• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Brutal Murder
ଚାପୁଡା ମାରିବାରୁ ବାପାକୁ ହତ୍ୟା କଲା ଝିଅ

ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ଛାତିକୁ ଥରେଇ ଦେବ। ଜଣେ ୧୭ ବର୍ଷର ଝିଅ ନିଜ ପ୍ରେମିକର ବନ୍ଧୁଙ୍କୁ ହନୀଟ୍ରାପରେ ଫସେରେ ବାପାଙ୍କୁ ହତ୍ୟା କରିଛି।​| ବାପା ତାକୁ କିଛି ଦିନ ପୂର୍ବରୁ ଚାପୁଡ଼ା ମାରିଥିଲେ। ସେ ଏହାକୁ ସହି ପାରିଲା ନାହିଁ। କ୍ରାଇମ୍‌ ସିରିଏଲ୍‌ ଦେଖିବା ପରେ ସେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା, କିନ୍ତୁ ମୋବାଇଲର କଲ୍ ବିବରଣୀ ପୂରା ରହସ୍ୟକୁ ପକେଇ ଦେଲା। ପୋଲିସ ଉଭୟ ଝିଅ ଓ ଯୁବକଙ୍କୁ ଗିରଫ କରିଛି।

Ola Scooter
ଲଞ୍ଚ ହେଲା ଓଲାର ବୈଦ୍ୟୁତିକ ସ୍କୁଟର୍‌

ଦେଶରେ ପ୍ରଥମ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିଛି ଓଲା। ଯାହାର ନାମ S1 ରହିଛି। କମ୍ପାନୀ ବହୁ ପୂର୍ବରୁ ଏହି ସ୍କୁଟରର ବୁକିଂ ଖୋଲିଥିଲା ​। ଯାହାଦ୍ୱାରା ଆପଣ କେବଳ ୪୯୯ ଟଙ୍କା ଦେଇ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକ୍ କରିପାରିଥାନ୍ତେ। ଓଲାର ଇଲେକ୍ଟ୍ରିକ୍ ସ୍କୁଟର ୧୦ଟି ରଙ୍ଗରେ ଉପଲବ୍ଧ ହେବ। ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ବାଛିପାରିବେ।

Afghan President Ashraf Ghani
ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍‌। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର ଭିତରକୁ ଯିବା ପାଇଁ ସେମାନଙ୍କୁ ଏଯାଏ ନିର୍ଦ୍ଦେଶ ଦିଆଯାଇ ନାହିଁ।

Taliban
ଆଫ୍‌ଗାନିସ୍ତାନ ସ୍ଥିତି ସଙ୍ଗୀନ: କାବୁଲ୍‌ ଗେଟ୍‌ରେ ପହଞ୍ଚିଲାଣି ତାଲିବାନ୍‌

ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।

Congress
“ସବ୍‌କା ବିକାଶ, ସବ୍‌କା ସାଥ୍‌, ସବକା ପ୍ରୟାସ କିନ୍ତୁ ଚର୍ଚ୍ଚାରେ ଆପଣଙ୍କ ବକୱାସ୍‌”

୨୦୧୪ ନିର୍ବାଚନରେ ​​ବିଜେପି ସବକା ସାଥ, ସବକା ବିକାଶ ମନ୍ତ୍ର ପ୍ରଦାନ କରିଥିଲା। ଏହା ପରେ, ୨୦୧୯ ନିର୍ବାଚନରେ ​​ସମସ୍ତଙ୍କ ବିକାଶ ସହିତ ସମସ୍ତଙ୍କ ବିଶ୍ୱାସ ଯୋଡି ହୋଇଗଲା ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଥିରେ ସମସ୍ତଙ୍କ ପ୍ରୟାସ ଯୋଡିଛନ୍ତି।

coronavirus
ଦେଶରେ ପୁଣି ବଢୁଛି ସଂକ୍ରମଣ: ମାତ୍ର ୨୪ ଘଂଟାରେ ୪୯୩ ଜଣଙ୍କ ଗଲା ଜୀବନ

ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୫,୩୩୬ ରହିଛି।

CJI
’ଆଇନରେ ସ୍ପଷ୍ଟତାର ଅଭାବ’ : ସଂସଦରେ ଆବଶ୍ୟକ ତର୍କ ବିନା ‍‍ବିଲ୍ ପାସ ହେବା ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି

Fire At Hotel
ସକାଳୁ ସକାଳୁ ହୋଟେଲରେ ଲାଗିଲା ନିଆଁ, ୨ ମୃତ

ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।

PM Modi
’ଏହା ହିଁ ସମୟ, ସଠିକ୍ ସମୟ ଅଟେ’ : ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନତା ଦିବସର ଅବସରରେ କରୋନା ସଙ୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ସୈନିକ ସ୍କୁଲ ବର୍ତ୍ତମାନ ଝିଅ ମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି । 'ଏହି ସମୟ, ଏହା ଉପଯୁକ୍ତ ସମୟ' ର ଏକ ନୂତନ ମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Wagha Border
ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍  କମାଣ୍ଡାଣ୍ଟ୍  ଜସବୀର ସିଂହ ସୂଚନା ଦେଇଛନ୍ତି।

Ramnath Kovind
ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ଏହା ହର୍ଷ ଓ ଉଲ୍ଲାସର ଦିନ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ । ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।

Ramnath Kovind
ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ରାଷ୍ଟ୍ରପତି ଭବନରେ ‘ହାଇ ଟି’ ପାର୍ଟି

ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ରାଷ୍ଟ୍ରପତି ଭବନରେ ଆୟୋଜିତ ହେଲା ବଡ଼ କାର୍ଯ୍ୟକ୍ରମ । ପଦକ ବିଜେତାଙ୍କୁ ଚା’ ପିଇବାକୁ ଡାକିଲେ ରଷ୍ଟ୍ରପତି ରାମ ନାଥ କୋବିନ୍ଦ ।

Car Hits Police Personnel
ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ; ଯାହା କହିଲେ ବି ଭୁଲ ହେବନି ! ଦେଖନ୍ତୁ ଭିଡିଓ..

ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ ।

Black Hole
ବ୍ରହ୍ମାଣ୍ଡର ରହସ୍ୟମୟ ପିଣ୍ଡ ବ୍ଲାକ୍ ହୋଲ୍

ବ୍ଲାକ୍ ହୋଲ୍ ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ ପିଣ୍ଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସେଗୁଡିକ୍ ବିଷୟରେ କୌଣସି ପ୍ରତ୍ୟକ୍ଷ ସୂଚନା ନାହିଁ କାରଣ ସେଗୁଡିକ ନିଜର ଅତି ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ବଳରେ ଆଖପାଖ ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି। ଦୀର୍ଘ ସମୟ ଧରି ବୈଜ୍ଞାନିକମାନେ ଏହି ବ୍ଲାକ୍ ହୋଲ୍‌ଗୁଡିକର ଘଟଣାଗୁଡ଼ିକରୁ ସେଗୁଡିକର ବୈଶିଷ୍ଟ୍ୟ ଆବିଷ୍କାର କରିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନରେ, ସେମାନେ ଜାଣିବାକୁ ପାଇଛନ୍ତି ଯେ ବ୍ଲାକ୍ ହୋଲ୍ ଯେପରି ପଦାର୍ଥ ଗ୍ରହଣ କରେ ଏହାର ଆକାର ସେପରି ନିର୍ଦ୍ଧାରିତ ହୁଏ।

India-Pakistan Army
ସ୍ୱାଧିନତା ଦିବସରେ ପାକିସ୍ତାନ ଯବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ଯବାନ

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ଥିଲେ ମଧ୍ୟ ଉତ୍ସବ ବେଳେ ମିଠା ଦିଆ-ନିଆ ହୋଇଥାଏ । ତେବେ ଠିକ ସେହିଭଳି ଆଜି ପାକିସ୍ତାନର ସ୍ୱାଧିନତା ଦିବସ ଉପଲକ୍ଷେ ଉଭୟ ଦେଶ ମଧ୍ୟ ମିଠା ଦିଆ-ନିଆ ହୋଇଛି ।

Diabetes
ଚର୍ମର ସଂକେତ କହିବ ମଧୁମେହର ଲକ୍ଷଣ

ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଆଜି ସାରା ବିଶ୍ୱରେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୀବନରେ ଚାପ ଏବଂ ବେପରୁଆ ଖାଇବା ଅଭ୍ୟାସ ହେତୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସାଧାରଣ ଜୀବନର ଏକ ଅଂଶ ପାଲଟିଗଲାଣି। ଯୁବବର୍ଗ ମଧ୍ୟ ଏଥୁରୁ ମୁକୁଳୁ ନାହାନ୍ତି। ସେମାନେ ବି ମଧୁମେହ ରୋଗରେ ପୀଡିତ ହେବା ଆରମ୍ଭ କରିଛନ୍ତି। ମଧୁମେହ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଆମନ୍ତ୍ରଣ କରେ।

Siji Art
ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା, ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି

ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା । ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି । ଯିଏ ବି ତାଙ୍କ କଳାକୃତି ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । କାରଣ  ଶୀରର ସମ୍ପୂର୍ଣ୍ଣ ଅସୁସ୍ଥ । ପୁରା ଶରୀର ଥରୁଛି ।

jammu-and-kashmir
ସ୍ୱାଧୀନତା ଦିବସରେ ଆତଙ୍କୀ ଆକ୍ରମଣର ବଡ଼ ଷଡ଼ଯନ୍ତ୍ର ପଣ୍ଡ : ଜୈଶର ଚାରି ଆତଙ୍କବାଦୀ ଗିରଫ

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଗାତାର ଅଭିଯାନ ଚଳାଇଛି ସୁରକ୍ଷା ବାହିନୀ । ଏହା ଅଧୀନରେ ଜମ୍ମୁ ପୋଲିସ ଚାରି ଜଣ ଜୈଶ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଛି । ଡ୍ରୋନରୁ ଦ୍ୱାରା ଭାରତ ସୀମାକୁ ଆସିଥିବା ବେଆଇନ୍ ଅସ୍ତ୍ରଶସ୍ତଅ ସଂଗ୍ରହ ଜୈଷ୍ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଥିଲେ ଗିରଫ ହୋଇଥିବା ଆତଙ୍କବାଦୀ

narendra modi
ଭୁଲି ହେବନି ବିଭାଜନ ଯନ୍ତ୍ରଣା : ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରିବାକୁ ମୋଦିଙ୍କ ଘୋଷଣା

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ପାକିସ୍ତାନ ବିଭାଜନକକୁ ମନେ ପକାଇଛନ୍ତି । ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘୃଣା ଏବଂ ହିଂସା ହେତୁ ଲକ୍ଷ ଲକ୍ଷ ଭାଇଭଉଣୀଙ୍କୁ ବିସ୍ଥାପିତ ହେବାକୁ ପଡିଲା, ଏପରିକି ଜୀବନ ହରାଇବାକୁ ପଡିଲା ।

talibans open warning
କାବୁଲ ସରକାରକୁ ସାହାଯ୍ୟ କଲେ ତ୍ରାହି ନାହିଁ : ଭାରତକୁ ପ୍ରଶଂସା କରିବା ସହ ଖୋଲା ଚେତାବନୀ ଦେଲା ତାଲିବାନ

ଭାରତକୁ ପ୍ରଶଂସା ଆଉ ଚେତାବନୀ । ଆଫଗାନିସ୍ତାନକୁ ଅକ୍ତିଆର କରୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଆଫଗାନିସ୍ତାନରେ ଭାରତ ସାମରିକ ଉପସ୍ଥିତିରୁ ଦୂରେଇ ରହିବା ଉଚିତ । ସେହିପରି ଆଫଗାନିସ୍ତାନରେ ବିକାଶମୂଳକ କାମ ପାଇଁ ଭାରତକୁ ତାଲିବାନ ପ୍ରଶଂସା କରିଛି । ନୂଆଦିଲ୍ଲୀ ବିରୋଧରେ ଆଫଗାନ୍ ମାଟି ବ୍ୟବହାରକୁ ଅନୁମତି ଦି‌ଆଯିବ ନାହଁ ବୋଲି ସଂଗଠନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ।

fake
ବଜାରରେ ବିକ୍ରି ହେଉଛି ନକଲି ଟାଟା ସଲ୍ଟ : ଅସାଧୁ ବ୍ୟବସାୟୀଙ୍କୁ ଧରିଲା ପୋଲିସ୍

ବଜାରରେ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ନକଲି ଅଣ୍ଡା, ନକଲି ଚାଉଳ, ନକଲି ଗୁଟଖା ପରେ ଏବେ ନକଲି ଲୁଣ । ଜଣାଶୁଣା କମ୍ପାନୀ ଟାଟା ନାମରେ ନକଲି ଲୁଣ ବିକ୍ରି ହେଉଛି । ଉତ୍ତରପ୍ରଦେଶର ବୁଲନ୍ଦସହର ବଜାରରେ ନକଲି ଟାଟା ସଲ୍ଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି । କମ୍ପାନୀର ଅଧିକାରୀଙ୍କ ଅଭିଯୋଗ ଆଧାରରେ ନକଲି ଲୁଣ ବ୍ୟବସାୟର ପର୍ଦ୍ଦାଫାଶ କରିଛି ପୋଲିସ୍ ।

rajnath singh
ଭାରତୀୟ କୋଷ୍ଟ ଗାର୍ଡ ୧୦୦ଟି ଦୀପପୁଞ୍ଜରେ ଜାତୀୟ ପତାକା ଲହରାଇବ

ଏଥର ଦେଶ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

  • Friday, 13 August 2021
Scrap Policy
ସ୍କ୍ରାପ୍‌ ପଲିସିର ଶୁଭାରମ୍ଭ, ଆଉ ରାସ୍ତାରେ ଗଡ଼ିବନି ଅନ୍‌ଫିଟ୍‌ ଗାଡ଼ି

ଦେଶରେ ଯାନବାହନ ସ୍କ୍ରାପ୍ ନୀତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟରେ ଇନଭେଷ୍ଟର ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • Friday, 13 August 2021
Covid-19
୧୧ ଦିନରେ ୫୪୩ ପିଲା କରୋନା ପଜିଟିଭ୍ ; ଆତଙ୍କରେ ଅଭିଭାବକ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍‌ର ଏକ ବଡ଼ ପ୍ରଭାବ ପଡିପାରେ।

Solar System
ବାହାରିଲା ସୌର ମଣ୍ଡଳର ନୂଆ ସୂଚନା

ବ୍ରହ୍ମାଣ୍ଡର ଏବଂ ଏହାର ପିଣ୍ଡର ଉତ୍ପତ୍ତି ଆମର ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେମାନେ ଯେ କେବଳ ଆମ ପୃଥିବୀର ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ତାହା ନୁହେଁ, ବରଂ ଆମର ସୌର ପ୍ରଣାଳୀର ସୃଷ୍ଟି ଏବଂ ସେହି ସମୟର ଅବସ୍ଥା ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ କେଉଁ ପରିସ୍ଥିତିରେ ପୃଥିବୀ ପରି ଗ୍ରହମାନେ ସୃଷ୍ଟି ହୁଅନ୍ତି।