ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ ଏପରି ସମସ୍ୟା ଦେଖିବା ପାଇଁ ମିଳୁଛି ।
୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।
ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..
ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?
2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…
ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।
ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍ ପେଣ୍ଡିଂ ଅଛି।
୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।
ନାବାଳିକାଙ୍କ ପ୍ରେମରେ ପାଗଳ ହୋଇ ହରିୟାଣାରୁ ଓଡ଼ିଶା ଧାଇଁ ଆସିଥିଲେ ଯୁବତୀ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ପୋଲିସ୍ ଜିମା ଦେଇଛନ୍ତି।
ପତିତଜନଙ୍କୁ ଉଦ୍ଧାରିବା ପାଇଁ...କାଳିଆ ସାଆନ୍ତଙ୍କ ଶରଣରେ ଦିବ୍ୟଶଙ୍କର । ସବୁ ସେହି କାଳିଆର ଇଚ୍ଛା...ମଲା ଗୋଟେ ମାସ ଅଜ୍ଞାତ ଅବସ୍ଥାରେ ରହିବାକୁ ପଡ଼ିଲା ଯେ...ଏବେଠୁ ବାନା ବାନ୍ଧିଦିଅ। ନହେଲେ ୨୪ରେ ଉଡିଉଡି ଆସିବନି ଯେ..
ବନ୍ଧୁ ହେବ ତ ଏମିତି...ଏବେ ନୁହେଁ ୫୦ ବର୍ଷ ହେଲାଣି ସାଙ୍ଗ ହୋଇ ବୁଲୁଛନ୍ତି, ଚଳୁଛନ୍ତି...ଜଣେ ଏବେ ପାରାଲିସିସ୍ ରୋଗରେ ପଡିବା ପରେ ବି ଅନ୍ୟ ଜଣେ ଆଉ ଜଣଙ୍କର କରୁଛି ସେବା
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...
ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।
ଶୁଣ ସରକାର...ଏ ହଳଦିଆ ପାଣିକୁ ନିଜେ ପିଇବ ତ?
ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ
ମେଡିକାଲ ବେଡ୍ ଉପରେ ପୁଅ ଶୋଇଛି, ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା...ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଉଛି। ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ? ଘରୋଇ କ୍ଲିନିକ୍ର ଭୁଲ ପାଇଁ ଆଜି ଖାଲି ହୋଇଗଲା ମାଆ କୋଳ
ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।
ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।