Advertisment

ଏଣିକି ଜମିରେ କୀଟନାଶକ ସିଞ୍ଚନ ପାଇଁ ମିଳିବ ଡ୍ରୋନ ସୁବିଧା

ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି।  ଭାରତୀୟ କୃଷି ଗବେଷଣା ପରିଷଦ  (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍   ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି
undefined

pesticides sprinkle by drone

ଗୋଡ୍ଡା: ଝାଡଖଣ୍ଡର ଚାଷୀଙ୍କ ପାଇଁ ଖୁସି ଖବର । ଗୋଡ୍ଡା ଜିଲ୍ଲାର କୃଷକମାନେ ଏବେ ଡ୍ରୋନ ସାହାଯ୍ୟରେ କୀଟନାଶକ ସ୍ପ୍ରେ କରିପାରିବେ ।  ଭାରତୀୟ କୃଷି ଗବେଷଣା ପରିଷଦ ନିର୍ଦ୍ଦେଶରେ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏ ନେଇ ଡ୍ରୋନ୍‌ର ଡେମୋ ଟେଷ୍ଟ କରାଯାଇଥିଲା । ଏହି ଡ୍ରୋନ୍ ୧ କିଲୋମିଟର ଦୂରତା ମଧ୍ୟରେ ପ୍ରାୟ ୪୦୦ ମିଟର ଉଚ୍ଚତାରୁ କୀଟନାଶକ ସିଞ୍ଚନ କରିପାରିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଡ୍ରୋନ୍ ୨୮ କିଲୋ ଓଜନକୁ ନେଇ ବାୟୁରେ ଉଡ଼ିପାରିବ ।

Advertisment

 ICAR ନିର୍ଦ୍ଦେଶରେ ହୋଇଥିବା ଏହି  ପରୀକ୍ଷା ପରେ ଜିଲ୍ଲାର କୃଷକମାନେ ଆଗାମୀ ଦିନରେ କୀଟନାଶକ ସ୍ପ୍ରେ କରିବା ପାଇଁ ଡ୍ରୋନର ସୁବିଧା ପାଇପାରିବେ । କୃଷି ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଡ୍ରୋନ୍ ସାହାଯ୍ୟରେ କେବଳ ଧାନ କ୍ଷେତ ନୁହେଁ,  ଆମ୍ବ ଓ ନଡ଼ିଆ ଗଛରେ ମଧ୍ୟ ସ୍ପ୍ରେ କରାଯାଇପାରିବ । ଏହାସହ କ୍ଷେତ ଗୁଡିକର ଏରିଲ୍ ସର୍ଭେ କରାଯାଇପାରିବ ଏବଂ କୃଷକମାନେ ଭଲ ଭାବରେ ନିଜ ଫସଲର ଯତ୍ନ ନେଇପାରିବେ ।

Advertisment

ସୂଚନାଯୋଗ୍ୟ, ଝାଡଖଣ୍ଡର ମୋଟ ୧୧ ଟି ଜିଲ୍ଲାରେ ଏହି ଡେମୋ ଟେଷ୍ଟ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଯେ, ସାଧାରଣ ଚାଷୀଙ୍କ ପାଇଁ ଡ୍ରୋନ୍ କିପରି ଉପଲବ୍ଧ ହେବ? କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ରବି ଶଙ୍କର ପ୍ରସାଦ କହିଛନ୍ତି, ବର୍ତ୍ତମାନ ଯାଞ୍ଚ ପାଇଁ ଏହି ଡେମୋ ଟେଷ୍ଟ ରିପୋର୍ଟକୁ ଚେନ୍ନାଇ ପଠାଯିବ। ରିପୋର୍ଟରେ ସବୁକିଛି ଠିକ ରହିଲେ ଏହି ସୁବିଧା ସାଧାରଣ ଚାଷୀଙ୍କ ପାଇଁ ଖୁବ୍‌ ଶୀଘ୍ର ଉପଲବ୍ଧ ହୋଇ ପାରିବ ।

ତେବେ ଡ୍ରୋନର ବ୍ୟବହାରକୁ ନେଇ ବର୍ତ୍ତମାନ ସୁଦ୍ଧା ଚାଷୀମାନେ କୌଣସି ସହମତି ପ୍ରକାଶ କରିନାହାଁନ୍ତି । କେତେକ ଚାଷୀ ଏହାର ବ୍ୟବହାରକୁ ନେଇ ଉଭୟ ସକାରାତ୍ମକ ପ୍ରତିକ୍ରିୟା ରଖିଥିବାବେଳେ କେତେକ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଯୁବ କୃଷକ ଅଭୟ କହିଛନ୍ତି, ଡ୍ରୋନଟିର ମୂଲ୍ୟ ୭ ଲକ୍ଷ ଟଙ୍କା ରଖାଯାଇଛି, ଯାହାକୁ କିଣିବା ପାଇଁ ସାଧାରଣ ଚାଷୀମାନେ ସକ୍ଷମ ହେବେନାହିଁ । କାରଣ ସାଧାରଣ ଚାଷୀଙ୍କ ପାଇଁ ଏତେ ଟଙ୍କା ଯୋଗାଡ କରିବା ସହଜ ନୁହେଁ ।

ତେବେ କିଛି କୃଷକ ଏହାକୁ ନେଇ ସକାରାତ୍ମକ ମତାମତ ମଧ୍ୟ ଦେଇଛନ୍ତି । ଲାଲମାଟିଆର କୃଷକ ଶୁଭମ୍ କହିଛନ୍ତି, ଏହି ସୁବିଧା ଫଳରେ କମ୍‌ ମ୍ୟାନ୍‌ ପାୱାର ଆବଶ୍ୟକ ପଡିବ। ସେ କହିଛନ୍ତି, କୃଷକମାନେ ମିଳିତ ଭାବେ ଏହାକୁ କିଣିପାରିବେ, ଯାହାଦ୍ୱାରା ମୁଣ୍ଡପିଛା ଚାଷୀଙ୍କୁ କମ୍‌ ଟଙ୍କା ଦେବାକୁ ପଡିବ ।

Farmers Jharkhand Pesticides
Advertisment
Advertisment