/odishatv-khabar/media/post_attachments/uploadimage/library/16_9/16_9_0/rape_1627107619.jpg)
rape
ନୂଆଦିଲ୍ଲୀ: ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
ଶନିବାର ଜଣେ ୨୭ ବର୍ଷୀୟ ମହିଳା ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରୁ କାଶମେରେ ଗେଟ୍ ଅଭିମୁଖେ ଗାଡିରେ ବସିବା ପରେ ଅଟୋ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ତାଙ୍କୁ ଗଣଦୁଷ୍କର୍ମଣ କରିଥିବାର ଅଭିଯୋଗ କରିଛନ୍ତି। ପୋଲିସର ସୂଚନାନୁସାରେ ମହିଳା ଜଣକ ଉତ୍ତରପ୍ରଦେଶର ସମ୍ଭାଲ୍ ଅଞ୍ଚଳରେ ରୁହନ୍ତି। ସେ ତାଙ୍କର କିଛି କାମ ପାଇଁ ଦିଲ୍ଲୀ ଆସିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଇଟିଓ-ଯମୁନା ବ୍ରିଜ ନିକଟରେ ଥିବା ଏକ କୋଠରୀକୁ ନିଆଯାଇ ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା।
Also Read
ପୋଲିସର ପଚରାଉଚରା ବେଳେ ଅଟୋ ଡ୍ରାଇଭର କହିଛନ୍ତି ଯେ ଏହି ଘଟଣାରେ ତାଙ୍କ ସହ ଜଣେ ବନ୍ଧୁ ଥିଲେ। କିନ୍ତୁ ମହିଳାଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅଟୋ ଡ୍ରାଇଭରଙ୍କ ସହ ଜଣେ ନୁହେଁ ବରଂ ଆଉ ଦୁଇ ଜଣ ଦୁଷ୍କର୍ମଣ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆଇପି ଇଷ୍ଟେଟ୍ ପୋଲିସ୍ ଷ୍ଟେସନରେ ଗଣଦୁଷ୍କର୍ମଣର ମାମଲା ରୁଜୁ କରାଯାଇଛି ଏବଂ ମହିଳାଙ୍କର ମେଡିକାଲ୍ ପରୀକ୍ଷା ମଧ୍ୟ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି।
ଦେଶରେ ବଢି ଚାଲିଥିବା ଗଣଦୁଷ୍କର୍ମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହେଲେ ଫଳାଫଳ ଶୂନ୍। ଭାରତରେ ପ୍ରତିଦିନ ହାରାହାରି ୭୭ ଟି ମହିଳା ଦୁଷ୍କର୍ମଣ ମାମଲା ଦେଖାଯାଉଛି। ଗତ ବର୍ଷ ସାରା ଦେଶରେ ୩,୭୧,୫୦୩ ଜଣ ମହିଳାଙ୍କୁ ଦୁଷ୍କର୍ମଣ ହୋଇଥିବା ମାମଲା ରୁଜୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)