ବାଃବାଃରେ ବ୍ୟବସ୍ଥା। ଟଙ୍କିକିଆ କିଲେ ଚାଉଳ ପାଇବା ଲାଗି ଖର୍ଚ୍ଚ କରିବାକୁ ପଡୁଛି ୨ଶହ ଟଙ୍କା...ଚାଲିବାକୁ ପଡୁଛି ୧୫ କିମିର ରାସ୍ତା...
ପରିବାର ପାଇଁ କ୍ରସରରେ କାମ କରୁଥିଲେ, ହାତ ହରାଇଲେ। କ୍ଷତିପୂରଣ ପାଇଁ କୋର୍ଟ ଗଲେ...ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ। କେନ୍ଦ୍ରର ନିର୍ଦ୍ଦେଶ ପରେ ବି କମ୍ପାନୀ କି ରାଜ୍ୟ ସରକାର କେହି ଦେଲେନି କ୍ଷତିପୂରଣ। ଏବେ ଗୋଟିଏ ହାତରେ ବଡ କଷ୍ଟରେ ପରିବାର ଚଳାଉଛନ୍ତି ଆର୍ଶିତ...
ଘଟ ଛାଡି ଚାଲିଗଲା ଲୋଟଣି ପାରା; ଦିନେ ହେଉଥିଲେ ଭାଇରାଲ୍
ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।
ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?
ଆମେ କିଛି ଶୁଣିବୁନି। ଆଗେ ତଦନ୍ତକର ଆମ ଚାଉଳ କିଏ ଖାଇଲା? ପରେ ଆମେ ଆନ୍ଦୋଳନରୁ ଉଠିବୁ। ୩ ମାସ ମାଗଣା ଚାଉଳ ନପାଇବାରୁ ଏମିତି ତାତିଲେ ଲୋକେ...
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ଭାରତରେ ୧ରୁ ଅଧିକ ବିବାହ ଆଇନ ସମ୍ମତ ନୁହେଁ ବୋଲି ବ୍ୟବସ୍ଥା ରହିଥିବା ବେଳେ ଦେଖାଦେଇଛି ଏକ ଅଜବ ବିବାହ। ଦୁଇ ଭଉଣୀ ଗୋଟିଏ ପୁଅକୁ ବିବାହ କରିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ପୁଅ ଚାଲିଯିବାର ୮ ବର୍ଷ ହେଲାଣି, ହେଲେ ବାପାର ମନ ମାନୁନି। ପୁଅ ଯେଉଁଠି ପୋଡା ହୋଇଥିଲା ଆଜି ବି ସେଇଠି ବସି ପୁଅ ଫେରିବା ବାଟକୁ ଚାହିଁରହିଛି ବାପା..ଯେତେ ଡାକିଲେ ବି ଘରକୁ ଆସୁନାହାନ୍ତି, ବେଳେବେଳେ ପୁଅ ନାଁ ଧରି ଡାକୁଛନ୍ତି..
ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।
ଖୋଦ୍ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍କୁ ଯାଇ ହେଉନି
କାଳ ହେଲା ଏଲଇଡି ଲାଇଟ୍। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ
ନିମନ୍ତ୍ରଣ ହୋଇନଥିଲା କି କାହାକୁ ଡକାଯାଇନଥିଲା। ହେଲେ ବାହାଘରରେ ହଠାତ୍ ପହଞ୍ଚିଲେ ହଷ୍ଟେଲ୍ ପିଲା...ବର କହିଲେ ନିଜ ଖାଇକି ଯାଅ, ପିଲାଙ୍କ ପାଇଁ ବି ନେଇକି ଯାଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ପୋଷା କୁକୁରର ଥିଲା ଜନ୍ମଦିନ। କେକ୍ କାଟିବା ପାଇଁ ୩୫୦ ଲୋକଙ୍କୁ ନିମନ୍ତ୍ରଣ କଲେ ପରିବାର ଲୋକ। ଗିଫ୍ଚରେ ମିଳିଲା ଏତିକି ସୁନା...
ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।
ପାଖାପାଖି ୬ ଘଣ୍ଟା ହେଲାଣି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଟ୍ୟାଙ୍କର ଓଲଟି ପଡ଼ିବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବାରେ ଲାଗିଛି।
୨୦୨୩କୁ ନେଇ ବାବା ଭେଙ୍ଗା ଦେଇଛନ୍ତି ଭୟଙ୍କର ଭବିଷ୍ୟବାଣୀ। ପୃଥିବୀ ଉପରେ ଏଲିଏନମାନଙ୍କ ଆକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ। ନିଜ ପସନ୍ଦ ଅନୁସାରେ ବାପାମାଆ ପିଲା ଜନ୍ମ କରିପାରିବେ ଭଳି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଓ ବିପଦଜନକ ଭବିଷ୍ୟବାଣୀ।
ସୋସିଆଲ୍ ମିଡିଆରେ ଖୁଲ୍ଲମ୍ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି।
ମନ୍ଥର କାମ, ସର୍ଭେରେ ତ୍ରୁଟି ଓ ଟେଣ୍ଡରରେ ବିଳମ୍ବରୁ ସଂପୂର୍ଣ୍ଣ ହୋଇ ପାରିନି ୪୧ ପ୍ରତିଶତ ବିଜୁ ସେତୁ... ସିଏଜି ରିପୋର୍ଟରେ ସରକାରଙ୍କ ଅପାରଗତା ଧରାପଡ଼ିଲା ପରେ ଜୋର୍ ଧରିଲା ରାଜନୀତି...
ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି
ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?
କଇଁଛଙ୍କ ଅଣ୍ଡା ପାଇଁ ସମୁଦ୍ରରେ ଦିନରାତି ଡ୍ୟୁଟି କରୁଛନ୍ତି ୧୫ ଜଣିଆ ଟିମ୍। ସମୁଦ୍ର ଉପରେ ରହିଛି ତୀକ୍ଷ୍ଣ ନଜର। ମେସିନ୍ ବୋଟ୍ ଯାଉନି କି ଟ୍ରଲର ଷ୍ଟାର୍ଟ ହେଉନି। ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରିବା ସହିତ କଇଁଛଙ୍କୁ ମାଆ କହୁଛନ୍ତି ମତ୍ସଜୀବୀ...
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୋଟିଏ ଘରେ ତିନି ତିନି ଜଣ ଚାମ୍ପିଅନ୍...ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ବାପ-ପୁଅ-ଝିଅ
ବାପା ଚାମ୍ପିଅନ୍, ପୁଅ ବି ଚାମ୍ପିଅନ୍ ଏବଂ ଝିଅ ତ ସୁପର ଚାମ୍ପିଅନ୍। କିଏ କାହାଠୁ କମ୍ ନୁହନ୍ତି। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ବି ଏବେ ୱେଟ୍ ଲିଫ୍ଟିଂକୁ ଆପଣାଇଛନ୍ତି।
ଭାରସାମ୍ୟ ହରାଇ ଗଛକୁ କାର୍ ପିଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।