ମାଆର ମମତା ପାଖରେ ହାର ମାନିଗଲା ରାଜନୀତି। ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମାଆଙ୍କ ପାଖକୁ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ। କିଛି ସମୟ କଥା ହେଲେ, ନିଜ ସହ ଫଟୋ ଉଠାଇବାକୁ ବି କହିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ।
ଆମିର ଖାନ୍ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।
ଉତ୍ତରାଖଣ୍ଡରେ ପ୍ରଳୟ କରୁଛି ବାଦଲଫଟା ବର୍ଷା। ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବରେ ୭୦ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୧୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆଉ ବାଦଲ ଫଟା ବର୍ଷାରେ ରାଜ୍ୟରେ ୭ କୋଟିରୁ ଅଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇ
ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି।
ପ୍ରତିଦିନ ଆମେ ଅନେକ କଏନ ଦେଖୁ। ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ। ଯାହାକୁ ଦେଇ ଆପଣମାନେ ଜିନିଷ କିଣନ୍ତି। କିନ୍ତୁ ସେହି କଏନ ଭିତରର ରହସ୍ୟ ଆପଣ କେବେ ଖୋଜି ନାହିଁନ୍ତି। ଯାହା ଜାଣିଲେ ଆପଣ ହୋଇ ଯିବେ ଲକ୍ଷପତି
ମନ୍ନତରେ ପଶିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ସାବ୍ୟସ୍ତ ହେଲା । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଛି ତଦନ୍ତକାରୀ ସଂସ୍ଥା(NCB) । ତେବେ ଏହା ରେଡ୍ ନଥିଲା ବରଂ କିଛି ଜରୁରୀ ଡକ୍ୟୁମେଣ୍ଟ ମାଗିବା ନେଇ ନୋଟିସ ଦେଇଥିଲା ଏନସିବି ।
କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୦୦ କୋଟି ଡୋଜ ଟିକାକରଣ ଅବସରରେ ଭାରତର ଐତିହାସିକ କୋଠାଗୁଡ଼ିକ ତିରଙ୍ଗା ରଙ୍ଗରେ ରଙ୍ଗାଯାଇଛି ।
ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ସେଲିବ୍ରେସନ୍ କରିଛି ସ୍ପାଇସଜେଟ ଏୟାରଲାଇନ୍ସ । ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ଲଗାଯାଇଛି ।
ଆଜି ମଧ୍ୟ ଭାରତୀୟ ବଜାରରରେ ସୁନାର ଦରଦାମ୍ ହ୍ରାସ ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ସୁନାର ଦରଦାମ୍ ରେ କିଛିଟା ପରିବର୍ତ୍ତନ ଆସିଛି ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।
ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି
କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।
ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖ ଖାନ୍ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲ୍କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଆଜି ଉତ୍ତର ପ୍ରଦେଶ କୁଶିନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଶ୍ରୀଲଙ୍କାରୁ ବୌଦ୍ଧ ଧର୍ମାବଳମ୍ବୀଙ୍କରୁ ନେଇ ଆସିଥିବା ଏକ ବିମାନ ଅବତରଣ କରିଥିଲା । କୁଶିନଗର ସହିତ ପ୍ରାଚୀନ ଭାରତ ଜଡ଼ିତ । ଏଠାରେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ରହିଥିଲା ।
ପୁଣି ଦେବଭୂମି ଉତ୍ତରାଖଣ୍ଡର ସ୍ଥିତି ବିଗାଡ଼ିଛି ବାଦଲଫଟା ବର୍ଷା । ୨୦ରୁ ୨୫ ଘର ଧୋଇଯାଇଥିବା ବେଳେ, ୪୬ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି ।
ଦେବଭୂମିରେ ବାଦଲ ଫଟା ବର୍ଷା । ଏଯାଏଁ ଗଲାଣି ୪୬ ଜଣଙ୍କ ଜୀବନ । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା ଜାରି ରହିଛି । ମେସିନ ସାହାଯ୍ୟରେ ନୈନିତାଲ ଜିଲ୍ଲାର ଜେଓଲିକୋଟ ରାସ୍ତାକୁ ସଫା କରାଯାଉଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ପଥରକୁ ଭାଙ୍ଗି ସଫା କରାଯାଉଛି । ଏହାସହ ନୈନିତାଲ-କାଲାଢୁଙ୍ଗି ରାସ୍ତାକୁ ମଧ୍ୟ ସଫା କରି ଯାତାୟାତକୁ ସ୍ୱାଭାବିକ କରାଯାଇଛି ବୋଲି ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।
ଆର୍ୟନ ଖାନ୍ଙ୍କ ଜାମିନ ଆବେଦନକୁ ଖାରଜ କଲା ମୁମ୍ବାଇ ଏନ୍ଡିପିଏସ କୋର୍ଟ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏନଡିପିଏସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଆର୍ୟନ ଖାନ୍ଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ଖାରଜ କରିଛି କୋର୍ଟ ।
ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୪,୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମହମାରୀ ୧୯୭ ଜଣଙ୍କ ପ୍ରାଣ ନେଇଛି। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୪୧,୦୮,୯୯୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ?
ଭୁଟାନ-ଚୀନ୍ କଥାବାର୍ତ୍ତା ଉପରେ କଡ଼ା ନଜର ରଖିଛି ଭାରତ। କାରଣ ଡୋକଲାମକୁ ହାତେଇବା ଲାଗି ଚୀନ୍ ଫନ୍ଦିଫିକର ଜାରି ରଖିଛି। ଡୋକଲାମ ବଦଳରେ ଅନ୍ୟ ଅଞ୍ଚଳ ନେବା ପାଇଁ ୧୯୯୬ରେ ଚୀନ୍ ଭୁଟାନକୁ ପ୍ରସ୍ତାବ ଦେଇଥିଲା। ସେହିପରି ଗତବର୍ଷ ମଧ୍ୟ ବେଜିଂ ସମାନ ପ୍ରସ୍ତାବକୁ ଦୋହରାଇଥିଲା
ଚୀନ୍ ସେନା ପାଇଁ ଆଉ ଏତେ ସହଜ ହେବନି ଭାରତ ସୀମା ଭିତରକୁ ଅନୁପ୍ରବେଶ । ଭାରତ-ଚୀନ୍ ସୀମାରେ ଏଣିକି ଉଡ଼ିବ ଅତ୍ୟାଧୁନିକ ଡ୍ରୋନ୍ । ଯାହାର ନାଁ ହେରନ୍ ରହିଛି। ଏବେ ଡ୍ରାଗନର ଆଖି ପୁଣି ଅରୁଣାଚଳ ପ୍ରଦେଶ ଉପରେ ପଡ଼ିଥିବା ବେଳେ, ସେହି ଅଞ୍ଚଳରେ PLAର ଗତିବିଧି ଉପରେ ନଜର ରଖିବା ପାଇଁ ହେରନ୍ ଡ୍ରୋନ୍ ମୁତୟନ ହୋଇଛି।
କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଚାଲିଛି ରେସ୍କ୍ୟୁ ଅପରେସନ। ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା୪୦କୁ ବୃଦ୍ଧି ପାଇଛି। ନୈନିତାଲ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ଦେଶରେ ଦିନକୁ ଦିନ ବଢିବାରେ ଲାଗିଛଇ ତୈଳ ଦର । ପ୍ରତିଦିନ ଦର ବୃଦ୍ଧି ହେତୁ ଏକ ପରକାରର ରେକର୍ଡ ସୃଷ୍ଟି କରୁଛି । ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ତେଲ ଦର ପରିବର୍ତ୍ତନ କରାଯାଇଛି ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗଢ଼ିବେ ନୂଆ ଦଳ। ଏ ନେଇ ଗତକାଲି ସେ ଘୋଷଣା କରିଛନ୍ତି। ଯଦି ଚାଷୀ ଆନ୍ଦୋଳନର ସମାଧାନ ତାଙ୍କ ହିତରେ ରୁହେ ତେବେ ସେ ଆସନ୍ତା ନିର୍ବାଚନରେ ପଞ୍ଜାବରେ ବିଜେପି ସହ ବୁଝାମଣା ନେଇ ବିଚାର କରିବେ