Advertisment

କେରଳରେ ବର୍ଷା ବିତ୍ପାତ: ଚାଲିଗଲା ୧୮ ଜୀବନ, ୨୦ରୁ ଅଧିକ ନିଖୋଜ

କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

author-image
Rajalaxmi Sahoo
Kerala Rain

Kerala Rain

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। 

Advertisment

କୋଟ୍ଟାୟମ, କୋକ୍କାୟର ଏବଂ ଇଡୁକ୍କି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ବହୁ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି। କଚ୍ଚା ଘର ଭାଙ୍ଗି ଯାଇଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ଯୋଗୁ ସ୍ଥିତି ଆହୁରି ବିଗିଡ଼ିବ ବୋଲି ଆଶଙ୍କା କରାଯାଉଛି। ଏନ୍‌ଡିଆର୍‌ଏଫ୍‌, ରାଜ୍ୟ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି କେରଳ ସରକାର ସେନାର ସହାୟତା ଲୋଡ଼ିଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲାରେ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। 

କୋଚି ନାଭାଲ୍ ବେସ୍‌ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ଉଦ୍‌ବେଗଜନକ ଥିବା କହିଛନ୍ତି। ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ପଠାନମଥିଟ୍ଟା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଡୁକ୍କି, ଥ୍ରୀସୁର ଓ ପଲ୍ଲକଡ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ୭ ଜିଲ୍ଲା-ଥିରୁଅନନ୍ତପୁରମ୍, କୋଲ୍ଲମ, ଅଲାପ୍ପୁଝା, ମଲପ୍ପୁରମ୍‌, କୋଝିକୋଡ୍‌ ଓ ୱାୟନାଡ୍‌ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। 

Advertisment

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ଧୀରେ ଧରେ ବର୍ଷାର ପରିମାଣ କମିପାରେ। ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ପାହାଡ଼ ଓ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। 

Heavy Rainfall Kerala Rain
Advertisment
Advertisment