ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ଇସ୍ତଫା ଦେଲେ ଆଉ ଅନ୍ୟ ପଟେ ଅମରିନ୍ଦର ଦଳ ଛାଡିଲେ। ହେଲେ ପୁଣି ଥରେ ସିଦ୍ଧୁ ହିଁ ପିସିସି ସଭାପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା କପିଲ୍ ସିବଲ୍।
ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୨୪,୩୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୩୭,୯୧,୦୬୧ରେ ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୮,୫୭୩ରେ ପହଞ୍ଚିଛି।
ଚୀନ୍କୁ ଝଟ୍କା ଦେଲା ଭାରତ । ଶ୍ରୀଲଙ୍କା ରାଜଧାନୀ କଲମ୍ୱୋର ସମୁଦ୍ରରେ କଣ୍ଟେନର ଟର୍ମିନାଲ୍ ନିର୍ମାଣ ଦାୟିତ୍ୱ ଭାରତକୁ ମିଳିଛି । ଚୀନ୍ ଏହି ଗୁରୁ ଦାୟିତ୍ୱ ବହନ କରିବା ପାଇଁ ଆଶାବାନ୍ଧିଥିଲେ ସତ୍ତ୍ୱେ ଭାରତକୁ ଏହି ପ୍ରକଳ୍ପର ଦାୟିତ୍ୱ ଭାର ଦିଆଯାଇଛି । ଯାହା ଦ୍ୱାରା ଏବେ ଚୀନ୍କୁ ବଡ଼ ଝଟକା ଲାଗିଛି । ଏହି ପ୍ରୋଜେକ୍ଟଟିର ମୂଲ୍ୟ ପ୍ରାୟ ୭୦୦ ମିଲିୟନ୍ ଡଲାର୍ ।
ବିପୁଳ ଭୋଟରେ ବିଜୟୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଭବାନୀପୁର ସିଟ୍ରୁ ବିଜୟ ହାସଲ କରିବା ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦୃଢ଼ୋକ୍ତି କରିଛି ଟିଏମସି ।
ଭାରତ-ଚୀନ ସୀମାରେ ସୁଧୁରୁଛି ସ୍ଥିତି । ଗତ ୬ମାସ ହେଲା ସ୍ଥିତି ସ୍ୱାଭାବିକ ହେଉଛି । ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇ ଦେଶ ମଧ୍ୟରେ ଏଯାବତ୍ ୧୨ ଥର ଆଲୋଚନା ହୋଇଥିବା ବେଳେ ଆସନ୍ତା ସପ୍ତାହରେ ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ଆଲୋଚନା ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ କହିଛନ୍ତି
ଆବର୍ଜନାରୁ ତିଆରି କଲେ ଆଇରନ୍ ମ୍ୟାନ୍ ସୁଟ୍ । ମଣିପୁରର ଯୁବକ ପ୍ରେମ୍ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍ ମ୍ୟାନ୍ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି ।
ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ ଆଉ ଏକ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି କୁହାଯାଉଛି ।
ବ୍ରିଟେନ ପ୍ରତି ଭାରତର ଯେସାକୁ ତେସା ନୀତି । ଏବେ ବ୍ରିଟେନରୁ ଯିଏ ମଧ୍ୟ ଆସିବ, ସେ ଭାରତରେ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବ ।
ଅମଲାତନ୍ତ୍ର ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଆଚରଣରେ ଖୁସି ନୁହଁନ୍ତି ଚିଫ୍ ଜଷ୍ଟିସ୍ । ଦେଶର ଅମଲାତନ୍ତ୍ର ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ମନୋଭାବକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଡ଼ିଶାକୁ ଭଲ ବେଶ ପାଉଥିଲେ ଗାନ୍ଧିଜୀ। ସ୍ୱରାଜ ଆଶ୍ରମରେ ପଡିଥିଲା ଅହିଂସା ଆନ୍ଦୋଳନ ଛାପ। କଟକରେ ରାତି କଟାଉଥିଲେ ମହାତ୍ମା। ଶାନ୍ତିର ବାର୍ତ୍ତା ଦେଇ ଇଂରେଜମାନଙ୍କ ବିରୋଧରେ ଲଢିବା ଓଡ଼ିଆଙ୍କ କାନରେ ଫୁଙ୍କିଥିଲେ ମନ୍ତ୍ର...
ସେ ଦିନ ଯଦି ବିରାଟ ସତ୍ୟାଗ୍ରହ ହୋଇ ନଥାନ୍ତା, ଆଜି ବି ଆମେ ପରାଧୀନ ହୋଇ ଥାଆନ୍ତେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇଲେ ପିଠିରେ ବାଜୁ ଥାଆନ୍ତା ବେତ ପାହାର।
ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧିକ ଗତିବିଧି ବଢ଼ିବଢ଼ି ଚାଲିଛି । ପୋଲିସ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ଦୁର୍ବୃତ୍ତ, ଆଉ ହତ୍ୟାକାଣ୍ଡ ଘଟାଇବା ପରେ ମଧ୍ୟ ବିନ୍ଦାସ ବୁଲୁଛନ୍ତି
ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।
ଡିଏନ୍ଏ ଟେଷ୍ଟ୍ କରିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍ଏ ଟେଷ୍ଟ୍ ପାଇଁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗୋପନୀୟତା ଅଧିକାରର ଉଲ୍ଲଂଘନ ଅଟେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ସର୍ବାନନ୍ଦ ।
ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ ।
ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।
କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କୁ ନିଜର ଜୀବନ ମଧ୍ୟ ଭାବନ୍ତି। ସେମାନଙ୍କ ସୁଖରେ ସୁଖୀ ହେବା ସହ ଦୁଃଖରେ ଦୁଃଖୀ ମଧ୍ୟ ହୋଇଯାଆନ୍ତି। କେତେକ ଗୃହପାଳିତ ପଶୁପ୍ରେମୀ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ସପିଂ ପାଇଁ ହଜାର ହଜାର, ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ସେମାନଙ୍କୁ ଆରାମଦାୟକ ଜୀବନ ଦେବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଜଣେ ଗୃହପାଳିତ ପଶୁ ପ୍ରେମୀ ତାଙ୍କର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଭ୍ରମଣ ସମୟରେ ମଧ୍ୟ ତାଙ୍କ ପ୍ରିୟ କୁକୁରକୁ ତାଙ୍କ ପାଖରେ ରଖିବା ପାଇଁ ଏକ ବ୍ୟକ୍ତିଗତ ଜେଟ୍କୁ ମୋଡିଫିକେଶନ କରିଛନ୍ତି।
ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ ।
ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବ ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି
ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି।
ଯେଉଁ ଏୟାରଲାଇନସ ସଂସ୍ଥା ଟାଟା ସ୍ଥାପନ କରିଥିଲା, ଦୀର୍ଘ ୬୮ ବର୍ଷ ପରେ ପୁଣି ସେହି ସଂସ୍ଥାର ପୁଣି ତାହାର ମାଲିକ ହେବାକୁ ଯାଉଛନ୍ତି ଟାଟା ସନ୍ସ। ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା । ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା।
୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।