Advertisment

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର

ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି

author-image
Sarbeswar
Bhupendra Patel

Bhupendra Patel

ଗାନ୍ଧୀନଗର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭୂପେନ୍ଦ୍ର ପଟେଲ। ରାଜଭବନରେ ଚାଲିଛି ଶପଥ ଗ୍ରହଣ କାର୍ଯ୍ୟକ୍ରମ। ହେଲେ ଭୂପେନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳରେ ପରେ କାହାକୁ ମନ୍ତ୍ରୀ ପଦ ଦିଆଯିବ ସେନେଇ ଦଳୀୟ ପଦାଧିକାରୀ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ଗତକାଲି ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ରଙ୍କ ନାଁ ଉପରେ ମୋହର ଲାଗିଥିଲା। ବିଜେପି ଟିକେଟରେ ଗୁଜରାଟର ଘାଟଲୋଡ଼ଇା ନିର୍ବାଚନ ମଣ୍ଡଳିରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭୂପେନ୍ଦ୍ର ।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ ଏହି ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ୁଥିଲେ। ତାଙ୍କ ଘନିଷ୍ଠ କୁହାଯାଉଥିବା ଭୂପେନ୍ଦ୍ର ପଟେଲ ପେସାରେ ଜଣେ ଇଞ୍ଜିନିୟର। ସେ ଅହମ୍ମଦାବାଦ୍ ଡେଭଲପମେଣ୍ଟ ବୋର୍ଡର ସଭାପତି ଥିଲେ। ପଟିଦାର ସମ୍ପଦ୍ରାୟଙ୍କ ମଧ୍ୟରେ ବେଶ ଦବ୍ଦବା ରହିଛି ଭୂପେନ୍ଦ୍ରଙ୍କର। ବିଶେଷ କରି ବ୍ୟବସାୟୀଙ୍କ ମଧ୍ୟରେ ଭୂପେନ୍ଦ୍ରଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି ।ଏକାଧିକ ବ୍ୟବସାୟିକ ସଂଘ ସହ ସେ ସପୃକ୍ତ ଅଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବ ଭାଇ ପଟେଲଙ୍କୁ ହରେଇଥିଲେ। ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ନାମ ସାମ୍ନାକୁ ଆସିଥିଲା।

Advertisment

ଏହି ଦୌଡରେ କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାବିୟା, ପୁରୁଷୋତ୍ତମ ରୁପାଲା, ଲକ୍ଷଦ୍ୱୀପ ପ୍ରଶାସକ ପ୍ରଫୁଲ୍ ପଟେଲ୍, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ୍, ସିଆର୍ ପାଟିଲ୍ ଓ ଗୋରଧନ ଝଡକିଆଙ୍କ ନାମ ସାମିଲ ଥିଲା। କିନ୍ତୁ ବିଜେପି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲା । ବିଧାୟକ ଦଳ ବୈଠକରେ ଭୁପେନ୍ଦ୍ର ପଟେଲଙ୍କ ନାମରେ ଶେଷ ମୋହର ବାଜିଛି। ଏହା ପୂର୍ବରୁ ଯେତେବେଳେ ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ସେତେବେଳେ ନିତିନ୍ ପଟେଲଙ୍କ ନାମ ଆଗରେ ଚାଲିଥିଲା। କିନ୍ତୁ ପରେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେଲା ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୂପାଣୀଙ୍କ ନାମ ଘୋଷଣା କରାଯାଇଥିଲା।

Gujarat India Bhupendra Patel
Advertisment
Advertisment