/odishatv-khabar/media/post_attachments/uploadimage/library/16_9/16_9_0/soro_1647654436.jpg)
soro
ପାଞ୍ଚ ମାସ ପୂର୍ବରୁ ବିବାହ ହୋଇଥିଲା । ପେଟରେ ଥିଲା ତିନି ମାସର ପିଲା । ସ୍ୱାମୀ, ଶାଶୂ,ଶ୍ୱଶୁରଙ୍କ ଗୋଡ଼ ତଳେ ଲାଗୁନଥିଲା । ଘରକୁ କୁନି ପିଲାଟିଏ ଆସିଲେ କୁଆଁ କୁଆଁ ଶଦ୍ଦରେ ଘର ପୂରି ଉଠିବ । ସମସ୍ତେ ଖୁସିରେ ସେହି ଦିନକୁ ଅପେକ୍ଷା କରିଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସବୁ ହସଖୁସି ପାଣି ଫୋଟକା ପରି ମିଳାଇ ଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମହିଳା ।
ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୁଝାଗଡ଼ଝିଙ୍କିରିଆ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ସେ ୩ ମାସର ଗର୍ଭବତୀ ଥିଲେ l ୫ ମାସ ତଳେ ବୈଦିକ ରୀତିନୀତି ଅନୁସାରେ ଖୁବ ଧୁମଧାମରେ ତାଙ୍କର ବିବାହ ହୋଇଥିଲା । ଆଉ ହସଖୁସିରେ ପରିବାର ମଧ୍ୟ ଚାଲୁଥିଲା l
ହେଲେ ଆଜି ଶୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା l ସେ ତଳେ କଚାଡି ହୋଇ ତଳେ ବସିପଡ଼ିଥିଲେ l ଆଉ ତାଙ୍କର ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନାକୁ ନେଇଆସିଥିଲେ l ସୋର ମେଡିକାଲର ମୁଖ୍ୟଫାଟକ ଫହଁଚିବା ବେଳକୁ ସେ କଥା କହୁଥିଲେ l ପରେ ସେ ଆଖି ବୁଜି ଦେଇଛନ୍ତି l
ତେବେ ମେଡିକାଲ ପରିସରର ଦୃଶ୍ୟ ଦେଖିଲେ କାହାର ବି ଆଖି ଓଦା ହୋଇଯିବ । ଷ୍ଟ୍ରେଚର ଉପରେ ଝିଅ ଶୋଇଛି, ଗୋଡ଼ ପାଖରେ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ପରିବାର ଲୋକ । ମୃତକଙ୍କ ମା’ ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି । ଖାଲି ମାଆ ନୁହେଁ ଶାଶୂଘର ଲୋକ ମଧ୍ୟ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ।
୭ ମାସ ପରେ ଘରକୁ ନୂଆ ଅତିଥି ଆସିଥାଆନ୍ତା, ସାହା ପଡିଶା ଭୋଜି ଖାଇଥାଆନ୍ତା । ଆଉ ଏବେ ସବୁ କିଛି ସରିଯାଇଛି । ପିଲାର ହେବାର ଖୁସି ବଦଳରେ ଘରୁ ବୋହୂର କୋକେଇ ଉଠୁଛି । ସ୍ତ୍ରୀକୁ ହରାଇ ସ୍ୱାମୀ ଏବେ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି ।
ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)