Advertisment

ଡାକ୍ତରୀ ପାଠ ପଢିବାକୁ ମୂଲ ଲାଗୁଛନ୍ତି ଇଫୁ

ବିଲ ଭିତରେ ପଶି ଧାନ କାଟୁଥିବା ଯୁବକ ଜଣକ କୌଣସି ଶ୍ରମିକ ନୁହଁନ୍ତି। ସେ ଜଣେ ଡାକ୍ତରୀ ଛାତ୍ର ା

author-image
Chandan Shishu
ଅଦ୍ୟତନ ହୋଇଛି
MBBS student works as laborer to arrange funds for studies

MBBS student works as laborer to arrange funds for studies

ଆଦିବାସୀ ମୂଲକର ଜଣେ ଡାକ୍ତରୀ ଛାତ୍ର ପାଠ ପଢିବା ପାଇଁ ବିଲରେ ଧାନ କାଟୁଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ଛାତ୍ର ଜଣକ ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ବିଲରେ ଦିନ ମଜୁରିଆ ଭାବେ ଧାନ କାଟୁଛନ୍ତି। ଏଭଳି ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ବାଗ୍ରାମିଲା ଗ୍ରାମରେ ଦେଖିବାକୁ ମିଳିଛି। ଆଉ ଡାକ୍ତରୀ ଛାତ୍ର ଜଣକ ହେଉଛନ୍ତି ଇଫୁ ମଳିକ। ଚଳିତ ବର୍ଷ ଇଫୁ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଡାକ୍ତରୀ ପାଠ ପଢିବା ଲାଗି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। କିନ୍ତୁ ପାଠ ପଢିବା ଲାଗି ଆବଶ୍ୟକ ଅର୍ଥ ଯୋଗାଡ ଲାଗି ସେ ମହିଳା ମାନଙ୍କ ସହ ମିଶି ବିଲରେ ଧାନ କାଟିବା ଲାଗି ମୂଲ ଲାଗୁଛନ୍ତି। ଇଫୁ ମଳିକ ପାଠ ପଢିବା ଲାଗି କିଭଳି ସଂଘର୍ଷ କରୁଛି, ସେ ନେଇ ଦେଖିବା ଓଟିଭିର ଏହି ସ୍ୱତନ୍ତ୍ର ରିପୋର୍ଟ।

Advertisment

ବିଲ ଭିତରେ ପଶି ଧାନ କାଟୁଥିବା ଯୁବକ ଜଣକ କୌଣସି ଶ୍ରମିକ ନୁହଁନ୍ତି। ସେ ଜଣେ ଡାକ୍ତରୀ ଛାତ୍ର। ା ନା ତାଙ୍କର ଇଫୁ ମଳିକ। ଏମବିବିଏସ୍ ପ୍ରଥମ ଶ୍ରେଣୀର ଛାତ୍ର। କେତେବେଳେ ଶ୍ରମିକ ସାାଜି ବିଲରେ ଧାନ କାଟୁଛନ୍ତି ତ ଆଉ କେତେବେଳେ ଘର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଆଉ ପାଖରେ ବସିଛନ୍ତି। ତାଙ୍କର ବୁଢି ମାଆ ଓ ବୁଢା ବାପା। ପୁଅର ଭବିଷ୍ୟତ ନେଇ ଉଭୟ ବାପା ମାଆ ଚିନ୍ତାରେ ରହିଛନ୍ତି କାହିଁକି ନା ଉଭୟ ବାପା ମାଆ ପରିଣତ ବୟସରେ ପହଂଚିବା ପରେ କାମଦାମ କରିବା ଲାଗି ଶରୀରରେ ଆଉ ବଳ ନାହିଁ।

ଅଧିକ ପଢ଼ନ୍ତୁ: ପରିବାର କେମିତି ଚଳିବ, ସେହି ଚିନ୍ତାରେ ହାଟରେ ଶାଗ ବିକୁଛନ୍ତି ବିସିଏ ଛାତ୍ର

Advertisment

ପୁଅ ପାଠ ପଢି କିଭଳି ଜଣେ ଭଲ ଡାକ୍ତର ହେବ, ସେ ନେଇ ବାପା ମାଆ ଦିନ ରାତି ଏବେ ଚିନ୍ତା କରୁଛନ୍ତି। ଘରେ କହିଲେ ବୃଦ୍ଧ ବାପା, ମାଅ,ବଡ ଭାଇ ଓ ଛୋଟ ଭଉଣୀ। କେହି ମଧ୍ୟ ରୋଜଗାରିଆ ନୁହଁନ୍ତି। ଏଭଳି ପରିସ୍ଥିତିରେ ଇଫୁ କିଭଳି ପାଠ ପଢିବ, ଆଉ କିଭଳି ସେ ଡାକ୍ତର ହେବ, ସେ ନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ଯେନତେନ ପ୍ରକାରେ ଇଫୁ ବଡ କଷ୍ଟରେ ମେଡିକାଲ କଲେଜରେ ଆଡମିସନ କରିଛି। ହେଲେ ଆଗକୁ ପଢିବା ଲାଗି ତାଙ୍କ ପାଖରେ ପଇସା ନାହିଁ। ତେଣୁ ସେ କିଭଳି ପାଠ ପଢିବେ ସେ ନେଇ ଏବେ ଚିନ୍ତାରେ ରହିଛନ୍ତି। ଏଥି ପାଇଁ ଇଫୁ ପାଠ ପଢିବା ପାଇଁ ଲୋକଙ୍କ ସାହାଯ୍ୟ ସହାୟତା ପାଇଁ ଅପିଲ୍ କରିଛନ୍ତି। ବୁଢା ବାପା ମାଆ ମଧ୍ୟ ପୁଅକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।

ଅଭାବ ଅନଟନ ଭିତରେ ଇଫୁ ମଳିକ କେବେ ବି ପାଠ ପଢାରେ ଅବହେଳା କରିନାହାନ୍ତି। ଜଣେ ମେଧାବୀ ଛାତ୍ର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାଟ୍ରିକ ହେଉ ଅବା ଯୁକ୍ତ ଦୁଇ, ଉଭୟ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ହେଲେ ପାଠ ପଢିବା ଲାଗି ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନଥିବା ଯୋଗୁଁ ସେ ଏବେ ବିଲରେ ମହିଳା ମାନଙ୍କ ସହ ମିଶି ଧାନ କାଟୁଛନ୍ତି। ଇଫୁ ମଳିକଙ୍କୁ ପାଠ ପଢିବା ନେଇ ଲୋକେ କିଛି ସାହାଯ୍ୟ କରନ୍ତୁ ବୋଲି ଧାନ କାଟୁଥିବା ସାଥୀ ମହିଳା ମାନେ ନିବେଦନ କରିଛନ୍ତି।

(ରିପୋର୍ଟ-ଅଜିତ ନାୟକ,ବାଲିଗୁଡ଼ା)

Student
Advertisment
Advertisment