ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
ଉତ୍ତର ପ୍ରଦେଶ ଲଖିମ୍ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି ।
ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।
ଜୀବନ ନେଇଗଲା ଦୂଷିତ ପାଣି । ସ୍ୱଚ୍ଛ ପାଣି ପାଇଁ ଡହକବିକଳ ଲୋକେ । କର୍ଣ୍ଣାଟକର ବିଜୟନଗରରେ ଦୂଷିତ ପାଣି ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଛନ୍ତି । ତେବେ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତୁରନ୍ତି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଏ ମୃତ୍ୟୁ ପାଇଁ ଦାୟୀ କିଏ ?
ମାୟାନଗରୀ ମୁମ୍ୱାଇରେ ବେଶ ଜଣାଶୁଣା ସତୀଶ ମନେଶିନ୍ଦେ। ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ ଅବା ହିଟ୍ ଆଣ୍ଡ ରନ୍ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମନେଶିନ୍ଦେ। ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ପାଇଁ ସେ କରୁଛନ୍ତି ଓକିଲାତି
ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।
କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।
ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତି ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ତୟାର ଥିବା ସେ କହିଛନ୍ତି ।
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।
ମୁମ୍ବାଇ କ୍ରୁଜ୍ ପାର୍ଟିର ଖିଅ କେଉଁ ଯାଏ ଲମ୍ବିଛି ? ଡ୍ରଗ୍ସ କେଉଁଠୁ ଆସିଛି ? ଆର୍ୟନ ସାମିଲ ହୋଇଥିବା ଡ୍ରଗ୍ସ ପାର୍ଟିର ଲିଙ୍କ୍ ଖୋଜିବାକୁ ବାହାରିଥିବା ଏନ୍ସିବି ହାତରେ ଲାଗିଛି ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି। ଆର୍ୟନଙ୍କ ଫୋନ୍କୁ ଏନ୍ସିବି ଜବତ କରିଛି। ଫୋନ୍ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି। ଆର୍ୟନଙ୍କ ମୋବାଇଲ୍ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି।
ଆପଣ ବିମାନଙ୍କୁ ଆକାଶରେ ଉଡିବା ଦେଖିଥିବେ। ହେଲେ କେବେ ଦେଖି ନଥିବେ ରାସ୍ତାରେ। ଯାଉ ଯାଉ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆର ଏହି ବିମାନ। ଜାଣନ୍ତୁ କାହିଁକି
ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ କି ହିଟ୍ ଆଣ୍ଡ ରନ୍ କେସ୍ ସବୁଥିରେ ଅଭିଯୁକ୍ତକୁ ଖସାଇରେ ସେ ମାହିର। ଦିନେ ତାଙ୍କ ପାଇଁ ବେଲ ପାଇଥିଲେ ସଞ୍ଜୟ ଦତ୍ତ ଓ ସଲମାନ ଖାନ।
ରିଲ୍ରେ ଆଇରନ୍ ମ୍ୟାନ୍କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍ରେ ଆଇରନ୍ ମ୍ୟାନ୍କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍ ମ୍ୟାନ୍ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।
୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା।
ଡାଉନ୍ ହୋଇଗଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡ଼ିଆର କୌଣସି ଆପ୍ ଚାଲୁନାହିଁ। କିଛି ସମୟ ପୂର୍ବରୁ ଆପ୍ ଖୋଲୁନଥିବା ଦେଖାଯାଉଛି। ତେବେ କାହିଁକି ଏମିତି ହୋଇଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ହସ୍ତଗତ ହୋଇନାହିଁ।
ଏଇ ଗେଷ୍ଟ ହାଉସରେ ଅଟକ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ହେଲେ ବସିବା ବଦଳରେ ଗେଷ୍ଟହାଉସକୁ ଝାଡୁ ମାରି ସଫା କଲେ ପ୍ରିୟଙ୍କା। ସୋସିଆଲ ମିଡ଼ିଆରେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।
ଦିନେ ସେ ଥିଲେ ଡାଟା ଏଣ୍ଟ୍ରି ଅପରେଟର। କମ୍ପୁଟରରେ ଡିଟିପି କରି କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା। ହଠାତ ଖୋଲି ଗଲା ତାଙ୍କର ଭାଗ୍ୟ। ରାତାରାତି ହୋଇଗଲେ କୋଟିପତି।
ନିଶା କାରବାର ଅଭିଯୋଗରେ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି। ଆର୍ୟନଙ୍କ ସହ ଏଜେନ୍ସି ଆଉ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏହାପୂର୍ବରୁ ଏନସିବି ଆର୍ୟନଙ୍କ ସହ କେବଳ ଅରବାଜ ମର୍ଚାଣ୍ଟ ଏବଂ ମୁମୁନ ଧାମଚାଙ୍କୁ ଗିରଫ କରିଥିଲା