• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Unrest At Utkal University Campus After Clash
ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। 

Bombs Hurled And Firing In Brahmagiri
ହୋଲି ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।

Road Accident
ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

Aambulance
ଆମ୍ବୁଲାନ୍ସ ନଆସିବାରୁ ଅଟୋ ଆସିଲା, ଅଧାବାଟରେ ଧୋକା ଦେଲା !

ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ।

Kharasrota Mishap
କ୍ରିଷ୍ଣା ଭାଇର ବେକକୁ ସମସ୍ତେ ମାଡିବସିଲେ। ଆଉ ତାପରେ...

ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ।

Kharasrota
'ବାଇଗଣ ଖେଳ ପାଇଁ ଖରସ୍ରୋତା ଗଣ୍ଡ ଭିତରକୁ ଚାଲିଗଲେ ମୋର ସାଙ୍ଗ'

ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ। 

Group clash
ହୋଲି ଖେଳ ବେଳେ ଗୋଷ୍ଠୀ ସଂଘର୍ଷ : ୫ ଆହତ, ୨ ଗୁରୁତର

ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।

 Road Accident In Odisha
ବଣାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ବାପା, ମାଆ ଓ ୩ ବର୍ଷର ଝିଅ ମୃତ

ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।

Apana Eka Nuhanti
ସ୍ୱାମୀ ଯିବା ପରେ ସହାୟତାକୁ ଅପେକ୍ଷା କରିଛନ୍ତି ସେବନୀ

ସ୍ୱାମୀ ନାହାନ୍ତି...ଦିନରେ ଖଟିଲେ ରାତିକୁ ଘରେ ଚୁଲି ଜଳିବ। ଏପର୍ଯ୍ୟନ୍ତ ଚାଉଳ ମିଳୁନି କି ଘର ବି ମିଳୁନି। ସରକାରୀ ଯୋଜନାକୁ ଅନାଇ ବସିଛନ୍ତି ସେବନୀ

Locals Allege Massive Irregularities
ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି

ଆଉ କେତେ ପ୍ରତିଶ୍ରୁତି? ବସ୍ତି ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି...ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ ଲାଭ ପାଉନାହାନ୍ତି ଜନତା

Fraudster Tries To Con Journalist
ସାମ୍ବାଦିକଙ୍କୁ ଠକିବାକୁ ଚେଷ୍ଟା କରି ଫସିଗଲେ ଠକ ଯବାନ୍

ଓଟିଭି ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀଙ୍କ ପାଖକୁ ଫୋନ୍ ଆସିଲା। ଫୋନ କରିଥିବା ବ୍ୟକ୍ତିଜଣକ କହିଲେ ମୁଁ CISF ଯବାନ... ମୋର ରାଉରକେଲାରୁ ଅନ୍ୟତ୍ର ବଦଳି ହୋଇଯାଇଛି। ଆପଣ ମୋ ଟିଭି, ଫ୍ରିଜ୍, ପଲଙ୍କ, ସୋଫା, ଡାଏନିଂ କିଣିବେ କି? ଦିନରେ ଲଣ୍ଠନ ଦେଖାଉଥିଲେ ଠକ ଯବାନ। ତା' ପରର ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Drunk Cop Thrashed By Woman
ଚପଲ ମାଡ଼ ଖାଇ ପୋଲିସ ବାବୁଙ୍କ ଛାଡ଼ିଗଲା ମଦ ନିଶା

ପେଟେ ଦେଶୀ ମଦ ପିଇ ଷ୍ଟେସନରେ ଲୋକଙ୍କୁ ମାଡ଼ ମାରୁଥିଲେ ପୋଲିସ ବାବୁ। ଆଉ ଯେତେବେଳେ ଜଣେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ଏହି ପୋଲିସ ବାବୁ...ଫୁରସତ ନଦେଇ ଚପଲରେ ପିଟିଥିଲେ ମହିଳା...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ

Old Habits Die Hard, Report From Odisha Govt Office
୧୦.୩୦ ବାଜିଲାଣି...ନାରଣ ଅଫିସର୍‌ କେତେବେଳେ ଆସିବେ କିରେ?

ଆରେ ନାରଣ....ଅଫିସ୍‌ ଟାଇମ ତ ୧୦ଟା । ଏ ଘଣ୍ଟାରେ ତ ୧୦.୩୦ ବାଜିଲାଣି କେହି କଣ ଆସୁନାହାନ୍ତି...କ୍ୟାମେରା ଲାଇଟ୍‌ ପଡ଼ୁ ବାବୁ କହିଲେ ... ମୋର ଗାଡ଼ି ପମ୍ପଚର ହୋଇଛି ତ...ତେଣୁ ମୁଁ ଟିକିଏ ଡେରିରେ ପହଞ୍ଚିଲି

3 Months Pregnant Woman In Soro Dies
ଗାଧୁଆ ଘରେ ଛକି ବସିଥିଲା ଯମ, ତଳେ କବାଡି ଦେଲା...ଗର୍ଭବତୀଙ୍କ ଚାଲିଗଲା ଜୀବନ

୭ ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶବ୍ଦ। ହେଲେ ଗାଧୁଆ ଘରେ ଛକି ବସିଥିଲା ଯମ... ପଶିବା ମାତ୍ରେ ଗୋଡ଼ ଖସିଯିବାରୁ ଗର୍ଭବତୀଙ୍କ ଚାଲିଗଲା ଜୀବନ...ମୁଣ୍ଡ ପିଟି କାନ୍ଦୁଛି ମାଆ, ଧୈର୍ଯ୍ୟହରା ସ୍ୱାମୀ, ଦେଖନ୍ତୁ ଏହି ହୃଦୟବିଦାରକ ଦୃଶ୍ୟ

Khola Katha With  Giribala Behera
ଆମର ଲୋକ ଅଛନ୍ତି, ସାହି ସାହି ଜଗିବୁ...ସେମାନଙ୍କୁ ବିକାଶ ପାଇଁ କିଏ ମନା କରିଛି?

ଆତ୍ମସନ୍ତୋଷରୁ ବଢିଯାଇଛି ଆତ୍ମବିଶ୍ୱାସ। ମେୟର ପାଇଁ ମୋ ନାଁକୁ କୌଣସି ନେତା ଅବଜେକ୍ସନ କରିନାହାନ୍ତି। ୪୦ ବର୍ଷ ପରେ କଟକବାସୀ ଭରସା କରିଛନ୍ତି...କଂଗ୍ରେସର ବିଧାୟକ ଅଛନ୍ତି, ମେୟର ବି କଂଗ୍ରେସ ଖାତାକୁ ଯିବ। ହାତକୁ ଲୋକ ଅନାଇ ବସାଇଛନ୍ତି, ପଂଚାୟତର ଇଫେକ୍ଟ ପୌର ଉପରେ ଜମା ନାହିଁ : କଂଗ୍ରେସ କଟକ ମେୟର ପ୍ରାର୍ଥୀ ଗିରିବାଳା ବେହେରା

Koraput ZP Chairperson Climbs Hill To Call Collector
କଲେକ୍ଟରଙ୍କୁ ଫୋନ୍‌ କରିବାକୁ ପାହାଡ଼ରେ ୩ କିମି ଚାଲିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଚେୟାରମ୍ୟାନ ହେବ ତ ଏମିତି। ଦାୟିତ୍ୱ ନେଉ ନେଉ ଲୋକଙ୍କ ସମସ୍ୟା ବୁଝିଲେ...କଲେକ୍ଟରଙ୍କୁ ଫୋନ୍‌ କଲେ। ହେଲେ ନେଟୱାର୍କ ସମସ୍ୟା ପାଇଁ ଫୋନ୍‌ ଲାଗିଲାନି...ନିଜେ ପାହାଡ଼ ଉପରକୁ ୩ କିଲୋମିଟର ବଣୁଆ ରାସ୍ତା ଚଢିଲେ...ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କଲେ

drown
ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି : ଆଜି ସକାଳୁ ଆଉ ଏକ ମୃତଦେହ ଉଦ୍ଧାର

ହୋଲି ଖେଳି ତିନି ଜଣଙ୍କ ଜୀବନ ଚାଲିଗଲା । ଯାଜପୁର ବଡ଼ସୁଆର ଖରସ୍ରୋତା ଅଘଟଣରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

soro
ଆଉ କିଛି ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶଦ୍ଦ : ହେଲେ ସବୁ ସୁଖ ଛାଡ଼ି ଆରପାରିକୁ ଚାଲିଗଲେ ମହିଳା, ଘରେ କାନ୍ଦବୋବାଳି

ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l

Herbal Colour
ହର୍ବାଲ ଫଗୁ ଯୋଗାଇ ହୋଲିରେ ଲୋକଙ୍କ ସ୍ୱାସ୍ଥ୍ୟ ଚିନ୍ତା କଲେ ମହିଳା

ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫଗୁ ଅପେକ୍ଷା ଏହି ଫଗୁ ସୁରକ୍ଷିତ ଓ ଶସ୍ତା ହୋଇଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଏହାପ୍ରତି ଆଗ୍ରହ ବଢ଼ିଥିବା ବ୍ୟବସାୟୀ ଜଣାଇଛନ୍ତି ।

Shri Jagannath Temple
ଭାଙ୍ଗିଲେ ବ୍ୟାରିକେଡ୍, ଧସେଇ ପଶିଲେ

ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା ସ୍ଥିତି । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ । ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସିଂହଦ୍ୱାର ଆଗରେ ଟାଣ ଖରାରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଭକ୍ତଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଶେଷରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରକୁ ପଶିଥିଲେ ।

Shri Jagannath Temple
ଶ୍ରୀମନ୍ଦିରରେ ଆଜିର ସ୍ଥିତି ଦେଖି ଶୀଘ୍ର ଚାରିଦ୍ୱାର ଖୋଲିବାକୁ ଉଠିଲା ଦାବି

ଦର୍ଶନ ଆତୁର ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତିର ଚରମ ଚିତ୍ର । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଭାଙ୍ଗିଲେ । ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ପୁରା ଦଳାଚକଟା ଭଳି ସ୍ଥିତି ପୋଲିସ୍ କି ସେବାୟତ ସମସ୍ତେ ଅସହାୟ । ଚାହିଁଲେ ବି କେହି ଅଟକାଇ ପାରୁନାହାନ୍ତି ।

drown
ହୋଲି ଖେଳ ହେଲା କାଳ ! ନଦୀରେ ଭାସିଗଲେ ୭ ଜଣ

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି। 

  • Friday, 18 March 2022
Illegal Mining
ବେଆଇନ ମାଙ୍କଡ଼ା ପଥର ଖନନକୁ ନେଇ NGTର ଛାଟ, ହାଜର ହେବେ ଜିଲ୍ଲାପାଳ

ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ NGTର ଛାଟ। ମଦନପୁର ମୌଜାର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡ଼ା ପଥର ଖନନ ହେଉଥିବା ନେଇ ୨୦୧୯ ମସିହାରେ ଅଭିଯୋଗ ହୋଇଥିଲା।

Yojana Ra Na Hariloot
ରାସ୍ତା, ଡ୍ରେନ କାମ ନାଁରେ ଟଙ୍କା ଆଣିଲେ, ସରପଂଚଙ୍କଠାରୁ ଅଫିସର ସବୁ ବାଣ୍ଟିକି ଖାଇଦେଲେ

ରାସ୍ତା ନିର୍ମାଣ ନାଁରେ ଟଙ୍କା ଆସିଲା, ବିଲ୍‌ ହେଲା। ହେଲେ କାମ ହେଲାନି। ସରପଂଚଙ୍କଠାରୁ ସରକାରୀ ଅଫିସର ମିଳିମିଶି ସବୁ ଟଙ୍କାକୁ କରିଦେଲେ ଚଳୁ...ସତ ଜାଣିବା ପରେ କଲେକ୍ଟରଙ୍କୁ ଗୁହାରି କରୁଛନ୍ତି ଗାଁ ଲୋକ

Apana Eka Nuhanti
ବ୍ରେନ ଷ୍ଟ୍ରୋକ୍‌ ପରେ ବିଛଣାରେ ସ୍ୱାମୀ, ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ

ବ୍ରେନ ଷ୍ଟ୍ରୋକ୍‌ ପରେ ବିଛଣାରେ ଭବାନୀଶଙ୍କର। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଶଯ୍ୟାଶାୟୀ ହେବାରୁ ଦିନରେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ପରିବାର ଲୋକ। ଆଉ ସ୍ୱାମୀର ଏ ଅବସ୍ଥା ଦେଖି ପାଗେଳି ପ୍ରାୟ ସ୍ତ୍ରୀ...ଏବେ ଆପଣମାନେ ସାହାଯ୍ୟ କଲେ ଭଲ ହେବେ ଭବାନୀ