• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ କିଏ ଅବା ନଚାହେଁ । ସେ ଦିନମଜୁରିଆଟିଏ ହେଉ ବା ଆଇଏଏସ୍‌ । ସମସ୍ତେ ଚାହାନ୍ତି ସେମାନଙ୍କ ରୋଜଗାରରୁ ଭବିଷ୍ୟତ ପାଇଁ କିଛି ରଖିବାକୁ । କିଏ ବ୍ୟାଙ୍କରେ ସଞ୍ଚୟ କରିଥାଆନ୍ତି ତ କିଏ କୌଣସି ସ୍କିମରେ ନିଜର ଟଙ୍କାକୁ ବିନିଯୋଗ କରିଥାଆନ୍ତି । କାରଣ ସ୍କିମରେ ଟଙ୍କା ରଖିବା ଦ୍ୱାରା କିଛି ଅଧିକ ରିଟର୍ଣ୍ଣ ମିଳିଥାଏ ।

ଯଦି ଆପଣଙ୍କର ରୋଜଗାର କମ୍‌ ରହିଛି । ଆଉ ଆପଣ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ପୋଷ୍ଟାଲର ଏହି ସ୍କିମ୍‌ରେ ଆପଣଙ୍କ ସ୍ୱଳ୍ପ ସଞ୍ଚୟ ଟଙ୍କା ନିବେଶ କରିବା ଦ୍ୱାରା ଲାଭବାନ ହୋଇପାରିବେ । ତାହାସହ ଖୁବ୍‌ ଭଲ ଆପଣଙ୍କୁ ରିଟର୍ଣ୍ଣ ମିଳିପାରେ ଏବଂ ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ..

ଏହି ଯୋଜନାର ନାଁ ‘ପୋଷ୍ଟ ଅଫିସ୍‌ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ’ ବା ପିପିଏଫ୍‌ । ଏହି ସ୍କିମ୍‌କୁ ପ୍ରାୟ ସମସ୍ତେ ପିପିଏଫ୍‌ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍‌ ୫ଶହ ଟଙ୍କା ନିବେଶ କରିପାରିବେ ।  ତାହା ସହ ଆପଣ ଏହି ପିପିଏଫ୍‌ ଖାତାରେ ଲୋନ୍‌ ମଧ୍ୟ ନେଇପାରିବେ ।

ଏହି ଯୋଜନାର ମାଚ୍ୟୁରିଟି ପରିୟଡ ୧୫ ବର୍ଷ ରହିଛି । ଯାହାକୁ ଆପଣ ଆହୁରି ୫ ବର୍ଷ ବଢ଼ାଇପାରିବେ । ଯଦି ଆପଣ ବର୍ତ୍ତମାନ ଏହି ସ୍କିମ୍‌ରେ ପ୍ରତ୍ୟେକ ଦିନ ୧୦୦ଟଙ୍କା ବିନିଯୋଗ କରିଛନ୍ତି । ତେବେ ଆପଣଙ୍କୁ ୧୫ ବର୍ଷ ପରେ ୯,୮୯,୯୩୧ ଟଙ୍କା ମିଳିବ ।

ତାହାସହିତ ଏହି ସମସ୍ତ ଟଙ୍କା ଟ୍ୟାକ୍ସ ଫ୍ରୀ ରହିବ । ଏହି ସ୍କିମର ୫ ବର୍ଷର ଲକ୍‌-ଇନ୍‌ ପରିୟଡ୍‌ ପର ଆର୍ଥିକ ବର୍ଷରେ ଆପଣ ଚାହିଁଲେ ୫୦% ଟଙ୍କା ଉଠାଇପାରିବେ । ଆକାଉଣ୍ଟ ହୋଲ୍ଡରଙ୍କ ସ୍ୱାସ୍ଥ୍ୟ ଖରାପ ହେଉ କିମ୍ୱା ପିଲାମାନଙ୍କ ହାୟର ଏଜୁକେସନ ପାଇଁ ଏହି ଟଙ୍କା ଉଠାଇହେବ । କିନ୍ତୁ ଏଥିପାଇଁ କିଛି ଚାର୍ଜ ଦେବାକୁ ପଡ଼ିବ ।