ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ସେଭଳି ପରିସ୍ଥିତି । ଏପ୍ରିଲ ପହିଲା ଉତ୍କଳ ଦିବସରେ ଅନୁଗୁଳରେ ପ୍ରତିଷ୍ଠା ହୋଇଛି ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ।
ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଲେ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ତାଙ୍କର ସାର୍ଟ-ପ୍ୟାଣ୍ଟ ପିନ୍ଧା ଫଟୋକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।
ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।
ଆଧୁନିକ ସଭ୍ୟତାକୁ ଅନୁକରଣ କରି ପୁରାତନ ସଭ୍ୟତାକୁ ଭୁଲି ଗଲେଣି ଆଜିର ଯୁବପିଢ଼ୀ । ପାଶ୍ଚାତ୍ୟ ପରମ୍ପରାକୁ ଆପଣେଇ ଦୁରେଇ ଯାଉଛନ୍ତି ନିଜର ପରମ୍ପରା। ହେଲେ ଜଣେ ୫ ବର୍ଷର କୁନି ପ୍ରତିଭାକୁ ଦେଖିଲେ ଆପଣ କହିବେ କୁନି ବୟସରେ
ଶିକ୍ଷକତା ତାଙ୍କର ପେଶା କିନ୍ତୁ ନିଶା ହେଲା ଗଛ ଲଗାଇବା l ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଇ ସ୍ଥାନୀୟ ଅଂଚଳରେ ଗଛ ଶିକ୍ଷକ ଭାବେ ସେ ବେଶ ପରିଚିତ l ସେ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ଶିକ୍ଷା ସାଧନ କେନ୍ଦ୍ରର ସଂଯୋଜକ ଅନ୍ତର୍ଯ୍ୟାମୀ ବେଜ୍
ଆଜି ନାରଣର ମୁଣ୍ଡକୁ କଣ ଜୁଟିଲା କେଜାଣି, ଯାହାକୁ ଦେଖୁଛି କହୁଛି ଅ ଆ ଡାକ । ଏଇ ଦେଖୁନାହାନ୍ତି ବାଟରେ ଘାଟରେ ଯାହାକୁ ଦେଖୁଛି ସେମିତି କିଛି ପଚାରୁଛି...
ଅପରେସନ୍ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି।
ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି ।
ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ
କଥାରେ ଅଛି ଭାଇବୋହୂ ଉପରେ ଦେଢ ଶୂରର ଛାଇ ପଡେନାହିଁ । ଏହି ପରମ୍ପରା କାହିଁ କେତେ ବର୍ଷରୁ ଚଳି ଆସୁଛି । ଯାଜପୁର ବଡଚଣା ଚଣ୍ଡିତଳ ଗାଁରେ ଥିବା ଶିଖରଚଣ୍ଡି ପାଦଦେଶରେ ଏମିତି ଏକ କୂଅ ଅଛି ଯାହାର ନାଁ ଦେଢଶୂର ଭାଇବୋହୂ କୂଅ । ଏବେ ନୁହେଁ ବରଂ ହଜାର ବର୍ଷର ପୁରୁଣା ଏହି କୂଅ । କାହିଁ କେଉଁ କାଳରୁ ନିର୍ମାଣ ହୋଇଛି ଏହି କୂଅ । ତେବେ ପୁରାତନ କୂଅ ସନ୍ଧାନ କରିଛି ଇନଟାକ ଟିମ୍
ମେଡିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୂଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା
ମେଡ଼ିକାଲ ଖୋଲିଛି, ଡାକ୍ତର ନାହାନ୍ତି । ଅଧ ରାତିରେ ପ୍ରସୂତୀ ଆସିଲେ ଦୁଆରୁ ଯାଉଛନ୍ତି କଟକ । ଥିବା କଥା ୧୨..ଅଛନ୍ତି ୪ ଷ୍ଟାପ୍ । ବାଃ ବାଃରେ ସ୍ୱାସ୍ଥ୍ୟ ସେବା
ଆଲୋ ଆଲୋ...ୟାଙ୍କର କେତେ ଜ୍ଞାନ? ବନ୍ଦେ ଉତ୍କଳ ଜନନୀ କିଏ ଲେଖିଥିଲେ କିରେ ନାରଣ?
ଏମିତି ଏକ ସ୍ଥାନ, ଯେଉଁଠି ପ୍ରେମରେ ପଡ଼ିବା ପାଇଁ ଓ ରୋମାନ୍ସ କରିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଇଛି। ତା’ବି ପୁଣି ଦିନେ କି ଦୁଇ ଦିନେ ଛାତ୍ରଛାତ୍ରୀଙ୍କୁ ୭ ଦିନ ଛୁଟି ମିଳିଛି। ଚୀନର ଅନେକ କଲେଜ ଏଭଳି ନିଆରା ଯୋଜନା ଆଣିଛନ୍ତି।
ମାଆ କାମବାଲି, ବାପା ଶ୍ରମିକ । ଝିଅକୁ ଦିଶୁନି...ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ତାଙ୍କ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା ।
ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।
ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।
ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।
ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।
ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।
ଝିଅକୁ ପୋଡ଼ି ମାରିଲେ, କେସ୍ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ
୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।