Advertisment

‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OTV Foresight International Standard Road Infrastructure By 2024 End Odisha Says Nitin Gadkari

OTV Foresight International Standard Road Infrastructure By 2024 End Odisha Says Nitin Gadkari

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ(OTV Foresight) ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ଓଟିଭିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଯୋଡ଼ି ହୋଇଥିଲେ। 

Advertisment

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଓଡ଼ିଶା ରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି। କଥା ଦେଉଛି, ୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ।ଜାତୀୟ ରାଜପଥ ଭିତ୍ତିଭୂମି ଆମେରିକା ରାସ୍ତା ଭଳି ହେବ। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ। ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି।’

ଓଟିଭିର ଚିନ୍ତନ ସମାବେଶ ଫୋରସାଇଟ- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ସାମିଲ ହୋଇ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ମତ ରଖିଛନ୍ତି। 

Advertisment
Union Minister Nitin Gadkari OTV Foresight Nitin Gadkari
Advertisment
Advertisment