Advertisment

Transport Scam: ସତ ମାନିଲେ ବିଜେଡି ବିଧାୟକ ବଦ୍ରି ପାତ୍ର, ସରକାର ବଦଳିବା ପରେ...

ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Badri Narayan Patra

Badri Narayan Patra

କିଛି ଅନିୟମିତତା ହୋଇଛି ନିଶ୍ଚିତ ଭାବରେ । ଖଣିଜ ସଂପଦ ଅନିୟମିତତା ଅଭିଯୋଗକୁ ନେଇ ଏଭଳି କହିଛନ୍ତି ଘସିପୁରାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି, ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ
ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।

Advertisment

ଯେତେ ଖୋଳିଲେ, ସେତେ ବାହାରୁଛି। ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା ପରେ ବିଭିନ୍ନ ଠିକଣାରେ ଘନଘନ ଚଢ଼ାଉ
କରିସାରିଛି ଅର୍ଥନୈତିକ ଅପରାଧ ଶାଖା ବା EOW । ଗତକାଲି ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କ ୬ଟି ସ୍ଥାନରେ ରେଡ୍ ହୋଇଥିଲା। କେନ୍ଦୁଝର, ସୁନ୍ଦରଗଡ଼ କୋଇଡା, ଧାମରା ଏବଂ ଗୋପାଳପୁରରେ ହୋଇଥିଲା ରେଡ୍। ରେଡ୍ ବେଳେ ହାର୍ଲି ଡେଭିଡସନ୍ ବାଇକ୍, ଫର୍ଚୁନର କାର ଓ ବହୁ ସଂଖ୍ୟାରେ ୧୮ ଚକିଆ ଟ୍ରକ୍ ସାଙ୍ଗକୁ ଏକ ଆଲିସାନ ଫାର୍ମ ହାଉସର ଠିକଣା ପାଇଛି। ଖାଲି ସେତିକି ନୁହେଁ, ବିଜେଡି କ୍ଷମତା କେନ୍ଦ୍ରର ପାଖଲୋକ ଥିବା ରାଜା ଆହୁରି ଅନେକ ବେନାମୀ ସଂପତ୍ତିର ମାଲିକ ବୋଲି ବି ଚର୍ଚ୍ଚା ହେଉଛି। ତଦନ୍ତ ବେଳେ ରାଜା ଚକ୍ର ସହ ୫ରୁ ୬ ଜଣ ପ୍ରଭାବଶାଳୀ ବିଜେଡି ନେତା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଟଙ୍କା ଚଳୁ କରିଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା।

ଅଧିକ ପଢ଼ନ୍ତୁ :ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର; ସାମ୍ନାକୁ ଆସିବ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍

Advertisment

ଏବେ ଆସନ୍ତୁ ଜାଣିବା ଗନ୍ଧମାର୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରିଟିଭ୍ ସୋସାଇଟିରେ ହୋଇଥିବା ଘୋଟାଲା ସଂପର୍କରେ । ଇଓଡବ୍ଲୁ ତଦନ୍ତ କହୁଛି ୨୦୦୬ ରେ ଗଠିତ ଏହି ସୋସାଇଟି କେନ୍ଦୁଝର ଶୁଆକାଟିରେ ଖଣିଜ ପଦାର୍ଥ ଲୋଡ଼ିଂ କାମ କରିଆସୁଛି । ଏହି ସମବାୟ ସମିତି ଗଠନ କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୁହାପଥର ଖଣି ଉତ୍ତୋଳନରେ ସ୍ଥାନୀୟ ଶ୍ରମିକ ନିଯୁକ୍ତି ସହ ଆଇରନ୍ ଓର୍ ପରିବହନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଓ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା । ହେଲେ କାମହେଲା ଓଲଟା ।

ଅଭିଯୋଗ ହେଉଛି ବିଜେଡିର ତତ୍କାଳୀନ ପାୱାର ସେଣ୍ଟରର ହାତ ବାରିସୀ ସାଜିଥିବା ରାଜାଙ୍କ ଜରିଆରେ ଏଇଠୁ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । ଶ୍ରମିକଙ୍କ ଟଙ୍କା ଆସୁଥିଲା ବିଜେଡି ପାର୍ଟି ଅଫିସକୁ ଏବଂ ବାହୁବଳୀ ନେତାଙ୍କ ଆକାଉଣ୍ଟକୁ । ଜାଲ କାଗଜପତ୍ର ପ୍ରସ୍ତୁତ କରି ଶ୍ରମିକଙ୍କ ଅର୍ଥ ବାଟମାରଣାଠୁ ନେଇ ଇପିଏଫ୍ ଟଙ୍କା ଖାଇଯିବା ଭଳି ସଂଗୀନ ଅଭିଯୋଗ ବି ପୂର୍ବ ସରକାର ସମୟରେ ଉଠିଥିଲା । ହେଲେ ତାହାକୁ ଚାପି ଦିଆଯାଇଥିବାର ଅଭିଯୋଗ କରିଛନ୍ତି କେନ୍ଦୁଝର ସ୍ଥାନୀୟ ବିଜେପି ନେତା ।

କେବଳ ସେତିକି ନୁହେଁ, ଇଓଡବ୍ଲୁର ପ୍ରେସରିଲିଜ୍ କହୁଛି ସୋସାଇଟି ସହ ଆଦୌ ଜଡ଼ିତ ନଥିବା କିଛି ବ୍ୟକ୍ତିଙ୍କ ନାଁରେ କୋଟି କୋଟି ଟଙ୍କା ଚେକ୍ ଇସ୍ୟୁ କରାଯାଇଥିଲେ ବି କାହିଁକି ସେ ଅର୍ଥ ଦିଆଯାଇଛି, ତାର ସନ୍ତୋଷଜନକ ଉତ୍ତର ମିଳିନି । ଏପରିକି ସ୍ଥାନୀୟ ଅଭିଯୋଗ ଆଧାରରେ କେବଳ ୨୦୨୨ରେ ଏକ ସ୍ପେଶାଲ୍ ଅଡିଟ୍ ଛଡ଼ା ୨୦୧୨ରୁ ଏପର୍ଯ୍ୟନ୍ତ ସୋସାଇଟିର ଅଡିଟ୍ ହୋଇନଥିବା ତଦନ୍ତରୁ ଜଣାପଡ଼ିଛି । ତେଣୁ ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କୁ ଜେରା କରି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଲୁଟିଥିବା ସେଇ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍ ଖୋଜୁଛି ଇଓଡବ୍ଲୁ ।

( କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ : ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

BJD BJP Minerals Mining Of Minerals Badri Narayan Patra Kendujhar EOW Raid
Advertisment
Advertisment