ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି
ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ।
ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।
୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି । ନ୍ୟାୟିକ ଲଢ଼େଇରେ ବିଜୟ ପରେ ମିଳିଲା ସ୍ଥାନୀୟ ନିଯୁକ୍ତି । ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ଜଣ ମହିଳା ସେନାଧିକାରୀଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ।
ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି।
ଆଜି ଅପରାହ୍ଣରେ ବିଲ୍ଡିଂର ୧୯ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହା ୨୦ ମହଲାକୁ ବ୍ୟାପି ଥିଲା। ଏହି ସମୟରେ ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।
ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ ।
ଚଳିତ ବର୍ଷ ଦୀପାବଳିରେ ଗୁଗଲ୍ ୟୁଜର୍ସ ମାନଙ୍କ ପାଇଁ ଉପହାର ଆଣିଛି । ପ୍ଲେ-ଷ୍ଟୋରରେ ସବ୍ସ୍କ୍ରିପ୍ସନ୍ର ଫିରେ ୧୫ ପ୍ରତିଶତ କମିଶନ୍ ହ୍ରାସ କରିବାକୁ ଗୁଗଲ୍ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି
IAS। କୁହାଯାଏ ଦେଶର ସବୁଠୁ ସମ୍ମାନଜନକ ଚାକିରି। ଆଉ ଏହି ଚାକିରି କରିବା କିଛି କମ୍ କଥା ନୁହେଁ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ୍ ଅଫିସର୍ ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ କଥା ଶୁଣିବେ
ମାଆର ମମତା ପାଖରେ ହାର ମାନିଗଲା ରାଜନୀତି। ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମାଆଙ୍କ ପାଖକୁ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ। କିଛି ସମୟ କଥା ହେଲେ, ନିଜ ସହ ଫଟୋ ଉଠାଇବାକୁ ବି କହିଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ।
ଆମିର ଖାନ୍ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।
ଉତ୍ତରାଖଣ୍ଡରେ ପ୍ରଳୟ କରୁଛି ବାଦଲଫଟା ବର୍ଷା। ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବରେ ୭୦ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୧୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆଉ ବାଦଲ ଫଟା ବର୍ଷାରେ ରାଜ୍ୟରେ ୭ କୋଟିରୁ ଅଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇ
ଆପଣ ଅନେକ ହେୟାର ଷ୍ଟାଇଲ୍ ଦେଖିଥିବେ। ହେଲେ ଦେଖି ନଥିବେ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ୍। ସୋସିଆଲ ମିଡ଼ିଆରେ ଶିଳ୍ପା ନିଜର ହେୟାର ଷ୍ଟାଇଲ୍ ଭିଡିଓ ପୋଷ୍ଟ କରି କ୍ୟାପ୍ସନରେ ଅଣ୍ଡରକଟ ବଜ କଟ ଲେଖିଛନ୍ତି।
ପ୍ରତିଦିନ ଆମେ ଅନେକ କଏନ ଦେଖୁ। ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ। ଯାହାକୁ ଦେଇ ଆପଣମାନେ ଜିନିଷ କିଣନ୍ତି। କିନ୍ତୁ ସେହି କଏନ ଭିତରର ରହସ୍ୟ ଆପଣ କେବେ ଖୋଜି ନାହିଁନ୍ତି। ଯାହା ଜାଣିଲେ ଆପଣ ହୋଇ ଯିବେ ଲକ୍ଷପତି
ମନ୍ନତରେ ପଶିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ସାବ୍ୟସ୍ତ ହେଲା । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଛି ତଦନ୍ତକାରୀ ସଂସ୍ଥା(NCB) । ତେବେ ଏହା ରେଡ୍ ନଥିଲା ବରଂ କିଛି ଜରୁରୀ ଡକ୍ୟୁମେଣ୍ଟ ମାଗିବା ନେଇ ନୋଟିସ ଦେଇଥିଲା ଏନସିବି ।
କରୋନା ଟିକାକରଣରେ ଭାରତର ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୦୦ କୋଟି ଡୋଜ ଟିକାକରଣ ଅବସରରେ ଭାରତର ଐତିହାସିକ କୋଠାଗୁଡ଼ିକ ତିରଙ୍ଗା ରଙ୍ଗରେ ରଙ୍ଗାଯାଇଛି ।
ଦେଶରେ ୧୦୦ କୋଟି ଟିକାକରଣକୁ ନେଇ ସେଲିବ୍ରେସନ୍ କରିଛି ସ୍ପାଇସଜେଟ ଏୟାରଲାଇନ୍ସ । ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ଲଗାଯାଇଛି ।
ଆଜି ମଧ୍ୟ ଭାରତୀୟ ବଜାରରରେ ସୁନାର ଦରଦାମ୍ ହ୍ରାସ ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ସୁନାର ଦରଦାମ୍ ରେ କିଛିଟା ପରିବର୍ତ୍ତନ ଆସିଛି ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।
ଦିନକୁ ଦିନ ଗୁଟଖା ଖିଆ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯେଉଁଠି ନାହିଁ ସେଇଟି ସେମାନେ ଛେପ ପକାଇ ପରିବେଶକୁ ଆବର୍ଜନା କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ସେମାନେ ସୁଧୁରିବାରେ ନା ଧରୁନାହାନ୍ତି
କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।
ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖ ଖାନ୍ ଆଜି ସକାଳେ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲ୍କୁ ଯାଇ ପୁଅ ଆର୍ୟନଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶାହରୁଖ ଜେଲ୍ ଭିତରେ ଆର୍ୟନଙ୍କୁ ଭେଟି କଥାବାର୍ତ୍ତା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଆଜି ଉତ୍ତର ପ୍ରଦେଶ କୁଶିନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଶ୍ରୀଲଙ୍କାରୁ ବୌଦ୍ଧ ଧର୍ମାବଳମ୍ବୀଙ୍କରୁ ନେଇ ଆସିଥିବା ଏକ ବିମାନ ଅବତରଣ କରିଥିଲା । କୁଶିନଗର ସହିତ ପ୍ରାଚୀନ ଭାରତ ଜଡ଼ିତ । ଏଠାରେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ରହିଥିଲା ।
ପୁଣି ଦେବଭୂମି ଉତ୍ତରାଖଣ୍ଡର ସ୍ଥିତି ବିଗାଡ଼ିଛି ବାଦଲଫଟା ବର୍ଷା । ୨୦ରୁ ୨୫ ଘର ଧୋଇଯାଇଥିବା ବେଳେ, ୪୬ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୧୦ ଜଣ ଏବେବି ନିଖୋଜ ଅଛନ୍ତି ।