Advertisment

ଗୁଟଖା ସଫା କରିବାକୁ ବାର୍ଷିକ ରେଳବାଇ ଖର୍ଚ୍ଚ କରୁଛି ୧୨ ଶହ କୋଟି ଟଙ୍କା !

ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି

author-image
Sarbeswar
indian-railways-gutka

indian-railways-gutka

ନୂଆଦିଲ୍ଲୀ: ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି। ଏମିତିକି ସ୍ୱଚ୍ଛ ଭାରତ ପରେ ବି ଲୋକମାନେ ପାନ ପିକ, ଗୁଟଖା ଖାଇ ବିଭିନ୍ନ ସ୍ଥାନରେ ପକାଉଛନ୍ତି। ଆଉ ଟ୍ରେନ ଷ୍ଟେସନ ଓ ଟ୍ରେନ କଥା ନକହିବା ଭଲ। ଆପଣ ନିଶ୍ଚିତ ଦେଖିଥିବେ ଟ୍ରେନ ଦୁଆର , ଝରକା ସହ ଷ୍ଟେସନରେ ପାନ ଓ ଗୁଟଖା ଛେପ ଚାରିଆଡ଼େ ପଡ଼ିଥିବ। ଆଉ ତାହାକୁ ସଫା କରିବାକୁ ରେଳବାଇ ବର୍ଷିକୁ ପାଖାପାଖି ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି।

Advertisment

ବାରମ୍ବାର ସଚେତନ କରିବା ପରେ ମଧ୍ୟ ସଚେତନ ହେଉନାହାନ୍ତି ଲୋକେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରେଳବାଇ ପାନ କିମ୍ବା ଗୁଟଖା ଖାଇଲେ ଫାଇନର ବ୍ୟବସ୍ଥା ମଧ୍ୟ କରିଛି। କିନ୍ତୁ ଲୋକମାନେ ସୁଧୁରିବାରେ ନା ନେଉନାହନ୍ତି। ତେଣୁ ରେଳବାଇ ଏବେ ନୂଆ କୌଶଳ ଆପଣାଇବା ପାଇଁ ଯାଉଥିବା କୁହାଯାଉଛି। ଏମିତିକି ଟ୍ରେନରେ ପାନ, ଗୁଟଖା ସହ କୌଣସି ନିଶାଦ୍ରବ୍ୟକୁ ସଂପୂର୍ଣ୍ଣ ବାରଣ କରାଯିବା ନେଇ ଚର୍ଚ୍ଚା ହେଉଛି।

Advertisment

ବିଜ୍ଞାପନରେ କେତେ ଖର୍ଚ୍ଚ କରେ ରେଳବାଇ?

ଟ୍ରେନରେ ଯାତ୍ରା କରିବା ସମୟରେ ଯେପରି ଲୋକମାନେ ପାନ, ଗୁଟଖା ନଖାଇବେ ସେଥିଲାଗି ରେଳବାଇ ପକ୍ଷରୁ ବିଜ୍ଞାପନ ମଧ୍ୟ କରାଯାଏ। ଆଉ ଏଥିପାଇଁ ମୋଟା ଅଙ୍କର ଅର୍ଥ ବି ଖର୍ଚ୍ଚ କରିବାକୁ ପଡ଼ିଥାଏ। ରେଲୱେ ବିଜ୍ଞାପନ ମାଧ୍ୟମରେ ଯାତ୍ରୀଙ୍କ ଠାରୁ ଇଆଡେ ସିଆଡ଼େ ଛେପ ନପକାଇବାରୁ ଅନୁରୋଧ କରିଥାଏ । ଏସବୁ ସତ୍ତ୍ୱେ ବି ଏହି ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାନ ଛେପ ଧୋଇବା ପାଇଁ ରେଳବାଇକୁ ହଜାର ହଜାର ଲିଟର ପାଣି ଖର୍ଚ୍ଚ କରିବା ପାଇଁ ପଡ଼ୁଛି। ତେଣୁ ଏହା ଉପରେ ରେଳବାଇ ଖୁବଶୀଘ୍ର ବଡ଼ ପଦକ୍ଷେପ ନେବ ବୋଲି କୁହାଯାଉଛି।

India Indian Railways Tobacco
Advertisment
Advertisment