Advertisment

ଆବର୍ଜନାରୁ ‘ଆଇରନ୍ ମ୍ୟାନ୍’ ସୁଟ୍‌ ତିଆରି କରି ଚର୍ଚ୍ଚାରେ ଯୁବକ !

ଆବର୍ଜନାରୁ ତିଆରି କଲେ ଆଇରନ୍‌ ମ୍ୟାନ୍‌ ସୁଟ୍‌ । ମଣିପୁରର ଯୁବକ ପ୍ରେମ୍‌ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍‌ ମ୍ୟାନ୍‌ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍‌ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Anand Mahindra Will Teach Manipurs Iron Man Prem The Groups Team Reaches Home

Anand Mahindra Will Teach Manipurs Iron Man Prem The Groups Team Reaches Home

ନୂଆଦିଲ୍ଲୀ: ଆବର୍ଜନାରୁ ତିଆରି କଲେ ଆଇରନ୍‌ ମ୍ୟାନ୍‌ ସୁଟ୍‌ । ମଣିପୁରର ଯୁବକ ପ୍ରେମ୍‌ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍‌ ମ୍ୟାନ୍‌ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍‌ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି । ତାଙ୍କର ଏହି ନିଆରା ପ୍ରତିଭାକୁ ଦେଖି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରେମ୍‌ର ସାହାୟତା କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ମହିନ୍ଦ୍ରା କମ୍ପାନୀର ଏକ ଟିମ୍‌ ଯୁବକଟିକୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ଟିମ୍‌ ଅଧିକାରୀମାନେ ପ୍ରେମ୍‌ ସହ ସାକ୍ଷାତ କରିବାସହ ପ୍ରେମ୍‌ ଓ ତାଙ୍କ ଭାଇ ଭଉଣୀର ପାଠପଢାରେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଟ୍ୱିଇଟ୍‌ କରାଯାଇଛି ।

Advertisment

କମ୍ପାନୀର ଟ୍ୱିଟ୍‌ରେ ଲେଖାଯାଇଛି, 'ପ୍ରେମଙ୍କ ଉଚ୍ଚାଭିଳାଷ ଏବଂ ପ୍ରତିଭାରୁ ଆମେ ଆଶ୍ଚର୍ଯ୍ୟ ଅଛୁ ' । ଏହାସହ ସେମାନେ ଯୁବକଟିର କିଛି କଳାକୃତିର ଫଟୋ ମଧ୍ୟ ସେୟାର କରି କହିଛନ୍ତି, ଆମେ କେହି କେବେ ହେଲେ ମଧ୍ୟ ଆବର୍ଜନାରୁ ନୂଆ ଜିନିଷର ବାହାରକରି ନାହୁଁ । ହେଲେ ପ୍ରେମ୍‌ କବାଡିଆ ଓ ଆବର୍ଜନା ଆଦିରୁ ଏଭଳି ନିଆରା କଳାକୃତି ତିଆରି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ମହିନ୍ଦ୍ରା ଗ୍ରୁପ୍‌ର ଚିପ୍‌ ଡିଜାଇନର ଅଫିସର ପ୍ରେମ୍‌ର କ୍ୟାରିଅର୍‌ରେ ସାହାଯ୍ୟ କରିବେ ।ତେଣୁ ମହିନ୍ଦ୍ରା ଫାଉଣ୍ଡେସନର ମୁଖ୍ୟ ପ୍ରେମ୍‌ ଓ ତାଙ୍କ ଭାଇ ଭଉଣୀଙ୍କ ଶିକ୍ଷା ନିମନ୍ତେ ସହାୟତା କରିବା ନେଇ ନିଶ୍ଚିତ କରିବେ ।


Advertisment

— anand mahindra (@anandmahindra) September 30, 2021

ମହିନ୍ଦ୍ରା କମ୍ପାନୀ ପକ୍ଷରୁ କରାଯାଇଥିବା ଟ୍ୱୁଇଟ୍‌ ଦ୍ୱାରା ଜଣାପଡିଛି ଯେ, କମ୍ପାନୀର ଅନେକ ବଡ଼ ସଦସ୍ୟମାନେ ପ୍ରେମର ଘରକୁ ଯାଇଥିଲେ । ଗତ ସେପ୍ଟେମ୍ୱର ୨୦ରେ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଥିଲା । ଯେଉଁଥିରେ ଯେଉଁଥିରେ ଯୁବକ ଜଣକ ଜଙ୍କ୍‌ରେ ତିଆରି ଏକ ସୁଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ସୁଟ୍‌ଟି ମାର୍ବଲ ଫିଲ୍ମର ଏବ ଲୋକପ୍ରିୟ ତଥା ସୁପରିଚିତ ଆଇରନ୍ ମ୍ୟାନ୍ ପରି ଦେଖାଯାଉଥିଲା । ପ୍ରେମ୍‌ ସେହି ସୁଟ୍‌ଟିର ଶରୀରକୁ କାର୍ଡବୋର୍ଡ ଓ ଅଦରକାରୀ ଜିନିଷରୁ ତିଆରି କରିଥିଲେ । ସବୁଠୁ ଗୁରୁତ୍ୱର କଥା ହେଉଛି ସୁଟ୍‌ଟି ରିମୋଟ(ରିମୋର୍ଟ କଣ୍ଟ୍ରୋଲିଂ) ମାଧ୍ୟମରେ ଚାଲିପାରୁଥିଲା ।

ଆଇରନ୍‌ ମ୍ୟାନ୍‌ର ଚଳଚିତ୍ରରେ ଏହି ଟନି ଷ୍ଟାର୍କ ଚରିତ୍ରକୁ ହଲିଉଡର ଅଭିନେତା ରୋବର୍ଟ ଡାଉନି ଜୁନିୟର ଅଭିନୟ କରିଥିଲେ । ସେ ଲେଖିଛନ୍ତି, 'ଟନି ଷ୍ଟାର୍କରୁ ଆଗକୁ ବଢି ପ୍ରକୃତ ଆଇରନ୍ ମ୍ୟାନ୍ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ । ପ୍ରେମ୍ ଏବଂ ତାଙ୍କ ଭାଇ ଓ ଭଉଣୀଙ୍କ ଶିକ୍ଷାରେ ସହଯୋଗ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ହେବ ।ଯଦି କେହି ମୋ ସହ ଯୋଗାଯୋଗ କରିବେ, ତେବେ ସେମାନଙ୍କୁ ସାହାଯ୍ୟ କରିବା ମୋ ପାଇଁ ଅତି ଖାସ୍‌ ହେବ । ଟ୍ୱିଟରେ ଭିଡିଓ ପଠାଇଥିବାରୁ ସେ ଫିଲ୍ମ ଅଭିନେତା ଜାଭେଦ୍ ଜାଫ୍ରେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Manipur Anand Mahindra
Advertisment
Advertisment