• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଶାଢ଼ୀ ପିନ୍ଧଲେ ରେସ୍ତୋରାଁକୁ ନାହିଁ ଅନୁମତି

  • ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ଶାଢ଼ୀ ପିନ୍ଧିଥିଲେ ବୋଲି ରେସ୍ତୋରାଁ ମଧ୍ୟକୁ ପ୍ରବେଶର ଅନୁମତି ମିଳିଲା ନାହିଁ ଜଣେ ମହିଳାଙ୍କୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଏହି ଘଟଣା। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି ମହିଳା ଜଣକ ନିଜର ପୁରୁଷଷ ବନ୍ଧୁଙ୍କ ସହିତ ରେସ୍ତୋରାଁ ମଧ୍ୟକୁ ଯିବା ସମୟରେ ଏହି ଘଟଣା ଘଟିଛି। ଗେଟ୍‌ ପାଖରେ ଥିବା ଜଣେ ମହିଳା କହୁଛନ୍ତି ଯେ, ମ୍ୟାଡ଼ମ ରେସ୍ତୋରାଁ ମଧ୍ୟକୁ ଶାଢ଼ୀ ପିନ୍ଧିଯିବାର ଅନୁମତି ନାହିଁ। ଯଦି ଆପଣ ଏହା ମଧ୍ୟକୁ ପ୍ରବେଶ କରିବା ଲାଗି ଚାହୁଁଛନ୍ତି ତେବେ ଆପଣ କାଜୁଆଲ୍ ଡ଼୍ରେସ ପିନ୍ଧିଲେ ଭିତରକୁ ପ୍ରବେଶର ମିଳିବ ଅନୁମତି।

ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚିତ ଲେଖିକା ଶେଫାଲୀ ବିଦ୍ୟା ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, 'କିଏ ନିଷ୍ପତ୍ତି ନେଉଛି ଯେ ଶାଢ଼ୀ' ସ୍ମାର୍ଟ ପୋଷାକ 'ନୁହେଁ? ମୁଁ ଯୁକ୍ତରାଷ୍ଟ୍ର, ୟୁଏଇ ଏବଂ ବ୍ରିଟେନର ସବୁଠୁ ବଡ଼ ବଡ଼ ରେସ୍ତୋରାଁରେ ଶାଢ଼ୀ ପିନ୍ଧି ଖାଇଛି। ମତେ କେହି କେବେ କୌଣସି ସ୍ଥାନରେ ଅଟକାଇ ନାହାନ୍ତି କିମ୍ବା କାହିଁକି ଶାଢ଼ୀ ପିନ୍ଧିଛ ବୋଲି ପ୍ରଶ୍ନ ମଧ୍ୟ କରିନାହାନ୍ତି। କିନ୍ତୁ ଆମ ଦେଶର କେତେକ ରେସ୍ତୋରାଁ ମାଲିକମାନେ ଶାଢ଼ୀକୁ ଆଧୁନିକ ଦୁନିଆରୁ ବହୁତ ଦୂରରେ ରଖିଛନ୍ତି। ତେଣୁ ଏପରି ବିଚିତ୍ର ନିୟମ କରିଛନ୍ତି। ଯାହା ମତେ ଆଶ୍ଚର୍ଯ୍ୟ କରିଛି ବୋଲି ଶେଫାଲୀ କହିଛନ୍ତି।

ଭିଡ଼ିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପ୍ରଥମେ ୨୦ ସେପ୍ଟେମ୍ବରରେ ସୋସିଆସ ମିଡ଼ିଆରେ ଅପଲୋଡ୍ ହୋଇଥିଲା। ସାମ୍ବାଦିକ ଅନୀତା ଚୌଧୁରୀ ଗୃହମନ୍ତ୍ରୀ, ଦିଲ୍ଲୀ ପୋଲିସ, କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଏବଂ ମହିଳା ଆୟୋଗକୁ ଏହି ଭିଡିଓରେ ଟ୍ୟାଗ୍ କରି ଲେଖିଛନ୍ତି - 'ଆକ୍ୱିଲା ରେସ୍ତୋରାଁରେ ଶାଢ଼ୀକୁ ଅନୁମତି ଦିଆଯାଇ ନାହିଁ। କାରଣ ଭାରତୀୟ ଶାଢୀ ବୋଧହୁଏ ସ୍ମାର୍ଟ ପୋଷାକ ନୁହେଁ। ସ୍ମାର୍ଟ ପୋଷାକର ପରିଭାଷା କ’ଣ? ଦୟାକରି ମୋତେ ସ୍ମାର୍ଟ ପୋଷାକର ସଂଜ୍ଞା କୁହନ୍ତୁ। ଯାହା ଦ୍ୱାରା ମୁଁ ଶାଢୀ ପିନ୍ଧିବା ବନ୍ଦ କରିଦେବି।

ଭିଡଓରେ ଅନେକ ସାଧାରଣ ଲୋକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସନାଟାନି ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି- ଯେକୌଣସି ସଂସ୍ଥା ହେଉ ନା କାହିଁକି ଯିଏ ଭାରତୀୟ ପୋଷାକକୁ ଚିହ୍ନି ନଥାଏ, ତା’ର ଭାରତରେ ବ୍ୟବସାୟ କରିବାର କୌଣସି ଅଧିକାର ନାହିଁ। ତେବେ ଆମେ ଏଠାରେ ମନେ ପକାଇ ଦେଉଛୁ କି, ପୂର୍ବରୁ ବ୍ରିଟିଶ ବୋର୍ଡ ଉପରେ ଏକ ଲେଖାଥିଲା, 'କୁକୁର ଏବଂ ଭାରତୀୟଙ୍କୁ ଅନୁମତି ନାହିଁ। ପରବର୍ତ୍ତୀ ସମୟରେ ବଲିଉଡ୍‌ର ହିଟ୍‌ ଫିଲ୍ମ ମର୍ଦରେ ମଧ୍ୟ ସିନେ ତାରକା ଅମିତାଭ୍ ବ୍ରିଟିଶରେ ଏହି ଲେଖାକୁ ନାପସନ୍ଦ କରିବା ସହ ଏହାକୁ ଲିଭାଇଥିଲେ। ଯାହା ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା। ହେଲେ ସ୍ୱାଧୀନତାର ଏତେ ଦିନ ୭୪ ବର୍ଷ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିବ ତାହାକୁ କିଏ କଳ୍ପନା କରିନଥିବେ ବୋଲି ଜଣେ ୟୁଜର ଲେଖିଛନ୍ତି। ତେବେ ରେସ୍ତୋରାଁ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now