Advertisment

ଗୌରବ ଆଣିଲେ ଦୁଇ ଭାଇ : ରଣପା ନୃତ୍ୟ କରି ରେକର୍ଡ କଲେ ବିଭୂଦତ୍ତ ଓ ବିଭାସ...

କୁନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ...

author-image
Prangyan Parimita
ଅଦ୍ୟତନ ହୋଇଛି
special story

special story

ଅନନ୍ୟ ଲୋକକଳା ରଣପାକୁ ବଞ୍ଚାଇ ରଖିବାକୁ ପ୍ରୟାସ। ଜାତୀୟ ତଥା ଆନ୍ତର୍ଜାତୀୟ ରେକର୍ଡ କରି ହଜିଯାଉଥିବା ଗୌରବକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଛନ୍ତି ବ୍ରହ୍ମପୁରର ବିଭୂଦତ୍ତ ସାହୁ ଓ ବିଭାସ ସାହୁ। ଗୋଟିଏ ପରେ ଗୋଟିଏ ରେକର୍ଡ କରି ଏହି ଦୁଇ ଭାଇ ଆଜି ସାରା ଜିଲ୍ଲାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି।

Advertisment

ଦୁଇ ଭାଇ ବିଭୂଦତ୍ତ ଓ ବିଭାସ ଗୋଟିଏ ପରେ ଗୋଟିଏ ଜାତୀୟ ରେକର୍ଡ କରି ଚାଲିଛନ୍ତି । ବଡ଼ ଭାଇ ବିଭୂଦତ୍ତ ଲଗାତାର ୨୮ ମିନିଟ ଧରି ରଣପା ନୃତ୍ୟ କରି ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଆଉ ୨ୟ ଶ୍ରେଣୀରେ ପଢୁଥିବା ବିଭାସ ୧୩ ମିନିଟ ଧରି ରଣପା ନୃତ୍ୟ ପରିବେଷଣ କରି ପାଇଛନ୍ତି ଇଣ୍ଟର ନ୍ୟାସନାଲ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍।

ରଣପା ନୃତ୍ୟ। ଏହାକୁ କରିବା ବହୁତ କଷ୍ଟସାଧ୍ୟ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ କରିବାକୁ ହୋଇଥାଏ ନାଚ। ପୁରା ଶରୀରକୁ ବାଉଁଶ ବାଡି ଉପରେ ରଖି ଢ଼ୋଳ ମହୁରୀର ତାଳେ ତାଳେ ନାଚିବାକୁ ହୋଇଥାଏ। ଏଥି ପାଇଁ ଅନେକ ଏ କାଷ୍ଟ ସାଧ୍ୟ ନାଚ ପ୍ରତି ମୁହଁ ଫେରାଇ ନେଇଥାନ୍ତି। ହେଲେ ବିଭୂଦତ୍ତ ଓ ବିଭାସଙ୍କ ସଫଳତା ରଣପା ନୃତ୍ୟକୁ ଏକ ପ୍ରକାର ଜୀବନ୍ୟାସ ଦେଇଛି। ଉଭୟଙ୍କ ସଫଳତା ଦେଖି ଧୀରେ ଧୀରେ ଯୁବ ଗୋଷ୍ଠୀ ଗଞ୍ଜାମ ଜିଲ୍ଲାର ଏହି ଲୋକ କଳା ପ୍ରତି ଆକୃଷ୍ଟ ହେଉଛନ୍ତି।

Advertisment

ବ୍ରହ୍ମପୁର ଉପକଣ୍ଠ ବଡ଼ କୁଶସ୍ଥଳୀ ଗାଁ ହେଉଛି ରଣପା ନୃତ୍ୟର ଆଦ୍ୟପୀଠ। ୧୯୬୦ ମସିହା ବେଳକୁ ବିଭିନ୍ନ ନୃତ୍ୟକୁ ଗବେଷଣା କରି ରଣପା ନୃତ୍ୟର ଆରମ୍ଭ କରିଥିଲେ ନୃତ୍ୟ ଗୁରୁ ପଦ୍ମଶ୍ରୀ ଭଗବାନ ସାହୁ। ଏଥି ପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କ ସମୟରେ ୫୦ରୁ ଅଧିକ ଲୋକ ରଣପା ନୃତ୍ୟ ଶିଖୁଥିଲେ। କାଳକ୍ରମେ ଧୀରେ ଧୀରେ ଏହା ଲୋପ ପାଇବାକୁ ବସିଛି।

ଏବେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ସଂପର୍କୀୟ ନିଜର ଦୁଇ ପୁଅ ବିଭୂଦତ୍ତ ଓ ବିଭାସଙ୍କୁ ରଣପା ନୃତ୍ୟର ଶିକ୍ଷା ଦେଉଛନ୍ତି। ଉଭୟଙ୍କ ସଫଳତା ଦେଖି ଧୀରେ ଧୀରେ ଅନ୍ୟ ପିଲାମାନେ ରଣପା ନୃତ୍ୟ ପ୍ରତି ଆକୃଷ୍ଟ ହେବା ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଦିଆଗଲେ ଗଂଜାମର ଏହି ଅନନ୍ୟ ଲୋକକଳା ବଞ୍ଚିବ ବୋଲି ଆଶା କରାଯାଉଛି।

ଗଞ୍ଜାମର ଅନନ୍ୟ ଲୋକକଳା ରଣପା କଳିଙ୍ଗର ବୀର ପାଇକମାନଙ୍କ ରଣ କୌଶଳ ସହ ବୀରଗାଥାର ପରିଚୟ ଦିଏ। କିନ୍ତୁ ଆଧୁନିକତାର ଆଗରେ ଧୀରେ ଧୀରେ ହଜିବାକୁ ବସିଛି ରଣପା ନୃତ୍ୟ।

ଜଗନ୍ନାଥ ସାହୁ, ବ୍ରହ୍ମପୁର

Ranapa Dance
Advertisment
Advertisment