• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଲକାତା : ବିପୁଳ ଭୋଟରେ ବିଜୟୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ? ଭବାନୀପୁର ସିଟ୍‌ରୁ ବିଜୟ ହାସଲ କରିବା ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଦୃଢ଼ୋକ୍ତି କରିଛି ଟିଏମସି । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଯକୌଣସି ସ୍ଥିତିରେ ଭବାନୀପୁର ହାତେଇବାକୁ ପଡ଼ିବ । ୩୦ ସେପ୍ଟେମ୍ବରରେ ଏଠାରେ ମତଦାନ ହୋଇଥିବା ବେଳେ ଉଭୟ ବିଜେପି ଏବଂ ଟିଏମସି ଭବାନୀପୁର ବିଜୟ ଦାବି କରୁଛନ୍ତି । ତେବେ ମମତା ବାନାର୍ଜୀ ଏହି ସିଟରୁ ୫୦ ହଜାର ଭୋଟରେ ଜିତିବେ ବୋଲି ତୃଣମୂଳ କଂଗ୍ରେସ ଦାବି କରିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ମମତାଙ୍କୁ ହରାଇବା କଥା କହିଛି । 

ଗତ ଏକ ମାସ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଦିନ ମମତା ବାନାର୍ଜୀଙ୍କ ପାଇଁ ପ୍ରଚାର କରୁଥିବା କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ ଟିଏମସି ନେତା ଫିରହାଦ୍ ହକିମ କହିଛନ୍ତି , ଭବାନୀପୁର ସିଟ୍ ମମତା ବାନାର୍ଜୀ ଜିତିବା ଥୟ । କେବଳ ଯେ ଜିତିବେ ତା’ ନୁହେଁ ୫୦,୦୦୦ ରୁ ଅଧିକ ଭୋଟ୍ ଜିତିବେ । ସେପଟେ ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ଓ ଦଳର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି ଭବାନୀପୁରରେ କଡ଼ା ଟକ୍କର ଦେବ ବିଜେପି । ଫଳାଫଳ ବାହାରିବା ପରେ କୌଣସି ପ୍ରକାର ହିଂସା ଘଟିଲେ, ସରକାରଙ୍କୁ ଏହାର ଅନୁସନ୍ଧାନ କରିବାକୁ ପଡିବ । ନଚେତ୍ ସିବିଆଇ ଅଛି।

ଭୋଟ୍ ଗଣତି ପାଇଁ ପ୍ରସ୍ତୁତି . . .

ରାଜ୍ୟ ପୋଲିସ ଉପରେ ସୁରକ୍ଷା ଭାର ନ୍ୟସ୍ତ କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ଭୋଟ୍ ଗଣତି ସମୟରେ ଉପସ୍ଥିତ ରହିବେ। ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିବ । ଅଧିକାରୀମାନଙ୍କୁ କେବଳ କଲମ ଏବଂ କାଗଜପତ୍ର ଦିଆଯିବ । ଏହାସହ କେବଳ ରିଟର୍ଣ୍ଣିଂ ଅଫିସର ଏବଂ ସୁପରଭାଇଜରଙ୍କୁ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ସମସ୍ତ ଅଧିକାରୀ ଏବଂ ଭୋଟ୍ ଗଣତି କେନ୍ଦ୍ରରେ ପ୍ରବେଶ କରୁଥିବା ଲୋକଙ୍କୁ COVID-19 ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ।

ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ଯୁବ ଚେହେରା ପ୍ରିୟଙ୍କା ଟିବରେୱାଲ ତାଙ୍କୁ କଡା ଟକ୍କର ଦେଇଛନ୍ତି । ସେପ୍ଟେମ୍ବର ୩୦ରେ ସକାଳ ୭ଟାରୁ କଡ଼ା ସୁରକ୍ଷା ବଳୟ ଭିତରେ ‌ଆରମ୍ଭ ହୋଇଥିବା ମତଦାନ । ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏ ଦିଗରେ ବିଶେଷ ନଜର ରଖିଥିଲେ ନିର୍ବାଚନ କମିଶନ ।