• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ସବୁକିଛି ଡିଜିଟାଲ ହୋଇଛି । ଡିଜିଟାଲ ଯୁଗରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଉପରେ ପ୍ରାୟ ସମସ୍ତେ ନିର୍ଭର କରୁଛନ୍ତି । ଲୋକମାନେ ପେଟିଏମ୍‌, ଗୁଗଲପେ, ଫୋନ୍‌ପେ ଓ ଆମାଜନପେ ପରି ବିଭିନ୍ନ ଭିଜିଟାଲ ବ୍ୟାଙ୍କିଂ ସୁବିଧାକୁ ଆପଣାଇଛନ୍ତି । ତଥାପି UPI ମାଧ୍ୟମରେ ଅନେକ ଲୋକ କିଛି ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଟଙ୍କା ଟ୍ରାନ୍ସଫର କରିବା ସମୟରେ ଟଙ୍କା ଟ୍ରାଞ୍ଜାକ୍ସନ ନହୋଇ ମଧ୍ୟ ଟଙ୍କା ଆକାଉଣ୍ଟରୁ କଟିଯାଉଛି । ସେହିପରି ଭୁଲ ଆକାଉଣ୍ଟକୁ ଟଙ୍କା ଚାଲିଗଲେ ତାକୁ ଫେରିପାଇବା ସହଜ ହେଉନାହିଁ। ତେଣୁ ସାଧାରଣ ଜନତା ବହୁତ ଅସୁବିଧାରେ ପଡ଼ୁଥିବା ଦେଖିବାକୁ ମିଳୁଛି । ଭୁଲ ବ୍ୟକ୍ତିଙ୍କ ନିକଟକୁ ଟଙ୍କା ଟ୍ରନ୍ସଫର ଯୋଗୁଁ ବ୍ୟକ୍ତିବିଶେଷଙ୍କ ପାଇଁ ଅସୁବିଧାର କାରଣ ପାଲଟୁଛି ।

ଅଧିକ ପଢ଼ନ୍ତୁ: ବିନା ଇଣ୍ଟରନେଟରେ UPI ସହିତ କରିପାରିବେ କାରବାର, ଜାଣନ୍ତୁ ପେମେଣ୍ଟ କରିବାର ସଂପୂର୍ଣ୍ଣ ପ୍ରକ୍ରିୟା

ତେବେ ଏନେଇ ଆସନ୍ତୁ ଜାଣିବା ଏହାର ସମାଧାନ ବିଷୟରେ । ଯାହା ଆପଣଙ୍କୁ ଆଦୌ ବିଚଳିତ କରିବ ନାହିଁ । ଆପଣଙ୍କ ଟଙ୍କା ଆପଣ ଫେରିପାଇପାରିବେ । ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି । ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି । ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ।

ଭୁଲ ଲୋକଙ୍କ ନିକଟକୁ ଟଙ୍କା ଚାଲିଯାଇଥିଲେ, ତୁରନ୍ତ ଦେୟର ଏକ ସ୍କ୍ରିନସଟ୍ ନିଅନ୍ତୁ । ପଠାଇଥିବା ଟଙ୍କା ଏବଂ ID ବିବରଣୀଗୁଡିକର ଏକ ରେକର୍ଡ ରଖନ୍ତୁ । ଯେତେବେଳେ ଆପଣ ଏହାକୁ ନେଇ ଅଭିଯୋଗ କରିବେ, ଏହି ସବୁ ତଥ୍ୟ ଆପଣଙ୍କୁ ସାହାଯ୍ୟ କରିବ ।

UPI ଆପ୍‌ ମାଧ୍ୟମରେ ଆପଣ ଅଭିଯୋଗ ପଞ୍ଜିକରଣ କରିପାରିବେ । ଯଦି ଆପଣଙ୍କ ଅଭିଯୋଗ ସମାଧନ ନହୁଏ ତେବେ ଆପଣ ବ୍ୟାଙ୍କରେ ଅଭିଯୋଗ କରିପାରିବେ । ଯଦି ତଥାପି ସେମତି କିଛି ସାହାଯ୍ୟ ନମିଳେ ତେବେ ଆପଣ ଲୋକପାଳଙ୍କ ସହ ଯୋଗାଯୋଗ କରିପାରିବେ । NPCI ୱେବସାଇଟରେ ମଧ୍ୟ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ । ଏହି ସବୁ ପ୍ରକିୟା କରିବା ଦ୍ୱାରା ନିଶ୍ଚୟ ଆପଣ ଆପଣଙ୍କ ଟଙ୍କା ଫେରିପାଇବେ ।