Advertisment

ମହିଳାଙ୍କୁ ସୁରକ୍ଷା ଦେବ ନିର୍ଭୟା ସ୍କ୍ୱାଡ୍

ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍।  ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
pree meet of  Mumbai police commissioner

pree meet of Mumbai police commissioner

ମୁମ୍ବାଇ: ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍।  ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଡିଜିପି ଏବଂ ଉଚ୍ଚ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

Advertisment

ପ୍ରତି ୫ଟି ଥାନାକୁ ନେଇ ଜଣେ ନୋଡାଲ ଅଫିସର ରହିବେ । ଜଣେ ମହିଳା ଆସିଷ୍ଟାଣ୍ଟ ପୋଲିସ କମିଶନର କିମ୍ବା ମହିଳା ଇନ୍ସପେକ୍ଟରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ।  ଶିଶୁ, ଅନାଥ ପିଲା, ବାଳାଶ୍ରମ, ମହିଳା ହଷ୍ଟେଲ ଉପରେ ମଧ୍ୟ ନଜର ରଖିବ ନିର୍ଭୟା ସ୍କାଡ। ଯୁବତୀଙ୍କ ସହ କିଛି ନିର୍ଯାତନା କିମ୍ବା ସେପରି କିଛି ବ୍ୟବହାର ହେଉଛି କି ? ପରିବାର ଓ କିମ୍ବା ଆଖପାଖ ସମାଜରେ ଘଟୁଥିବା ଘଟଣାବଳିକୁ ତନାଘନା କରିବ ନିର୍ଭୟା ସ୍କ୍ୱାଡ୍ । ଏହି ସ୍କ୍ୱାଡରେ ଜଣେ ମହିଳା ସବ୍‌ ଇନ୍ସପେକ୍ଟର, ମହିଳା କନ୍‌ଷ୍ଟେବଲ, ପୁରୁଷ କନ୍‌ଷ୍ଟେବଲ୍‌ ଏବଂ ଡ୍ରାଇଭର ପାଟ୍ରୋଲିଂ କରିବେ।

Advertisment

ଏଥି ସହିତ ନିର୍ଭୟା ସ୍କ୍ୱାର୍ଡ ଯେପରି ଆଶାନୁରୂପ କାମ କରିବ ସେଥିପାଇଁ ବରିଷ୍ଠ ପୋଲିସ ଅଧିକାରୀ ମାସିକ ପୁରସ୍କାର ଘୋଷଣା କରିଛନ୍ତି। ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।  ଏହାସହ ବିଦ୍ୟାଳୟ, ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହେବ। ଏଥିପାଇଁ  ସ୍କ୍ୱାଡ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ।  ଏଥିସହିତ ଏକ ଅଭିଯୋଗ ବାକ୍ସ ମଧ୍ୟ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ସ୍ଥାନରେ ରଖାଯିବ। ଅଭିଯୋଗ ଗ୍ରହଣ କରାଯିବା ପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ରେକର୍ଡ ରଖାଯିବ। 

କିଛି ଦିନ ତଳେ ଦିଲ୍ଲୀ ଭଳି ମୁମ୍ବାଇ ସାକିନାନା ଅଞ୍ଚଳରେ ନିର୍ଭୟାକାଣ୍ଡ ହୋଇଥିଲା ।  ଗତ ୧୦ ତାରିଖ ସକାଳେ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଖୈରାନି ରୋଡ୍‌ରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ନେଇ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ମହିଳାଙ୍କ ଅବସ୍ଥା ସଙ୍କାପନ୍ନ ଥିଲା ଓ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ହେଲେ ପରଦିନ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏହି ଘଟଣାକୁ  ନେଇ ସାରା ଦେଶରେ ପ୍ରତିବାଦର ସ୍ୱର ଉଠିଥିଲା ।

Mumbai Police Nirbhaya Squad
Advertisment
Advertisment