Advertisment

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା : ୬ ଜଣଙ୍କୁ ଗିରଫ କଲା ପୋଲିସ୍

ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
Narendra Giri

Narendra Giri

ପ୍ରୟାଗରାଜ : ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବହୁ ରାଜନୈତିକ ଦଳ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି ସୂଚନା ମିଳିଛି । ଜବତ୍ ହୋଇଥିବା ସୁଇସାଇଡ୍ ନୋଟ୍ ଉପରେ ମଧ୍ୟ ତଦନ୍ତ ଜାରି ରହିଛି । ଆଗାମୀ ସମୟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରାଯିବ । ମହନ୍ତଙ୍କୁ Y ବର୍ଗର ସୁରକ୍ଷା ମିଳିଥିଲା ।

Advertisment

ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା । ଆଉ ତା’ପରେ ବିଳମ୍ବିତ ରାତିରେ ଗତକାଲି ହରିଦ୍ୱାରରୁ ତାଙ୍କ ଶିଷ୍ୟ ଆନନ୍ଦ ଗିତିଙ୍କୁ ଗିରଫ କରାଯାଇଥିଲା । ସୁଇସାଇଡ୍ ନୋଟରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶିଷ୍ୟ ଆନନ୍ଦ ଗିରି ନିର୍ଯାତନା ଦେଇଥିବା ଉଲ୍ଲେଖ ହୋଇଥିବା ପୋଲିସ୍ କହିଛି ।

ସୁଇସାଇଡ୍ ନୋଟରେ କ’ଣ ଲେଖାଯାଇଛି?

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଯୋଗଗୁରୁ ସ୍ୱାମୀ ଆନନ୍ଦ ଗିରି, ଲେଟେ ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଧ୍ୟା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମ ଉଲ୍ଲେଖ ରହିଛି । ଆଉ ଏମାନେ ତାଙ୍କ ମୃତ୍ୟୁର କାରଣ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ନୋଟରେ ଲେଖାଯାଇଥିବା ଅଧିକାଂଶ କଥା ମଠ, ମନ୍ଦିର ଏବଂ ସିଂହାସନର ଉତ୍ତରାଧିକାରୀ ସହିତ ଜଡିତ । ନିଜର ଉତ୍ତରାଧିକାରୀ ଭାବରେ ମହନ୍ତ ବଲ‍ବୀର ନାମକ ଜଣେ ଶିଷ୍ୟ ବିଷୟରେ ଉଲ୍ଲେଖ ହୋଇଛି । ଚିଠିରେ ଲେଖାହୋଇଛି 'ମୁଁ ସମ୍ମାନ ବିନା ବଞ୍ଚି ପାରିବି ନାହିଁ । ମୁଁ ଅବସାଦରେ ଅଛି ମୁଁ କ’ଣ କରିବି, ମୁଁ କିପରି ବଞ୍ଚିବି ? ଆନନ୍ଦ ଗିରିଙ୍କ ହେତୁ ମୋର ବଦନାମୀ ହୋଇଛି । କେତେ ଜଣଙ୍କୁ ସଫେଇ ଦେବି ? ଏପରି ଜୀବନ ଜିଇଁବା ଭାରି କଷ୍ଟକର । ଏପରି ଜିଇଁବା ଅପେକ୍ଷା ମରିଯିବା ଭଲ ।

Advertisment

ତେବେ ସୁଇସାଇଡ୍ ନୋଟ୍ ଉପରେ ଭିନ୍ନ ମତ ରଖିଛନ୍ତି ନରେନ୍ଦ୍ର ଗିରିଙ୍କ ଶିଷ୍ୟମାନେ । ସେମାନେ କହିଛନ୍ତି ମହାରାଜ (ମହନ୍ତ) ନିଜେ ଦୁଇଟି ଧାଡ଼ି ମଧ୍ୟ ଲେଖିପାରନ୍ତି ନାହିଁ । ଯେତେବେଳେ ବି ତାଙ୍କୁ କିଛି ଲେଖିବାକୁ ପଡ଼େ, ଶିଷ୍ୟଙ୍କୁ ଡାକି ଲେଖାନ୍ତି । ଏଭଳି ସ୍ଥିତିରେ ସେ ସାତ-ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ କେବେ ଓ କିପରି ଲେଖିଛନ୍ତି ? ତାହା କେହି ବୁଝିପାରୁ ନାହାଁନ୍ତି । ତେବେ କିଛି ଶିଷ୍ୟ କହିଛନ୍ତି, ସୁଇସାଇଡ୍ ନୋଟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ ।

ଏହି ମାମଲାରେ ବର୍ତ୍ତମାନ ପୋଲିସ ମୋବାଇଲ କଲ୍ ଡିଟେଲ୍ ରିପୋର୍ଟ ମିଳିଛି । ସେଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ୬ ରୁ ୧୦ଘଣ୍ଟା ପୂର୍ବରୁ ମହନ୍ତଙ୍କ ସହ କଥାବାର୍ତ୍ତା ହୋଇଥିବା ଲୋକଙ୍କୁ ପୋଲିସ ପଚରାଉଚରା କରିବ । ମହନ୍ତଙ୍କ ମୃତ୍ୟୁକୁ ନେଇ ପ୍ରୟାଗରାଜ ପୋଲିସକଙ୍କୁ ଏକ ଭିଡିଓ ମଧ୍ୟ ମିଳିଛି। ସୂଚନାଯୋଗ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ଶିଷ୍ୟ ଆନନ୍ଦ ଗିରିଙ୍କ ମଧ୍ୟରେ ବିବାଦ ଚାଲିଥିଲା । ମହନ୍ତଙ୍କ ମୃତ୍ୟୁକୁ ଏହି ବିବାଦ ସହ ଯୋଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

Narendra Giri Death
Advertisment
Advertisment