/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677916760.jpg)
Odisha Women Commission grappling with huge pendency
ରାଜ୍ୟ ମହିଳା କମିଶନକୁ ପୂରିଲା ୩୦ ବର୍ଷ। ହେଲେ ଏବେ ବି ଅନେକ ମହିଳାଙ୍କ ପାଇଁ ଅପହଞ୍ଚ କମିଶନ। ଷ୍ଟାଫ୍ ଅଛନ୍ତି, ମେମ୍ବର ଅଛନ୍ତି ତଥାପି ୫ ହଜାର କେସ୍ ପେଣ୍ଡିଂ ଅଛି। ସଚେତନତା ଅଭାବ ଏବଂ ଜୋନ କାର୍ଯ୍ୟାଳୟ ନଥିବାରୁ ଦୂରଦୁରାନ୍ତରୁ ନିର୍ଯାତିତଙ୍କ କେସ୍ ସାମ୍ନାକୁ ଆସିପାରୁ ନଥିବା ଅଭିଯୋଗ ହେଉଛି। ଡିଜିଟାଲ ଯୁଗରେ ବି ନିର୍ଯାତିତଙ୍କ ପାଖରେ ଅପହଞ୍ଚ ରାଜ୍ୟ ମହିଳା କମିଶନ। ବର୍ଷ ବର୍ଷ ଧରି ପଡ଼ି ରହିଛି ମାମଲା। କମିଶନଙ୍କ ପାଖରେ ଆବଶ୍ୟକ ଷ୍ଟାଫ୍ ଅଛନ୍ତି ଏବଂ ମେମ୍ବର ବି ଅଛନ୍ତି। ତଥାପି ବର୍ଷ ବର୍ଷ ଧରି ଗଡୁଛି କେସ୍ ।
ଗତ ୩୦ ବର୍ଷ ମଧ୍ୟରେ ରାଜ୍ୟ ମହିଳା କମିଶନଙ୍କ ଠାରେ ୭୮ହଜାର ୮୮୨ କେସ୍ ରୁଜୁ ହୋଇଛି । ସେଥିମଧ୍ୟରୁ ୭୩ ହଜାର ୨୪୬ କେସ୍ ସମାଧାନ ହୋଇଛି। ମାତ୍ର ଏବେବି ପେଣ୍ଡିଂ ପଡ଼ିଛି ୫ ହଜାର ୬ ଶହ ୨୮ଟି ମାମଲା।
ଭୁବନେଶ୍ୱର ରୁ ସର୍ବାଧିକ ୭ ହଜାର ୪୬୧ ମାମଲା ମହିଳା କମିଶନଙ୍କ ପାଖକୁ ଆସିଛି। ସେହିପରି ପୁରୀରୁ ୫ ହଜାର ୭୨୯ ମାମଲା ରୁଜୁ ହୋଇଛି। ତେବେ ମାଲକାନାଗିରି ଜିଲ୍ଲାରୁ ସର୍ବନିମ୍ନ ୨୭୩, ନୂଆପଡ଼ା ଜିଲ୍ଲାରୁ ମାତ୍ର ୩୮୧ଟି ମାମଲା ଆସିଛି। ଏହି ରେକର୍ଡରୁ ଜଣାପଡୁଛି ଯେ, ଅନୁନ୍ନତ ଜିଲ୍ଲାର ନିର୍ଯାତିତା ମହିଳା କମିଶନଙ୍କ ପାଖକୁ ଆସିପାରି ନାହାନ୍ତି। ପୂର୍ବରୁ ୧୨ ହଜାର କେସ୍ ପେଣ୍ଡିଙ୍ଗ ଥିବାବେଳେ ଏବେ ଏହା କମି ୫ ହଜାର ୬ ଶହ ୨୮ରେ ପହଞ୍ଚିଛି ବୋଲି ରାଜ୍ୟ ମହିଳା ଆୟୋଗ କମିଶନ ଅଧ୍ୟକ୍ଷ ମିନତୀ ବେହେରା କହିଛନ୍ତି।
ଏଠି ଦେଖିବାର କଥା କେବେ ପେଣ୍ଡିଂ ମାମଲାର ସମାଧାନ କରାଯିବ ଓ ଅନୁନ୍ନତ ଜିଲ୍ଲାର ପୀଡ଼ିତାଙ୍କ ପାଖରେ କମିଶନ ପହଞ୍ଚିପାରିବେ।
(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)