Advertisment

ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ, ହେଲେ କାହିଁକି?

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବ ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି

author-image
Sarbeswar
ଅଦ୍ୟତନ ହୋଇଛି
undefined

Supreme Court

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କୃଷି ଆଇନ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚଳାଇ ଆସୁଥିବ ସଙ୍ଗଠନ କିଷାନ ମହାପଞ୍ଚାୟତକୁ କଡା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରି ସମଗ୍ର ସହରକୁ ଶ୍ୱାସରୁଦ୍ଧ କରିସାରିଲେଣି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଆପଣମାନେ ଲୋକଙ୍କ ଯାତାୟତ ବନ୍ଦ କରିଦେଇଛନ୍ତି, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଛନ୍ତି।

Advertisment

ସ୍ଥାନୀୟ ବାସିନ୍ଦା ଏଥିରେ ଖୁସି କି ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ ଏ.ଏମ ଖାନୱିଲକର ଏବଂ ଜଷ୍ଟିସ ସିଟି ରବି କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ। କିଷାନ ମହାପଞ୍ଚାୟତ ଦିଲ୍ଲୀ କେନ୍ଦ୍ରସ୍ଥଳରେ ଥିବ ଜନ୍ତର ମନ୍ତରରେ ଏକ ଧାରଣା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଦିଲ୍ଲୀ ପ୍ରଶାସନ ସେମାନଙ୍କୁ ଅନୁମତି ଦିଅନ୍ତୁ ବୋଲି ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ ଭର୍ତ୍ସନା କରି କହିଛନ୍ତି ଯେ, ବାହାରେ ସହରକୁ ଆପଣ ଅବରୋଧ କରି ରଖିଛନ୍ତି। ଏବେ କଣ ସହର ଭିତରକୁ ଆସିବାକୁ ଚାହୁଂଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ବନ୍ଦ ହେବା ଦରକାର ବୋଲି ମଧ୍ୟ କୋର୍ଟ କହିଛନ୍ତି।

Advertisment
India Supreme Court Of India
Advertisment
Advertisment