Advertisment

ହ୍ୱାଟ୍ସଆପ୍‌ରୁ ଉଠିବ ଏହି ଫିଚର

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍‌ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍‌ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
Whatsapp is removing messenger rooms service

Whatsapp is removing messenger rooms service

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍‌ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍‌ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment

ଏକ ବର୍ଷ ପୂର୍ବରୁ ହ୍ୱାଟ୍ସଆପରେ ଯୋଡା ଯାଇଥିବା ଏକ ଫିଚରକୁ କମ୍ପାନୀ ହଟେଇ ଦେଇଛି। ଆପଣମାନେ ଆଉ ହ୍ୱାଟ୍ସଆପ୍‌ରେ ମେସେଞ୍ଜର ରୁମ୍ ସେବା ବ୍ୟବହାର କରି ପାରିବେ ନାହିଁ। ଏହି ଖବର ଦେଇଛି WABetaInfo। ଏହି ଫିଚର ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଭର୍ସନରୁ ହଟେଇ ଦିଆଯିବ।

ଏହି ହ୍ୱାଟ୍ସଆପ୍ ସର୍ଟକଟ୍ ମେ ୨୦୨୦ରେ ଲଞ୍ଚ କରାଯାଇଥିଲା, ଯାହା ଉପଭୋକ୍ତାମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଫେସ୍‌ବୁକ୍ ମେସେଞ୍ଜର୍‌ରେ ୫୦ ଅଂଶଗ୍ରହଣକାରୀଙ୍କ ଏକ ଗ୍ରୁପ୍ ତିଆରି କରିବାକୁ ଅନୁମତି ଦେଇଥିଲା। ଏଥୁରୁ ଅନୁମାନ କରାଯାଉଛି ଯେ ବୋଧହୁଏ ଅନ୍ୟ କିଛି ଫିଚର ସର୍ଟକଟ୍ ବ୍ୟବହାର କରିବା ନେଇ ଏହି ସର୍ଟକଟ୍ ହଟାଯାଇଛି।

Advertisment

WABetaInfo ଅନୁଯାୟୀ, କମ୍ପାନୀର ଏହି ଫିଚର୍ ଅଧିକାଂଶ ଉପଭୋକ୍ତାମାନଙ୍କ ଦ୍ୱାରା ବ୍ୟବହୃତ ନ ହେବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛି। ଖବର ଅନୁଯାୟୀ, ହ୍ୱାଟ୍ସଆପ୍‌ ବିଟା IOS 2.21.190.11 ଏବଂ ହ୍ୱାଟ୍ସଆପ୍‌ ବିଟା ଆଣ୍ଡ୍ରଏଡ୍ 2.21.19.15 ର ଉଭୟ ବିଟା ଭର୍ସନରେ ଏହି ଫିଚର ରହିବ ନାହିଁ। ତେବେ ହ୍ୱାଟ୍ସଆପ୍‌ରୁ ଏହି ଫିଚର ହଟାଗଲା ପରେ ଉପଭୋକ୍ତାମାନଙ୍କୁ ଡକ୍ୟୁମେଣ୍ଟ୍ କ୍ୟାମେରା ଗ୍ୟାଲେରୀ ଅଡିଓ ଓ କଣ୍ଟାକ୍ଟ ସର୍ଟକଟ୍ ଦେଖିବାକୁ ମିଳିବ।

ଉପଭୋକ୍ତାମାନେ ଏହା ଉପରେ ଟ୍ୟାପ୍ କରି ସେମାନଙ୍କର କଣ୍ଟାକ୍ଟଙ୍କ ସହିତ ତଥ୍ୟ ଏବଂ ସୂଚନା ଶେୟାର କରିବାକୁ ସମର୍ଥ ହେବେ। ହ୍ୱାଟ୍ସଆପ୍‌ IOS ବିଟା ସଂସ୍କରଣରେ ଏକ ନୂଆ ଫିଚର ଆଣିଛି, ଯାହା ଏକ ଅସ୍ଥାୟୀ ଗ୍ରୁପ୍ ସୃଷ୍ଟିକରିବା ସମୟରେ ଉପଭୋକ୍ତାମାନଙ୍କୁ ଶୀଘ୍ର ଏକ ଇମୋଜି କିମ୍ବା ଷ୍ଟିକର୍ ଗ୍ରୁପ୍ ଆଇକନ୍ ଭାବରେ ସେଟ୍ କରିବାକୁ ଅନୁମତି ଦେବ। ଏହି ଫିଚର ଜନ୍ମଦିନ ପାର୍ଟୀ କିମ୍ବା ଇଭେଣ୍ଟ କ୍ଷେତ୍ରରେ ଗ୍ରୁପ୍‌ ସୃଷ୍ଟିକରିବା ନେଇ ସୁଯୋଗ ଦେବ।

WhatsApp New Delhi
Advertisment
Advertisment