Advertisment

ଦୁଇ ଭଉଣୀଙ୍କୁ ବାହା ହେଲା ଗୋଟିଏ ପୁଅ; ଲୋକେ କହିଲେ କଳିଯୁଗ ଆସିଗଲା

ଭାରତରେ ୧ରୁ ଅଧିକ ବିବାହ ଆଇନ ସମ୍ମତ ନୁହେଁ ବୋଲି ବ୍ୟବସ୍ଥା ରହିଥିବା ବେଳେ ଦେଖାଦେଇଛି ଏକ ଅଜବ ବିବାହ। ଦୁଇ ଭଉଣୀ ଗୋଟିଏ ପୁଅକୁ ବିବାହ କରିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Two sisters married to same groom in Maharashtra

Two sisters married to same groom in Maharashtra

ସୋସିଆଲ ମିଡିଆରେ ଆପଣ ବିଭିନ୍ନ ପ୍ରକାରର ଭାଇରାଲ୍ ଭିଡିଓ ଦେଖିଥିବେ। ଏମିତି କିଛି ଭିଡିଓ ଦେଖିଥିବେ ଯାହା କେବଳ ହସାଉଥିବ ଆଉ କିଛି ଅଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଦୁଇ ଜଣ ଝିଅ ଗୋଟିଏ ପୁଅକୁ ବିବାହ କରୁଥିବା ଦେଖାଯାଏ। ଏହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଉଭୟ ଯୁବତୀ ହେଉଛନ୍ତି ଦୁଇ ଯାଆଁଳା ଭଉଣୀ। କେବଳ ଏତିକି ନୁହେଁ, ଏହି ଯାଆଁଳା ଭଉଣୀମାନେ ଗୋଟିଏ ମଣ୍ଡପରେ ଗୋଟିଏ ବରକୁ ବିବାହ କରୁଛନ୍ତି। ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଯେ ପରିବାର ଲୋକେ ମଧ୍ୟ ଏଥିରେ କୌଣସି ଆପତ୍ତି କରୁ ନାହାନ୍ତି କି ଦୁଃଖ କରୁ ନାହାନ୍ତି। ବରଂ ସେମାନେ ଏହି ବିବାହରେ ବହୁତ ଖୁସି ଅଛନ୍ତି ଏବଂ ସେମାନଙ୍କ ଉପରେ ସ୍ନେହ ଓ ଆଶୀର୍ବାଦ ଅଜାଡି ଦେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଏହି ବିବାହ ମହାରାଷ୍ଟ୍ରର ପଣ୍ଡରପୁରରେ ହୋଇଛି। ସୂଚନା ଅନୁଯାୟୀ, ଏହି ଭିଡିଓରେ ଦେଖାଯାଇଥିବା ଉଭୟ ଭଉଣୀ ଯାଆଁଳା ଏବଂ ବୃତ୍ତିରେ ଇଞ୍ଜିନିୟର। ଉଭୟ ଯେଉଁ ପୁଅକୁ ବିବାହ କରୁଛନ୍ତି ସେ ଜଣେ ବ୍ୟବସାୟୀ। ଭାଇରାଲ ହେଉଥିବା ଏହି ଭିଡିଓରେ ସ୍ପଷ୍ଟ ବାରିହୋଇ ପଡୁଛି ଯେ ଏହି ତିନିଜଣଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ଅନୁଯାୟୀ ବିବାହ ହେଉଛି ଏବଂ ଏଥିରେ କାହାରି କୌଣସି ଅସନ୍ତୋଷ ନାହିଁ।

Advertisment

ଏହି ବିବାହ ଖୁବ ଧୁମଧାମ୍‌ରେ ହେଉଥିବା ବେଳେ ଉଭୟ ପାର୍ଶ୍ୱର ଲୋକମାନେ ଏହାକୁ ଉପଭୋଗ କରୁଥିବା ଦେଖାଯାଏ। କୁହାଯାଉଛି ଯେ ବରର ଏକ ଟ୍ରାଭେଲ୍‌ ଏଜେନ୍ସି ଅଛି ଏବଂ ସେ ଉଭୟ ଭଉଣୀଙ୍କୁ ପୂର୍ବରୁ ଜାଣିଛନ୍ତି। ସେ ଦୁଇ ଭଉଣୀଙ୍କୁ ନିଜ ଇଛା ଅନୁସାରେ ବିବାହ କରିବାକୁ ସ୍ଥିର କରିଛନ୍ତି।

ବିବାହ ସହ ଜଡିତ ଏହି ଭିଡିଓଟି ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଲୋକମାନେ ଏହା ଉପରେ ଅନେକ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ କଳିଯୁଗର ଅନ୍ତ ସମୟ ପାଖେଇ ଆସିଲାଣି ବୋଲି କହୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ଯେ ଏମାନେ ମହାଭାରତ କାଳରୁ ଆଗକୁ ବଢି ପାରୁ ନାହାନ୍ତି। ପ୍ରକାଶଥାଉ ଯେ ବିଦେଶରେ ଏଭଳି ଅନେକ ବିବାହ ଦେଖାଯାଏ ଯେଉଁଠି ଦୁଇ ବା ତିନି ଭଉଣୀ ଜଣେ ପୁଅକୁ ବାହା ହୋଇଛନ୍ତି।

Ajab Gajab Ajab Gajab News
Advertisment
Advertisment