Advertisment

ରାଜଧାନୀରେ ଏଣିକି ହାତରେ ଉଠିବନି ଅଳିଆ; ‘ଜଟାୟୁ’ ଜରିଆରେ ସଫେଇ ଆରମ୍ଭ

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Jatayu Machine

Jatayu Machine

ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ଉଦ୍ୟମର ଉଦ୍ୟମ ।  ବିଏମସି ପକ୍ଷରୁ ଅତ୍ୟାଧୁନିକ ମେସିନ୍ ଜଟାୟୁ ଜରିଆରେ ସଫେଇ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛି ।

Advertisment

ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି । ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି । ଏହି ମେସିନ୍ କ୍ଷମତା ୧.୫ ଟନ୍ ରହିଛି । ୯ ଇଞ୍ଚ ମୋଟେଇ ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି ।

ଅଧିକ ପଢ଼ନ୍ତୁ:ଏଣିକି ପୋଷା ଜନ୍ତୁ ରଖିଲେ ବିଏମ୍‌ସିରୁ ନେବାକୁ ପଡ଼ିବ ଅନୁମତି

ମେସିନ୍‌ରେ ଲାଗିଥିବା ଭାକ୍ୟୁମ୍ ଅଳିଆକୁ ପାଇପ୍‌ ଜରିଆରେ ଶୋଷି ନେଇ ଡଷ୍ଟବିନ୍‌ ଡ୍ରମ୍‌ରେ ଗଦା କରି ଦେଉଛି। ଯାହାକୁ ପରେ ଅଳିଆ ବୁହା ଗାଡ଼ି ଯୋଗେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଇ ଦିଆଯାଇଥାଏ।

Advertisment

ଏହି ବ୍ୟବସ୍ଥା ପାଇଁ ବିଏମ୍‌ସି ଟଙ୍କାଟିଏ ଖର୍ଚ୍ଚ କରିନାହିଁ । ଜାଗୃତି ଓ ପ୍ରତ୍ୟୁଷ ଏହି ଦୁଇଟି ସଂସ୍ଥା ମେସିନ୍‌ କିଣିଥିବା ବେଳେ ଏହା ସଫଳ ହେଲେ ଆଗକୁ ପ୍ରତ୍ୟେକ ଏଜେନ୍‌ସି ମେସିନ୍‌ କିଣି ପ୍ରତ୍ୟେକ ୱାର୍ଡରେ ଗୋଟିଏ ଗୋଟିଏ ଲଗାଇବା ପାଇଁ କୁହାଯାଇଥିବା ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

BMC Garbage Problem
Advertisment
Advertisment