Advertisment

୫ ଘଣ୍ଟା ଧରି ନଦୀର ପ୍ରଖର ସ୍ରୋତରେ ଭାସୁଥିଲେ ମହିଳା, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ୩ ପିଲା

ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ?   ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

author-image
Minati Mishra
 3 children saved womans life

3 children saved womans life

ମୁଙ୍ଗେଲି; ଭଗବନାଙ୍କ ଇଚ୍ଛା ପାଖରେ ମଣିଷ କେତେ ଅସହାୟ ସତେ ! ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ?   ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଏହି ଘଟଣାକୁ ଭଗବାନଙ୍କର ଏକ ଚମତ୍କାର ବୋଲି ଆପଣ କହି ପାରନ୍ତି। ଜଣେ ୫୫ ବର୍ଷୀୟ ମହିଳାଙ୍କର ପଦା ଖସିଯିବାରୁ ସେ ନଦୀ ସ୍ରୋତରେ ପଡ଼ିଗଲେ। । ପୂର୍ଣ୍ଣଗର୍ଭା ନଦୀର ପ୍ରଖର ସ୍ରୋତରେ ମହିଳାଜଣକ ଭାସି ଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲା। ଏପଟେ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣକ ନଦୀ ସ୍ରୋତରେ ଭାସି ଚାଲିଥିଲେ। ସମସ୍ତେ ତାଙ୍କର ବଞ୍ଚିବା ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଶେଷରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। 

Advertisment

ବର୍ଷା ଦିନରେ ନଦୀ ଜଳ କୂଳ ଲଂଘୁଛି । ସ୍ରୋତ ବି ପ୍ରଖର ରହୁଛି । ସୋମବାର ସକାଳର ଘଟଣା। ଲୋରମୀ ଅଞ୍ଚଳର ଧୌରାଭାଟ ଗ୍ରାମ ନିକଟରେ ପ୍ରବାହିତ ରହନ ନଦୀକୁ  ୫୫ ବର୍ଷର ମହିଳା କୁମାରୀ ବାଈ ଯାଇଥିଲେ। ହଠାତ୍‌ ତାଙ୍କର ପାଦ ଖସି ଯାଇଥିଲା। ଚାହୁଁ ଚାହୁଁ ନଦୀ ସ୍ରୋତରେ ଭାସି ଯାଇଥିଲେ। ଗାଁଠାରୁ ୨୦ କିମି ଦୂରରେ ଅନ୍ୟ ଏକ ଗାଁ ଚାନ୍ଦିଲିର ଲୋକମାନେ ମହିଳାଙ୍କୁ ପାଣିରେ ଭାସୁଥିବା ଦେଖି  ସ୍ଥାନୀୟ ଲାଲ୍‌ପୁର ପୋଲିସକୁ ଏକ ଶବ ଭାସୁଥିବାର ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନଘନା ଆରମ୍ଭ କରିଦେଲା। ଆଖପାଖ ଗାଁ ଲୋକଙ୍କୁ ବି ଆଲର୍ଟ କରିଦେଲା। ମହିଳାଙ୍କୁ ଭରା ନଦୀରେ ଭାସୁଥିବା ଦେଖି ସମସ୍ତେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ। ହେଲେ ତିନିଜଣ ସାହସୀ ପିଲା ପ୍ରଖର ସ୍ରୋତକୁ ସାମ୍ନା କରି ମହିଳାଙ୍କ ପାଖରେ ପହଞ୍ଚିଥିଲେ। ୟ

Advertisment

ମହିଳାଙ୍କୁ ଉଦ୍ଧାର କରି କୂଳକୁ ଆଣିବା ପରେ ପିଲାମାନେ ଦେଖିଲେ ମହିଳାଙ୍କ ଶ୍ୱାସକ୍ରିୟା ଚାଲିଛି। ଏହା ପରେ ପୁଣି ସେମାନେ ପୋଲିସକୁ ଖବର ଦେବା ସହ ତୁରନ୍ତ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। ଦୀର୍ଘ ସମୟ ପାଣିରେ ଭାସିବା ପରେ ତାଙ୍କର ପେଟ ଓ ଛାତିରେ ପାଣି ପଶି ଯାଇଛି। ମହିଳାଙ୍କ ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ଡାକ୍ତର, ସ୍ଥାନୀୟ ପୋଲିସ କୌଣସି ଚମତ୍କାରଠାରୁ କମ୍‌ ନୁହେଁ ବୋଲି କହିଛନ୍ତି। କାରଣ ଭରା ନଦୀର ପ୍ରଖର ସ୍ରୋତରେ ୨୦ କିମି ଭାସି ଯିବା ପରେ ବି ଜୀବିତ ରହିବା କମ୍‌ ଆଶ୍ଚର୍ଯ୍ୟର କଥା ନୁହେଁ। ଯାହା ବି ହେଉ, ମହିଳାଙ୍କୁ ଉଦ୍ଧାର କରିଥିବା ତିନି ଶିଶୁ ଏବେ ସମସ୍ତଙ୍କର ପ୍ରଶଂସାର ଭାଜନ ହୋଇଛନ୍ତି। 

Advertisment
Advertisment