• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପ୍ରିନ୍ସ ରାଜ୍‌ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

  • ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ କରାଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍‌ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି । ସୂଚନା ଅନୁସାରେ ୩ ମାସ ପୂର୍ବରୁ ପ୍ରିନ୍ସ ରାଜ୍ ଦୁଷ୍କର୍ମ କରିବା ସହିତ ହତ୍ୟା ଧମକ ଦେଇଥିବା ପୋଲିସରେ ଅଭିଯୋଗ କରିଥିଲେ ପୀଡ଼ିତା । ଏଥି ସହିତ ସେ ଅଭିଯୋଗ କରିଛନ୍ତି ଯେ ପ୍ରିନ୍ସ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଏହି ବାବଦରେ କୌଣସୀ ପଦକ୍ଷେପ ନେଇ ନଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେପ୍ଟେମ୍ବର ୯ ତାରଖରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏତଲା ଦାୟର କରିଛି ।

ପୀଡ଼ିତା ଜଣକ ଜଣେ ଏଲଜେପିର କର୍ମୀ ହୋଇଥିବା ବେଳେ ୨୦୨୦ରେ ପ୍ରିନ୍ସ ରାଜ୍ ପାଶୱାନ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଦୁଷ୍କର୍ମ କରାଯାଇ ତାଙ୍କର ଅଶ୍ଳୀଳ ଭିଡିଓ କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ତେବେ ଏ ଘଟଣା ନେଇ ମହିଳା ଜଣକ ଚିରାଗ ପାଶୱାନଙ୍କୁ ଜଣାଇବା ପରେ ଚିରାଗ ତାଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କର ପରିଚୟକୁ ସାର୍ବଜନୀନ କରିଥିଲେ ଓ ପ୍ରିନ୍ସ ରାଜଙ୍କୁ ସାହାଯ୍ୟ କରିଥିଲେ ବୋଲି ମହିଳା ଜଣକ କହିଛନ୍ତି । ତେବେ ଏଲଜେପି ସାଂସଦ ପ୍ରିନ୍ସ ରାଜ୍ ପାଶୱାନ କିନ୍ତୁ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ପୀଡ଼ିତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ।

ଜୁନ୍ ୧୭ରେ ପ୍ରିନ୍ସ ରାଜ୍ ଏକ ବିବୃତ୍ତିରେ ଟୁଇଟ୍ କରିଥିଲେ ,ଯେଉଁଥିରେ ସେ ମହିଳାଙ୍କ ଅସଦାଚରଣ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ ଲେଖିଛନ୍ତି ଯେ ମୋ ବିରୁଦ୍ଧରେ କରାଯାଇଥିବା ସମସ୍ତ ଅଭିଯୋଗକୁ ମୁଁ ଅସ୍ୱୀକାର କରୁଛି । ଏହି ସବୁ ଅଭଯୋଗ ସଂପୂର୍ଣ୍ଣ ରୂପେ ମିଥ୍ୟା ବୋଲି ସେ କହିଛନ୍ତି । ମୋର ସମ୍ମାନ ଓ ପ୍ରତିଷ୍ଠାକୁ ‍କ୍ଷୁର୍ଣ୍ଣ କରିବା ପାଇଁ ଏକ ଅପରାଧିକ ଷଡ଼ଯନ୍ତ୍ର କରାଯାଇଛି ବୋଲି ପ୍ରିନ୍ସ କହିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ ମହିଳାଙ୍କ ସୁରକ୍ଷା ପାଇଁ କରାଯାଇଥିବା ଆଇନର ବାରମ୍ବାର ଅପବ୍ୟବହାର ଓ କୁତ୍ସିତ ଉଦ୍ୟମ ହେଉଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ପୂର୍ବରୁ ମହିଳା ଜଣକ ତାଙ୍କ ନାଁରେ ଫେବୃଆରୀରେ ଅଭିଯୋଗ ଆଣିଥିଲେ ବୋଲି ପ୍ରିନ୍ସ କହିଛନ୍ତି ।