• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମୁମ୍ୱାଇରେ ଭୟାଭୟ ଅଗ୍ନିକାଣ୍ଡ

  • ଅଗ୍ନିକାଣ୍ଡ କବଳରେ ୫୦ରୁ ଅଧିକ ଗୋଦାମ୍

ମୁମ୍ୱାଇ: ଫର୍ନିଚର ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ମୁମ୍ମାଇର ଥାନେ ସହରରେ ଥିବା ଏକ ଫର୍ନିଚର୍‌ ଗୋଦାମ୍‌ରେ ନିଆଁ ଲାଗିବା ଫଳରେ ନିଆର ପ୍ରକୋପରେ ପ୍ରାୟ ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଜଳିପଡି ପାଉଁଶ ହୋଇଗଲା ଗୋଦାମ ।

ସୂଚନା ଅନୁସାରେ, ମୁମ୍ୱାଇର ଭୱାଣ୍ଡିର କାଶେଲିରେ ଥିବା ଏକ ଫର୍ନିଚର ଗୋଦାମରେ ନିଆଁ ଲାଗିଯାଇଥିଲା। ପ୍ରତେକ୍ଷ୍ୟଦର୍ଶୀଙ୍କ କହିବାନୁସାରେ, ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ହିଁ ସମ୍ପୂର୍ଣ୍ଣ ଗୋଦାମ୍‌ ପୋଡି ପାଉଁଶ ହୋଇଗଲା । ନିଆଁର ପ୍ରକୋପ ଏତେ ଭୟାଭୟ ଥିଲା ଯେ ପାଖରେ ଥିବା ପ୍ରାୟ ୫୦ଟି ଗୋଦାମ ମଧ୍ୟ ସେଥିରୁ ବର୍ତ୍ତିପାରିନଥିଲେ । ହେଲେ ଦମକଳ ପହଞ୍ଚିବା ବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । କେବଳ ଏତିକି ନୁହେଁ ପରିବେଶ ପୁରା ଧୂଆଁମୟ ହୋଇପଡିଥିଲା । ଘଟଣା ଫଳରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଘଟଣାର ଏକ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଗୋଦାମ୍‌ଟି ସମୂର୍ଣ୍ଣ ପୋଡିଯାଇଛି । ଏହା ସହ ଅଧିକ କ୍ଷୟକ୍ଷତି ହୋଇଥିବାର ଆଶଙ୍କା କରାଯାଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ଜଣାପଡିଥିବାବେଳେ ଘଟଣାରେ କେହି ଆହତ ହୋଇଥିବାର ମଧ୍ୟ ସୂଚନା ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାଟିର ତଦନ୍ତ ଜାରି ରଖିଛି ।