ପ୍ରୟାଗରାଜ ବାଗମ୍ବରୀ ମଠ ପରିସରରେ ଭୂ-ସମାଧିସ୍ଥ ହେଲେ ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରି । ସେପଟେ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଏହି ଦିବଂଗତ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ
ପଶ୍ଚିମବଙ୍ଗ ଭବାନୀପୁର ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କୁ କଡା ଟକ୍କର ଦେବାକୁ ବିଜେପି ଚଲାଇଛି ଜୋରଦାର କ୍ୟାମ୍ପେନ। ମମତାଙ୍କ ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ନିଜ ପ୍ରଚାର ଅଭିଯାଜକୁ ଜୋରଦାର କରିଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ
ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ସମାଧି ଦିଆଯାଇଥିଲା।
ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି।
ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି।
ଚଳିତ ବର୍ଷ ନଭେମ୍ବରରେ ମହିଳାଙ୍କୁ National Defence Academy (NDA) ପରୀକ୍ଷାରେ ସାମିଲ କରାଇବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। NDA ପ୍ରବେଶିକା ପରୀକ୍ଷାରେ ମହିଳାଙ୍କୁ ସାମିଲ ନେଇ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।
ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍ ଆଜି ହେବ ଶବ ବ୍ୟବଚ୍ଛେଦ।
ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍ ଶେଷରେ ଫସର ଫାଟିଛି।
୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନରେ ପହଞ୍ଚିବେ।
ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି କୋଭିସିଲ୍ଡ ।
ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ସହରରେ ଏହା ପ୍ରାୟ ୧ ରହିଛି। ଦିଲ୍ଲୀ ଏବଂ ପୁଣେରେ R ଭାଲ୍ୟୁ ୧ ରୁ କମ୍ ଅଛି। ମହାରାଷ୍ଟ୍ର ଏବଂ କେରଳର R ଭାଲ୍ୟୁ ୧ରୁ କମ୍ ରହିଛି।
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ । ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର ଚୌଧରୀ ।
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ତୋଷ ତିୱାରୀ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। ଏମାନେ ତାଙ୍କୁ ମାନସିକ ସ୍ତରରେ ଅସୁବିଧାରେ ପକାଉଥିଲେ।
ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।
ସାଇବର ଠକଙ୍କ ଠକେଇର ଶିକାର ହେବା ଆଗରୁ ଜାଣନ୍ତୁ ଏ କଥା। ନଚେତ୍ କେତେବେଳେ ଆପଣଙ୍କ ଆଜାଣତରେ ଆକାଉଣ୍ଟ ଖାଲି ହୋଇ ଯାଇପାରେ। ଆପଣ ଯେମିତି ଠକାମୀର ଶିକାର ନ ହେବେ ସେଥିପାଇଁ ଷ୍ଟେଟ ବ୍ୟାଙ୍କ ଜାରି କରିଛି ଏହି ଭିଡ଼ିଓ
ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ୮୦୯.୫ ମିଲିୟନ ଡଲାର ଅର୍ଥାତ୍ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା ।
ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା । ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବ ସେମାନଙ୍କୁ ୧୦ ହଜାର ଟଙ୍କାର ଜୋରିମାନ ଦେବାକୁ ପଡ଼ିପାରେ ।
ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି।
ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।
ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ? ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।
କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ
ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର ଯୁବ ଦଳ ଦ୍ୱାରା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ଯାହାର ମଡେଲ ଦେଖିବାକୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।