିନ ଖାନ୍ ଉତ୍ତରପ୍ରଦେଶର ଏଆଇଏମଆଇଏମ୍‌ର ସଚିବ ଅଟନ୍ତି । ସେ ଆହୁରୁ ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ଅନ୍ୟ ପକ୍ଷରେ ରିୟାଜୁଦ୍ଦିନ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ଏକ ସପ୍ତାହ ଆଗରୁ ମୁଁ ଦଳ ଛାଡି ଦେଇଛି । ମହିଳା ଜଣକ ତାଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ରିୟାଜୁଦ୍ଦିନ କହିଛନ୍ତି । ତେବେ ଏତଲାକୁ ଭିତ୍ତି କରି ଜାମିଆ ନଗର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।