/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632241650.jpg)
VR Chaudhari
ନୂଆଦିଲ୍ଲୀ: ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ । ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର ଚୌଧରୀ ।
Also Read
ତାଙ୍କ ନିଯୁକ୍ତି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ସେ ବାୟୁ ସେନାରେ ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ଦେଶର ବାୟୁସେନା ମୁଖ୍ୟ ଥିବା ଆରକେଏସ୍ ଭଦୌରିଆ ଆସନ୍ତା ସେପ୍ଟେମ୍ବର ୩୦ରୁ ଅବସର ନେବେ ବୋଲି ଜଣାପଡ଼ିଛି । ପ୍ରତିରକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ଭି.ଆର. ଚୌଧୁରୀଙ୍କ ବେଶ ନାଁ ରହିଛି ।
୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାର କ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବେଶ ଅଭିଜ୍ଞତା ରହିଛି । ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀଙ୍କ ରେକର୍ଡ଼ ରହିଛି । ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜ ୱେଲିଙ୍ଗଟନ୍ର ସେ ହେଉଛନ୍ତି ପୁରାତନ ଛାତ୍ର । ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ ଏୟାର ଅଫିସର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)