Advertisment

ଚୀନ୍‌କୁ ବଡ଼ ଝଟ୍‌କା ! ଭାରତକୁ ମିଳିଲା ଶ୍ରୀଲଙ୍କା ସମୁଦ୍ରରେ କଣ୍ଟେନର ଟର୍ମିନାଲ୍‌ ନିର୍ମାଣ ଦାୟିତ୍ୱ

ଚୀନ୍‌କୁ ଝଟ୍‌କା ଦେଲା ଭାରତ । ଶ୍ରୀଲଙ୍କା ରାଜଧାନୀ କଲମ୍ୱୋର ସମୁଦ୍ରରେ କଣ୍ଟେନର ଟର୍ମିନାଲ୍‌ ନିର୍ମାଣ ଦାୟିତ୍ୱ ଭାରତକୁ ମିଳିଛି । ଚୀନ୍‌ ଏହି ଗୁରୁ ଦାୟିତ୍ୱ ବହନ କରିବା ପାଇଁ ଆଶାବାନ୍ଧିଥିଲେ ସତ୍ତ୍ୱେ ଭାରତକୁ ଏହି ପ୍ରକଳ୍ପର ଦାୟିତ୍ୱ ଭାର ଦିଆଯାଇଛି । ଯାହା ଦ୍ୱାରା ଏବେ ଚୀନ୍‌କୁ ବଡ଼ ଝଟକା ଲାଗିଛି । ଏହି ପ୍ରୋଜେକ୍ଟଟିର ମୂଲ୍ୟ ପ୍ରାୟ ୭୦୦ ମିଲିୟନ୍ ଡଲାର୍‌ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
As Indian Company Gets Contract To Build Deep Sea Container Terminal In Srilanka

As Indian Company Gets Contract To Build Deep Sea Container Terminal In Srilanka

ନୂଆଦିଲ୍ଲୀ: ଚୀନ୍‌କୁ ଝଟ୍‌କା ଦେଲା ଭାରତ । ଶ୍ରୀଲଙ୍କା ରାଜଧାନୀ କଲମ୍ୱୋର ସମୁଦ୍ରରେ କଣ୍ଟେନର ଟର୍ମିନାଲ୍‌ ନିର୍ମାଣ ଦାୟିତ୍ୱ ଭାରତକୁ ମିଳିଛି । ଚୀନ୍‌ ଏହି ଗୁରୁ ଦାୟିତ୍ୱ ବହନ କରିବା ପାଇଁ ଆଶାବାନ୍ଧିଥିଲେ ସତ୍ତ୍ୱେ ଭାରତକୁ ଏହି ପ୍ରକଳ୍ପର ଦାୟିତ୍ୱ ଭାର ଦିଆଯାଇଛି । ଯାହା ଦ୍ୱାରା ଏବେ ଚୀନ୍‌କୁ ବଡ଼ ଝଟକା ଲାଗିଛି । ଏହି ପ୍ରୋଜେକ୍ଟଟିର ମୂଲ୍ୟ ପ୍ରାୟ ୭୦୦ ମିଲିୟନ୍ ଡଲାର୍‌ । ଏନେଇ Sri Lanka Ports Authority (SLPA) କହିଛନ୍ତି, ସେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ନିକଟସ୍ଥ ସମୁଦ୍ରରେ ଏକ ଗଭୀର ସମୁଦ୍ର କଣ୍ଟେନର ଟର୍ମିନାଲ ନିର୍ମାଣ ପାଇଁ ଭାରତୀୟ କମ୍ପାନୀ ଅଦାନୀ ଗ୍ରୁପ୍‌ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । SLPA କହିବା ଅନୁସାରେ, ଏହି ପ୍ରକଳ୍ପଟି ଶ୍ରୀଲଙ୍କାର ବନ୍ଦର ବିଭାଗର ସର୍ବ ବୃହତ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରୋଜେକ୍ଟ । ଏହି ପ୍ରକଳ୍ପରେ ଶ୍ରୀଲଙ୍କା କମ୍ପାନୀ ଜନ୍ କିଲ୍ସଙ୍କ ସହ ଆଦାନୀ ଗ୍ରୁପ୍ ମିଳିମିଶି କାମ କରିବେ । ଜନ୍ କିଲ୍ସ କହିଛନ୍ତି, ତାଙ୍କ ପାଖରେ ୩୪ ପ୍ରତିଶତ ଅଂଶଦାରୀ ରହିବାବେଳେ କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ ନାମରେ ଜଣାଶୁଣା ମିଳିତ ଉଦ୍ୟମରେ ଆଦାନୀ ଗ୍ରୁପ୍‌ ପାଖରେ ୫୧ ପ୍ରତିଶତ ଅଂଶଦାରୀ ରହିବ ।

Advertisment

କ’ଣ ରହିଛି ଏହି ଟର୍ମିନାଲ୍‌ର ବିଶେଷତ୍ୱ ଜାଣନ୍ତୁ

ଦୁବାଇ ଓ ସିଙ୍ଗାପୁରର କେନ୍ଦ୍ରରେ ହିନ୍ଦ୍ ମହାସାଗର ରହିଥିବାରୁ ସେଠାକାର ବନ୍ଦର ଗୁଡିକର ଅଧିକ ବିଶେଷତ୍ୱ ରହିଛି । ତେଣୁ ସେଠାରେ ନିର୍ମାଣ ହେବାକୁ ଥିବା ନୂଆ କଣ୍ଟେନର ଟର୍ମିନାଲ୍ ପ୍ରାୟ ୨୦ ମିଟର ଗଭୀରତା ସହ ୧.୪ କିଲୋମିଟର ଲମ୍ୱ ବିଶିଷ୍ଟ ହେବ । ଯେଉଁଥିରେ ବାର୍ଷିକ ପ୍ରାୟ ୩.୨ ମିଲିୟନ୍ କଣ୍ଟେନରକୁ ବହନ କରିପାରିବାର କ୍ଷମତା ରହିବ । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଦୁଇ ବର୍ଷ ମଧ୍ୟରେ ହିଁ ଏହି ୬୦୦ ମିଟର ଟର୍ମିନାଲ ଥିବା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକୁ ଶେଷ କରାଯିବ । ଏହାପରେ ଦୀର୍ଘ ୩୫ ବର୍ଷ ଧରି କାମ କରିସାରିବା ପରେ ଟର୍ମିନାଲର ମାଲିକାନା ଶ୍ରୀଲଙ୍କାକୁ ଫେରାଇ ଦିଆଯିବ ।

ଚୀନ୍‌କୁ କାହିଁକି ମିଳିଲାନି ଏହି ପ୍ରକଳ୍ପ ?

ଏହି ପ୍ରକଳ୍ପ ଉପରେ ଚୀନ୍‌ର କଡା ନଜର ଥିଲା । ହେଲେ ଏହି ପ୍ରକଳ୍ପ ଚୀନ୍‌କୁ ଦେବା ପାଇଁ ଶ୍ରୀଲଙ୍କାର ଆଦୌ ମନୋଭାବରେ ନଥିଲା । ଯାହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମତଃ ୨୦୧୪ ମସିହାରେ, CICT ରେ ଚୀନ୍‌ର ଦୁଇଟି ବୁଡା ଯାହାଜକୁ ନିୟୋଜିତ କରାଯାଇଥିଲା ଯାହା ଭାରତର ଚୀନ୍ତା ବଢାଇଛି । ବାସ୍ତବରେ ଶ୍ରୀଲଙ୍କା ଭାରତର ପଡୋଶୀ ରାଷ୍ଟ୍ର ହୋଇଥିବାରୁ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡିଥାଏ ଯାହା ଦ୍ୱାରା ଭାରତ ନିଜ ପ୍ରଭାବ କ୍ଷେତ୍ରରେ ଶ୍ରୀଲଙ୍କାକୁ ବିବେଚନା କରିଥାଏ । ତେଣୁ ଶ୍ରୀଲଙ୍କା ଚାଇନାର ବୁଡ଼ାଜାହାଜକୁ ନିୟୋଜିତ କରିବାର ଅନୁମତି ଦେବାକୁ ମନା କରିଦେଇଛି ।

Advertisment

ଦ୍ୱିତୀୟ କାରଣ ହେଉଛି, ଶ୍ରୀଲଙ୍କାକୁ ଋଣରେ ବୁଡ଼ିଯିବାର ଭୟ ରହିଛି । କାରଣ ୨୦୧୭ ମସିହାରେ ଶ୍ରୀଲଙ୍କା ଚୀନ୍‌ର ଏକ ବଡ଼ ଋଣକୁ ପରିଶୋଧ କରିପାରିଲା ନାହିଁ । ଯାହାର ଫାଇଦା ଉଠାଇ ଚୀନ୍‌ ଶ୍ରୀଲଙ୍କାର ଦକ୍ଷିଣ ହାମବନ୍ତୋଟା ବନ୍ଦରକୁ ନିଜ ନିୟନ୍ତ୍ରଣରେ କରିଥିଲା । ଯାହା ଶ୍ରୀଲଙ୍କାର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଥିଲା । ନିଜ ବିଗିଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଶ୍ରୀଲଙ୍କା ଚୀନ୍‌କୁ ପୁଣି ଥରେ ୨.୨ ବିଲିୟନ୍‌ ଡଲାର୍ ଋଣ ମାଗିଥିଲା । ଯାହା ବଦଳରେ ଶ୍ରୀଲଙ୍କା ପ୍ରାୟ ୯୯ ବର୍ଷର ଲିଜ୍‌ରେ ହାମବନ୍ତୋଟା ବନ୍ଦରକୁ ଚୀନ୍‌କୁ ଦେଇଥିଲା । ଏହି ଘଟଣା ପରେ ହାମବନ୍ତୋଟାଠାରେ ଚୀନ୍‌କୁ ସାମରିକ ସୁବିଧା ମିଳିପାରିବ ବୋଲି ଭାରତ ଓ ଆମେରିକା ଚିନ୍ତା ପ୍ରକଟ କରିଛନ୍ତି ।

India Srilanka China
Advertisment
Advertisment