Advertisment

ପ୍ରିୟଙ୍କା ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ?

author-image
Otv Khabar Bureau
ଅଦ୍ୟତନ ହୋଇଛି
Priyanka Gandhi's Education Qualification

Priyanka Gandhi's Education Qualification

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଆପଣମାନେ ଜାଣିଛନ୍ତି କି ପ୍ରିୟଙ୍କା କେତେ ପାଠ ପଢିଛନ୍ତି ? ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ଗାନ୍ଧୀ ଶିକ୍ଷାଗତ ଯୋଗ୍ୟତା।

Advertisment

ପ୍ରିୟଙ୍କା ଗାନ୍ଧିଙ୍କ ଶିକ୍ଷାଗତ ଯୋଗ୍ୟତା

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ୧୯୭୨ ମସିହା ଜାନୁୟାରୀ ୧୨ ତାରିଖରେ  ଜନ୍ମ ଗ୍ରହଣ କରିଥିଲେ । ପ୍ରିୟଙ୍କା ନୂଆ ଦିଲ୍ଲୀ ସ୍ଥିତ ମର୍ଡେନ ସ୍କୁଲ(Modern School) ଏବଂ କନ୍‌ଭେଣ୍ଟ ଅଫ୍ ଜେସସ୍ ଆଣ୍ଡ ମେରିରେ (Convent of Jesus and Mary) ସ୍କୁଲରେ ସେ ତାଙ୍କ ସ୍କୁଲ ପାଠପଢା ସାରିଥିଲେ । ସ୍କୁଲ୍‌ ପାଠ ପଢା ସାରି ପ୍ରିୟଙ୍କା ଦିଲ୍ଲୀର ଯୀଶୁ ଏବଂ ମେରି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ୨୦୧୦ରେ ବୃଦ୍ଧିଷ୍ଟ ଷ୍ଟଡିଜରେ(Buddhist studies)ମାଷ୍ଟରସ ଡିଗ୍ରୀ କରିଥିଲେ ।

Advertisment

ପ୍ରିୟଙ୍କା ଗାନ୍ଧିଙ୍କ ରାଜନୈତିକ କ୍ୟାରିଅର

ଜାନୁଆରୀ ୨୩, ୨୦୧୯ରେ ପ୍ରିୟଙ୍କା ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ । ସେତେବେଳେ ତାଙ୍କୁ ଉତ୍ତରପ୍ରଦେଶର ପୂର୍ବ ଭାଗରେ ମହା ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ଜାନୁଆରୀ ୨୪ ତାରିଖରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ଏମିତି ନୁହେଁ କି ପ୍ରିୟଙ୍କା ରାଜନୀତିରେ ନୂଆ ଥିଲେ ଏହା ପୂର୍ବରୁ ରାଜନୀତି କ୍ଷେତ୍ରରେ ସେ କେବଳ ଆମେଥୀ ଏବଂ ରାବେରେଲିଙ୍କ ମଧ୍ୟରେ ସୀମିତ ଥିଲେ ।

ଉତ୍ତରପ୍ରଦେଶରେ ପୁଣି ଥରେ କଂଗ୍ରେସର ପ୍ରବେଶ ପାଇଁ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍‌ ଦେବାକୁ ପ୍ରିୟଙ୍କା ଗାନ୍ଧି ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରିୟଙ୍କା ଗାନ୍ଧି ଏହି ଘୋଷଣା କରିଛନ୍ତି ବୋଲି ବେଶ୍ ଚର୍ଚ୍ଚା ଚାଲିଛି। କାରଣ ଉତ୍ତରପ୍ରଦେଶରେ ୨୦୧୨ରେ ହୋଇଥିବା ସାଧାରଣ ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳାମାନେ ମତଦାନ କରିଥିଲେ। (୫୮.୬୮ ପ୍ରତିଶତ ପୁରୁଷ, ୬୦.୨୮ପ୍ରତିଶତ ମହିଳା) । ସେହିପରି ୨୦୧୭ ମସିହାରେ ପୁରୁଷଙ୍କ ସଂଖ୍ୟା ୫୯.୧୪ ପ୍ରତିଶତ ରହିଥିବାବେଳେ ମହିଳାଙ୍କ ସଂଖ୍ୟା ୬୩.୩୦ ପ୍ରତିଶତ ରହିଛି । ତେବେ ମହିଳା ମାନେ ଅଧିକ ସଂଖ୍ୟାରେ ଭୋଟ୍‌ ଦେଉଥିବା କାରଣରୁ ପ୍ରିୟଙ୍କା ମହିଳାଙ୍କୁ ହିଁ ଅଗ୍ରାଧିକାର ଦେଉଥିବା ନେଇ କୁହାଯାଉଛି। ଏହାସହ ପ୍ରିୟଙ୍କାଙ୍କୁ କେହି କେହି ଜେଜେ ମାଆ ଇନ୍ଦିରାଙ୍କ ସହ ତୁଳନା କରୁଛନ୍ତି। ହେଲେ  ସମୟ କହିବ, ରାଜନୀତି ଅଙ୍କକଷାରେ ପ୍ରିୟଙ୍କାଙ୍କ ଆକଳନ କେତେ ମାତ୍ରାରେ ଠିକ୍ ହେଉଛି?

Priyanka Gandhi Qualification Of Priyanka Gandhi
Advertisment
Advertisment